Weather Update: ଆଜିଠୁ ରାଜ୍ୟରେ ବର୍ଷା କମିବାକୁ ଥିବା ବେଳେ ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା(Rain Fall) ହେବା ନେଇ ସମ୍ଭବନା ରହିଛି । ତେବେ ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ(Bhubaneswar Metrology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶେଷ କରି, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଆଦି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ କମ ରହିବ। ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ଆଜି ରାଜଧାନୀ(Bhubaneswar) ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଖାସ କରି ଉପକୂଳ ଓଡ଼ିଶାରେ(Coastal Odisha ବର୍ଷାର ପରିମାଣ ଅଧିକ ରହିଥିଲା । ବର୍ଷା ଫଳରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି । କୋରାପୁଟ ପଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗ୍ରାମରେ ୫ଟି ଘର ସୂମ୍ପର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ନୀଳଗିରି ଅଯୋଧ୍ଯା ପଞ୍ଚାୟତରେ ବଜ୍ରପାତ ଫଳରେ ୧୬ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ କଟକର ୧୭ନଂ ୱାର୍ଡ଼ରେ ବର୍ଷା, ପବନ ଯୋଗୁଁ ନଡ଼ିଆ ଗଛ ପଡ଼ି ଜଣେ ଦିବ୍ୟାଙ୍ଗ ଘର ଭାଙ୍ଗିଥିବା ସୂଚନା ମିଳିଛି ।ରାୟଗଡ଼ା ଜିଲ୍ଲା କଲ୍ଯାଣସିଂହପୁରରେ ଝଡ଼ ତୋଫାନ ବର୍ଷା ଯୋଗୁଁ ଆଜବେଷ୍ଟସ ଉଡ଼ିବା ସହ ୨ ଜଣ ମହିଳା ଆହତ ହୋଇଛନ୍ତି । ଚିକିତ୍ସା ଲାଗି ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।


 ଏହା ମଧ୍ଯ ପଢନ୍ତୁ-Amritpal singh: ପୋଲିସକୁ ଚକମା ଦେଇ ଖସିଗଲା ଅମୃତପାଲ ସିଂ, ପଞ୍ଜାବରେ ହାଇ ଆଲର୍ଟ


ଏହା ମଧ୍ଯ ପଢନ୍ତୁ-DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ


ବର୍ଷା ଯୋଗୁଁ  ରାଜ୍ୟରେ ତାପମାତ୍ରା ଥଣ୍ତା ରହିଥିବା ବେଳେ ଆଗାମୀ ୨ରୁ ୩ ଦିନ ଯାଏଁ ଏଭଳି ପାଗ ରହିବ । ଏହାପରେ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।


ଏହା ମଧ୍ଯ ପଢନ୍ତୁ-Ecuador Earthquake: ଜୋରଦାର ଭୂକମ୍ପ ଝଟକାରେ ଥରିଲା ଇକ୍ୟୁଏଡର୍, ୧୩ ମୃତ