ଭୁବନେଶ୍ୱର: Odisha Weather Update: ଜାରି ରହିବ କାଳବୈଶାଖୀର ପ୍ରକୋପ । ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ । ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ସମୁଦ୍ର ପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ୱିଛି । ଏହାସହ ଏକ ଟ୍ରଫଲାଇନ ମଧ୍ୟ ସକ୍ରିୟ ରହିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!


ତେବେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୦ ଜିଲ୍ଲା କେଉଁଝର, ମୟୂରଭଂଜ, କୋରାପୁଟ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ ଓ କନ୍ଧମାଳରେ ଘଡଘଡି ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାସହ କେବଳ ମୟୂରଭଂଜ, ମାଲକାନଗିରି, କନ୍ଧମାଳ, ଓ ଗଜପତି ଜିଲ୍ଲାରେ କୂଆପଥର ବୃଷ୍ଟି ହେବାର ସମ୍ଭବନା ରହିଛି ଽ ଏସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 


ଅଧିକ ପଢ଼ନ୍ତୁ:-କୋରୋନାର ଗତିରୁ ବିଗିଡ଼ି ଯାଇଛି ପରିସ୍ଥିତି, କ'ଣ ଆସିଯାଇଛି ଜାତୀୟ ଲକଡାଉନର ସମୟ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ


ଆସନ୍ତାକାଲି ମଧ୍ୟ ୧୨ ଜିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ପରେ ଅଧିକାଂଶ ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ସେପଟେ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।