ଭୁବନେଶ୍ୱର: Odisha Weather Update, Odisha Rain: ରାଜ୍ୟରେ ମୌସୁମୀର ସକ୍ରିୟତା ବୃଦ୍ଧି ପାଇଛି ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୭ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଝଡ-ବର୍ଷା ସହ ପବନ ଘଣ୍ଟା ପ୍ରତି ୪୫ରୁ ୫୫ ବହିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଗାମୀ କିଛି ଦିନ ରାଜ୍ୟରେ ଲଗାଣ ବର୍ଷା (Odisha Rain) ଜାରି ରହିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rain) ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (Bhubaneswar Meteorological Centre) ସୂଚନା ଦେଇଛି । 


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବ ମୌସୂମୀ ବାୟୁ ଲୋ ପ୍ରେସର ଲାଇନରେ ବେଶ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି (ଶୁକ୍ରବାର) ଅର୍ଥାତ ଅଗଷ୍ଟ ୫ ତାରିଖରୁ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୫ରୁ ବର୍ଷା ବଢ଼ିବା ସହ ୧୦ ଜିଲ୍ଲାରେ  ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ଅଗଷ୍ଟ ୬ରୁ ୧୦ ଯାଏଁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।


ସେହିପରି ୭ ତାରଖରେରେ ବର୍ଷାର ପରିମାଣ ବଢିବ । ଏହାସହ ୪ ଜିଲ୍ଲାକୁ ଅତି ପ୍ରବଳ ଓ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି । ପାଣିପାଗ ବିଭାଗ ଯେଉଁସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଲ, ଯାଜପୁର, ଭଦ୍ରକ, ଅନୁଗୋଳ, ବୌଦ୍ଧ, ନୟାଗଡା, ବଲାଙ୍ଗୀର, ବରଗଡ଼ ଏବଂ କେନ୍ଦ୍ରାପଡ଼ା । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରୀ, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।


ଏହା ବି ପଢ଼ନ୍ତୁ:-କମନୱେଲଥ ଗେମ୍ସରେ ସୁଧର ଜିତିଲେ ସ୍ୱର୍ଣ୍ଣ ତ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ; ଜାଣନ୍ତୁ ଭାରତକୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ମିଳିଛି ପଦକ


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୫ ପ୍ରତିଶତ ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା


ଏହା ବି ପଢ଼ନ୍ତୁ:-ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ


ଏଠାରେ କହି ରଖୁଛୁ ଯେ, ଅଗଷ୍ଟ ୭ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା କରିଛି ପାଣିପାଗ ବିଭାଗ ।


ଦକ୍ଷିଣ-ପଶ୍ଚିମ ମୌସୁମୀର ସକ୍ରିୟତା ବୃଦ୍ଧି ଯୋଗୁଁ ଦେଶର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପଞ୍ଜାବ, ହରିୟାଣା, ଦିଲ୍ଲୀ ଏନସିଆର, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ପଶ୍ଚିମ ରାଜସ୍ଥାନ, ସୌରାଷ୍ଟ୍ର ଓ କଚ୍ଛ ଏବଂ ଲଦାଖରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।