ଭୁବନେଶ୍ୱର: ରାଜନୀତିରୁ ଅବସର ନେବେ ଜଟଣୀ ବିଧାୟକ ସୁର ରାଉତରାୟ (Suresh kumar Routray)। ଆଜି ସାମ୍ବାଦିକ ସମ୍ମିଳନୀ (Press meet) ଘୋଷଣା କରି ଖୋଦ ବିଧାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ମୋର ବୟସ ହୋଇ ଗଲାଣି। ୫ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ରହିଛି। ଆଉ ରାଜନୀତି କରିବି ନାହିଁ। ଏଣିକି ମୋ ସାନ ପୁଅ ଜଟଣୀରୁ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ ୮୦ ବର୍ଷ ହେଲାଣି। ଆଉ ଲଢି ପାରୁନି। କିନ୍ତୁ ଲୋକଙ୍କ ସେବା ଜାରି ରଖିବି ବୋଲି ସେ କହିଥିଲେ। ସୂଚନା ଯୋଗ୍ୟ ଗତକାଲି ସୁର ରାଉତରାୟ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟିଥିଲେ। ଏହି ସାକ୍ଷାତକାରକୁ ନେଇ କହିଥିଲେ କି ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ସବୁ ପାହାଡ଼ ଚଢି ରେକର୍ଡ କରିଛି ଏହାର ସଫଳତା ସମ୍ପର୍କରେ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲି। 


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ସଚିବ ପୁଅ ବିଷୟରେ ଜାଣି ବେଶ ଖୁସି ହେଲେ। କେବଳ ମୋ ବଡ଼ ପୁଅ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିଲା ବୋଲି ସୁର କହିଥିଲେ।