Puri News In Odia: ଆଜି (ସୋମବାର) ବୈଶାଖ-କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ (SriMandir) ଶ୍ରୀବିଗ୍ରହମାନଙ୍କ ପଇତା ଲାଗି ନୀତି(paita lagi niti) ଅନୁଷ୍ଠିତ ହେବ । ଏହି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ବଢିବା ପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି (paita lagi niti )ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଟୀ ଗତ ସେବା ଅଟେ (paita lagi niti )। ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁର ପଇତା ଲାଗି କରାଯାଇଥାଏ । ଏ-ଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପଇତା ବୋଳି ସାରି ପାଟରା ସେବକ ସେହି ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ। ଯାହା ଫଳରେ ଭକ୍ତମାନେ ଆଜି ୪ ଘଣ୍ଟା ଧରି ଜଗାକୁ ଦର୍ଶନ କରିପାରିବେନି । 



Also Read : Horoscope Today 17 April 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର


Also Read : Gaj Kesari Rajyog 2023: ଆଉ କିଛି ଘଣ୍ଟାର ଅପେକ୍ଷା, ଗଜକେସରୀ ଯୋଗ କାରଣରୁ ଧନୀ ହେବେ ଏହି ୪ ରାଶି


ଚଳିତ ବର୍ଷ ଜୁନ୍  ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅପ୍ରିଲ୍ ୨୨ରେ ଅର୍ଥାତ୍ ପବିତ୍ର ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ଚାରି ପର୍ଯ୍ୟାୟରେ ଆବଶ୍ୟକ ରଥକାଠ ଆସି ବଡ଼ଦାଣ୍ଡରେ ପହଞ୍ଚିଛି। କିନ୍ତୁ ରଥଖଳା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯେଉଁ ସ୍ଥାନରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ, ସେହି ସ୍ଥାନ ଏବେ ଖୋଳି ଦିଆଯାଇଛି। ଏବେ ବି ଖନନ କାର୍ଯ୍ୟ ଜାରି ରହିଛି। ଏହି ସ୍ଥାନରେ ଏବେ ବଡ଼ ବଡ଼ ଗାତ ରହିଛି। ଏଭଳି ସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କିଭଳି ହେବ,ତାକୁ ନେଇ ଆଶଙ୍କା ଜାତ ହୋଇଛି।


ଏ- ସମ୍ପର୍କରେ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ନିକଟରେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟ ଅଧିକାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସମ୍ପର୍କରେ ଆଲୋଚନା କରିଥିଲେ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସ୍ଥଳ ଖୁବଶୀଘ୍ର କାମ ସାରିବାକୁ କହିଛନ୍ତି। ଯେହେତୁ ୬ ଦିନ ଅଛି, ରଥଖଳା କାମ ସରିଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଏହାସହ ଛାମୁଣ୍ଡିଆ ବନ୍ଧା ଆରମ୍ଭ ହୋଇଛି ବୋଲି ଭୋଇ ସର୍ଦ୍ଦାର କହିଛନ୍ତି।


Also Read : Atiq Ahmed Murder Case: କାହିଁକି ସ୍ୱତନ୍ତ୍ର ଏହି Zigana ପିସ୍ତଲ, ଯାହା ମାଧ୍ୟମରେ ଅତିକ୍-ଆଶରଫଙ୍କୁ କରାଯାଇଛି ହତ୍ୟା? ଜାଣନ୍ତୁ ଏହା ବିଷୟରେ