ଭୁବନେଶ୍ୱର: Ashwini Vaishnaw Odisha Visit: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ୬ରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ (Hatia- Puri Tapaswini Express) ର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କନ୍ଫରେନ୍ସି) ମାଧ୍ୟମରେ ଶୁଭାରମ୍ଭ କରିବେ । ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି । ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ।


COMMERCIAL BREAK
SCROLL TO CONTINUE READING

ବୈଷ୍ଣବ ମଧ୍ୟ ଜାନୁୟାରୀ ୭ରେ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ ।  


ଏହା ବି ପଢ଼ନ୍ତୁ:-କୋରୋନାକୁ ଦୃଷ୍ଟିରେ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ?


ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ପାନ୍ କାର୍ଡ ଅଛି ଓ ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ, ତେବେ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା


ଏହା ବି ପଢ଼ନ୍ତୁ:-ଟାର୍ଗେଟରେ ଔଷଧ ଦୋକାନ, ୧୫ ଦିନରେ ୫ ଥର ଲୁଟ୍


ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୫୮ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୫୩୪ ସଂକ୍ରମିତ


 


କଟକ ରେଳ ଷ୍ଟେସନର ପ୍ରବେଶ ପଥ ବିକାଶ କାର୍ଯ୍ୟଗୁଡିକ ମଧ୍ୟରେ ପରୀକ୍ଷେତ୍ର ଅଞ୍ଚଳରେ ଦୁଇ / ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ରହିବ ସହିତ ଚୌଡା ସଂଯୋଗୀକରଣ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ ।


ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ ।