Odisha: ଆନ୍ତର୍ଜାତିକ ବର୍ଜ୍ୟ ପରିଚାଳନା ସମ୍ମେଳନରେ ଅଂଶଗ୍ରହଣ କଲା ଓଡ଼ିଶା
International Waste Management Conference: ଆନ୍ତର୍ଜାତୀୟ ଏଫଏସଏମ ସମ୍ମିଳନୀ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହା ଏଭଳି ଏକ ମଞ୍ଚ ଯାହା ବର୍ଜ୍ୟବସ୍ତୁ ପରିଚାଳନା ବିକାଶ ପାଇଁ ସର୍ବୋତ୍ତମ ଅଭ୍ୟାସ, ଅଭିନବୀକରଣ ଉପରେ ଆଲୋଚନା ଏବଂ ସୁରକ୍ଷିତ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ସମସ୍ତ ଲୋକଙ୍କୁ ସେବା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିଥାଏ।
Odisha participated in International Waste Management Conference: ଆଇଭରୀ କୋଷ୍ଟର ଆଵିଦଜାନ ଠାରେ ଫେବୃୟାରୀ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୫ ଦିନିଆ ଆଫ୍ରିକାନ ୱାଟର ଆସୋସିଏସନ ସଂସ୍ଥାର ଏକବିଂଶତମ ଆନ୍ତର୍ଜାତୀୟ କଂଗ୍ରେସ ଏବଂ ଶୌଚାଳୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ମିଳନୀ। ସଂସ୍ଥାର ଏହି ସପ୍ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଏକ ୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲା।
ପ୍ରତିନିଧିମଣ୍ଡଳୀ ଏକାଧିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ଓଡିଶାରେ ଶୌଚାଳୟ ,ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟରେ ପ୍ରବର୍ତ୍ତିତ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଅଭିଜ୍ଞତା, ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋକପାତ କରିଥିଲେ। ଏନେଇ ରାଜ୍ୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଅନ୍ତର୍ଭୂକ୍ତିକରଣ ପଦକ୍ଷେପ ସହିତ ବିକେନ୍ଦ୍ରୀକରଣ,ଗୋଷ୍ଠୀ ନେତୃତ୍ୱାଧୀନ ପରିମଳ ବ୍ୟବସ୍ଥାରେ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପକୁ ଆନ୍ତର୍ଜାତୀୟ ପ୍ରତିନିଧୀ ମଣ୍ଡଳୀ ଦ୍ୱାରା ବେଶ୍ ପ୍ରସଂଶା କରାଯାଇଥିଲା।
ଓଡିଶାର ପ୍ରତିନିଧୀ ମଣ୍ଡଳୀ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ କଲ୍ୟାଣ କୁମାର ରଥ, ମୁଖ୍ୟ ଯନ୍ତ୍ରୀ-ଓଡିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି) ପି.କେ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ, ପ୍ରକଳ୍ପ ଯନ୍ତ୍ରୀ(ଓଡବ୍ଲ୍ୟୁଏସଏସବି) ଶ୍ରୀମତୀ ସୂର୍ଯ୍ୟବତୀ ମାଝୀ ଏବଂ ପୌର ଯନ୍ତ୍ରୀ-ଢେଙ୍କାନାଳ ପୌରପାଳିକା ଶ୍ରୀମତୀ ରଶ୍ମିତା ମିଶ୍ର ବିଭିନ୍ନ ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଅନ୍ୟାନ୍ୟ ଅଧିବେଶନରେ ପ୍ୟାନେଲିଷ୍ଟ ଭାବରେ ଯୋଗଦାନ କରିଥିଲେ।
ବୈଷୟିକ ଅଧିବେଶନରେ ସ୍ୱତନ୍ତ୍ର ଶାସନ ସଚିବ ପରିମଳ ବ୍ୟବସ୍ଥାରେ ସେୱେର ଠାରୁ ଏଫଏସଏମ ପର୍ଯ୍ୟନ୍ତ ନଗର ବ୍ୟାପୀ ଅନ୍ତର୍ଭୂକ୍ତିକରଣ ପରିମଳ ବ୍ୟବସ୍ଥା (ସିଡବ୍ଲ୍ୟୁଆଇଏସ) ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ଜୀବିକା ମଡେଲ ମାଧ୍ୟମରେ ଅସୁରକ୍ଷିତ କିନ୍ନର ଗୋଷ୍ଠୀର ସଶକ୍ତିକରଣ ଉପରେ ଓଡ଼ିଶାର ରୂପାନ୍ତରଣ ହୋଇଥିବା ପଦକ୍ଷେପ ବିଷୟରେ ଉପସ୍ଥାପନା କରିଥିଲେ।
ଆନ୍ତର୍ଜାତୀୟ ଏଫଏସଏମ ସମ୍ମିଳନୀ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହା ଏଭଳି ଏକ ମଞ୍ଚ ଯାହା ବର୍ଜ୍ୟବସ୍ତୁ ପରିଚାଳନା ବିକାଶ ପାଇଁ ସର୍ବୋତ୍ତମ ଅଭ୍ୟାସ, ଅଭିନବୀକରଣ ଉପରେ ଆଲୋଚନା ଏବଂ ସୁରକ୍ଷିତ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ସମସ୍ତ ଲୋକଙ୍କୁ ସେବା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହି ସମ୍ମିଳନୀ ସେକ୍ଟର ପ୍ରଫେସନାଲ, ସରକାର, ନୀତି ନିର୍ଦ୍ଧାରକ, ଉପଯୋଗୀତା, ବିକାଶ ସହଭାଗୀ, ନିବେଶକ, ଶିଳ୍ପ ଏବଂ ସେବା ପ୍ରଦାନକାରୀଙ୍କ ପାଇଁ ସୁଲଭ ତଥା କାର୍ଯ୍ୟକ୍ଷମ ସମାଧାନ ପ୍ରଦାନ କରିବାକୁ ସମନ୍ୱୟ, ବିକାଶ ଏବଂ ଶିକ୍ଷାମୂଳକ ଆଲୋଚନା ପାଇଁ ସୁଯୋଗ ପ୍ରଦାନ କରିଥାଏ।