(ଖୋର୍ଦ୍ଧା, ସୂର୍ଯ୍ୟ ନାରାୟଣ ମହାନ୍ତି) Harirajpur Dola Melana: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଦୋଳ ମେଳଣ(Harirajpur Dola Melana) । ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ସାଙ୍ଗକୁ ରାତି ତମାମ ଆତସବାସୀରେ ଝଳସୁଥିଲା ଆକାଶ । ଗାଦି ଠାକୁର ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିମନ୍ତ୍ରଣରେ ଶତାଧିକ ଦୋଳ ବିମାନ, ବାଜା, ରୋଷଣୀ ସାଂଗକୁ ପଟୁଆର(Harirajpur Melana) ଆସିଥିଲେ ମେଳଣ ପଡ଼ିଆକୁ । ଅନେକ ପାରମ୍ପରିକ ନୃତ୍ୟ ସହିତ ଆତାଶବାଜିରେ ଫାଟି ପଡୁଥିଲା ପୁରା ଖଣ୍ତମଣ୍ତଳ ।  ଯାହାକୁ ସାରା ରାତି ଲୋକମାନେ ମନୋଭରି ଉପଭୋଗ କରିଥିଲେ । ଏଥିସହ ମେଲୋଡ଼ି, ଭଜନ ସମାରୋହ ଓ ମହୋତ୍ସବର ନୃତ୍ୟଗୀତରେ ଫାଟି ପଡ଼ୁଥିଲା ସାରା ପରିବେଶ । ଆଉ ଏଠାର ବିଶେଷତ୍ୱ ହେଲା ପଶ୍ଚିମାଶମ୍ଭୁ ସୋମନାଥଙ୍କ ପାଖରେ ଏହି ଦିନରେ ପ୍ରାୟ ୨କୋଟିରୁ ଉର୍ଦ୍ଧ ଟଙ୍କାର ବାଣ ଭୋଗ ଲାଗିଥାଏ । 


COMMERCIAL BREAK
SCROLL TO CONTINUE READING

ବାଜା , ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ଆସିଥିଲେ ପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ (Harirajpur Melana)। ସାଥିରେ ରହିଥିଲା ଆଖ ପାଖ ଅଞ୍ଚଳର ଶତାଧିକ ଦୋଳ ବିମାନ (Harirajpur Dola Melana) । ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ହରିରାଜପୁର ପଞ୍ଚୁଦୋଳ ମେଳଣ (Harirajpur Dola Melana)କାହିଁ କେଉଁ କାଳରୁ ଚାଲିଆସୁଛି । ୧୬୩୭ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ଠାକୁରଙ୍କ ଏହି ଦୋଳ ମେଲଣର ଜମାଣ ଉତ୍ସବ । ନାଗା ନୃତ୍ୟ, ପଶୁ ନୃତ୍ୟ ଠାରୁ ଆରମ୍ଭ କରି କଣ୍ଡେଇନୃତ୍ୟ, ବୃଷବନୃତ୍ୟ ଓ ଘୋଡ଼ାନୃତ୍ୟର ତାଳେ ତାଳେ ଆଲଟ ଚାମର ମଧ୍ୟରେ ବିମାନରେ ବିଜେ କରିଥିଲେ ପ୍ରଭୁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ । ଆଉ ଏହାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ହରିରାଜପୁର ମେଳଣ ପଡ଼ିଆରେ ।   


Also Read : Road Accident: ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଆହତ


Also Read : Cuttack News: ଜିମରେ ଯୁବତୀଙ୍କୁ ଦୁଷ୍କର୍ମ, ଅଶ୍ଲୀଳ ଫଟୋ ରଖି ବର୍ଷସାରା କରୁଥିଲେ ବ୍ଲାକମେଲ୍


ହରିରାଜପୁର ମେଳଣର ମୁଖ୍ୟ ଆକର୍ଷଣ ହେଉଛି ମାନସିକ ବାଣ । ଆଉ ମାନସିକ ବାଣ ଠାରୁ ଆରମ୍ଭ କରି ରକେଟ୍‌, ହାବେଳୀ, ଆସମାନ ଗୁଳା, ଚକ୍ରି ଆଦି ବାଣ ଠାକୁରଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥାଏ । ନାଲି ନେଳି ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗରେ ଆଲୋକିତ ହୋଇଥାଏ ଅନ୍ଧକାର ନୀଳ ଆକାଶ । ଆଉ ଏଠାରେ ଯେଉଁ ବାଣ ଫୁଟାଯାଇଥାଏ, ତାହାର ମୂଲ୍ୟ ଦୁଇକୋଟିରୁ ଉର୍ଦ୍ଧ ବୋଲି ବାଣ କାରିଗରମାନେ କହିଛନ୍ତି । ମଧ୍ୟ ରାତ୍ରରେ ଅନୁଷ୍ଠିତ ହେଉଥିବା ଠାକୁରଙ୍କ ଏହି ଜମାଣ ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ । ଠାକୁରଙ୍କ ଦର୍ଶନ କରିବା ସହିତ ବାଣ ଆଉ ତା ସାଙ୍ଗକୁ ରାତି ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ମନଭରି ଉପଭୋଗ କରିଥିଲେ ଶ୍ରଦ୍ଧାଳୁ । ହରିରାଜପୁର ମେଳଣ ପାଇଁ ଜଟଣୀ ଅଞ୍ଚଳ ୩ ଦିନ ଧରି ବେଶ ଉତ୍ସବ ମୁଖର ରହିଛି । ଶେଷ ଦିନରେ ଫଗୁ ଖେଳ ସହିତ ମେଳଣ ଓ ହରିହର ଭେଟ ଅନୁଷ୍ଠିତ ହେବ ବୋଲି ଆୟୋଜକ କହିଛନ୍ତି ।