Odisha News: ସୋମବାରଠାରୁ ପୁଣି ଖୋଲିବ ସ୍କୁଲ। ସକାଳ ସାଢେ ୬ଟାରୁ ୧୧ଟା ଯାଏଁ ହେବ ପାଠପଢା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସକାଳୁଆ ସ୍କୁଲ ନେଇ ରାଜ୍ୟ ସରକାର (odisha government) ଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ (Heat wave) ଦୃଷ୍ଟିରେ ରଖି ସରକାର ଛୁଟି ଘୋଷଣା କରିଥିଲେ । ତେବେ ଘୋଷଣା ହୋଇଥିବା ଏହି ଛୁଟିର ଅବଧି ଆଜି ଶେଷ ହେଉଛି । ତେବେ ତାତି କମିବା ନେଇ ସମ୍ଭାବନା ଥିବାରୁ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ସ୍କୁଲ ଖୋଲିବା (School Reopens) ପରେ ପୂର୍ବ ଭଳି ସକାଳ ସାଢେ ୬ଟାରୁ ଦିନ ୧୧ଟା ଯାଏଁ ପାଠପଢା ହେବ । ସେପଟେ ଖରା ଦିନ ହେତୁ ସମସ୍ତ ସ୍କୁଲ ଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସୁବିଧା ଉପଲବ୍ଧ କରାଇବା ଲାଗି ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।  ତେବେ ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ (heat wave) ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଦାୟିତ୍ବରେ ଥିବା ଜିଲ୍ଲା ଗୁଡ଼ିକର ସ୍କୁଲ ସମୟ ବଦଳାଇ ପାରିବେ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, କାଳବୈଶାଖୀ ପରେ ରାଜ୍ୟରେ ହଠାତ୍ ତାପମାତ୍ରା ବଢିବାକୁ ଲାଗିଛି । ତେବେ ଆହୁରୀ ତାତି ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଥିଲେ । ପ୍ରଥମରୁ ଦଶମ ଓ ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ଛୁଟି ଘୋଷଣା ହୋଇଥିଲା । ତେବେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ମଧ୍ଯରେ ରାଜ୍ୟବାସୀଙ୍କ ଲାଗି ଆସିଛି ଆଶ୍ବସ୍ତିକର ଖବର । ଆଜିଠୁ ରାଜ୍ୟରେ ତାତି କମିବା ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରାଜ୍ୟର ମୋଟ ୧୨ଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar metrology department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ନେଇ ପୂର୍ବାନୁମାନ କରାଯାଇଛି। ତେବେ ଏଥିଲାଗି ବାଲେଶ୍ବର, ଭଦ୍ରକ, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କେନ୍ଦୁଝର, କନ୍ଧମାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି । ତେବେ ଆଗାମୀ ୧୯ ତାରିଖ ଯାଏଁ ରାଜ୍ୟରେ ବର୍ଷା (Rain) ହେବାର ସମ୍ଭାବନା ରହିଛି । ଫଳରେ ପ୍ରବଳ ଗରମରୁ ମୁକ୍ତି ପାଇବେ ରାଜ୍ୟବାସୀ ।


ପ୍ରକାଶ ଥାଉ କି, ସେପଟେ ଗ୍ରୀଷ୍ମ ପ୍ରବାହର (Heat waves) ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ (Special Relief Commissioner) ଏସଓପି (SOP) ଜାରି କରାଯାଇଥିଲା । ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲାପାଳଙ୍କୁ (collector) ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀଙ୍କୁ ସର୍ତକ କରିବା ସହ ସଚେତନ କରାଇବା ନେଇ ନିର୍ଦ୍ଦେଶ ରହିଛି । ଖରାପ ନଳକୂଳର ମରାମତି, ପ୍ରତ୍ୟେକ ଗାଁରେ ପାନୀୟ ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ, ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ଲାଗି ବାରଣ, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ, ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସତେନ କରାଯିବ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଓ ଓଆରଏସ୍ ରଖାଯିବା ନେଇ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।


Also Read-Miss India 2023: ମିସ୍ ଇଣ୍ତିଆ ତାଜ ପିନ୍ଧିଲେ ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା, ଦିଲ୍ଲୀର ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍