କାଳବୈଶାଖୀ ଡର, ୨୪ ଘଣ୍ଟାରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, କନ୍ଧମାଳ, କେଉଁଝର, ମୟୂରଭଂଜ ଓ ଯାଜପୁରରେ ଘଡଘଡି ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଭୁବନେଶ୍ୱର: Odisha Weather Update: ପୂର୍ବ-ମଧ୍ୟ ପ୍ରଦେଶ ଓ ଆଖପାଖ ଅଂଚଳରେ ସମୁଦ୍ର ପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ୱିଛି । ଏହାସହ ଆଉ ଏକ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି । ତେବେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘଡଘଡି ଓ ବଜ୍ରପାତ ଜନିତ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-କୋରୋନାରେ ଜୀ ଓଡ଼ିଶାର ବରିଷ୍ଠ ସାମ୍ୱାଦିକଙ୍କ ପରଲୋକ
ତେବେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, କନ୍ଧମାଳ, କେଉଁଝର, ମୟୂରଭଂଜ ଓ ଯାଜପୁରରେ ଘଡଘଡି ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୩୦ ତାରିଖରେ ୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେଉଁଝର, ମୟୂରଭଂଜକୁ କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ:-କୋରୋନାର ଗତିରୁ ବିଗିଡ଼ି ଯାଇଛି ପରିସ୍ଥିତି, କ'ଣ ଆସିଯାଇଛି ଜାତୀୟ ଲକଡାଉନର ସମୟ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଆସନ୍ତା ୨ ତାରିଖରୁ କାଳବୈଶାଖୀର ପ୍ରକୋପ ଆହୁରି ବଢିବା ସହ ୪ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କେନ୍ଦ୍ର ଆକଳନ କରିଛି । ଏହାସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ଅଧିକାଂଶ ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।