Road Accident in Odisha: କେନ୍ଦୁଝର (keonjhar) ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର (severely injured) ହୋଇଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ୪ ଜଣ ବ୍ୟକ୍ତି ଝାଡ଼ଖଣ୍ତକୁ ଏକ ବିବାହ ଭୋଜିରେ ଯୋଗ ଦେବା ଲାଗି ଏକ କାର ଯୋଗେ ଯାଇଥିଲେ । ଭୋଜି ଖାଇ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡ଼ିରେ ଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁ୍ଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପ୍ରଥମେ ୨ ଗୁରୁତରଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଚମ୍ପୁଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୃତକ କୋଇଡ଼ା ଥାନା କମଣ୍ତୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରୀ ଘଣା ବୋଲି ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସେପଟେ ବୌଦ୍ଧ (Boudh) ଜିଲ୍ଲା ଜାତୀୟ ରାଜପଥ ୫୭ ଚାରି ଛକ ତହସିଲ ଅଫିସ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବଡ଼ପଣ୍ତା ନାମକ ଏକ ଯାତ୍ରାବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଉକ୍ତ ବସରେ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରୀବାହୀ ବସଟି ହରଭଙ୍ଗା ବ୍ଲକ୍ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଦୁ୍ର୍ଘଟଣା ପରେ ପିକଅପ୍ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରେ ଚାପି ହୋଇ ରହିଥିଲେ । ପରେ ମେସିନ ସହାୟତାରେ ଗାଡ଼ିକୁ କାଟି ତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ପୁରୁଣା କଟକ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।


ପ୍ରକାଶ ଥାଉ କି, ସେହିପରି ଗତ ସୋମବାର ଦିନ ଆନ୍ଧ୍ରପ୍ରଦେଶ ତଡିପତ୍ରରି (Tadipatri)ସହରର ଏକ ପରିବାର ଭୋର ସମୟରେ (Sri Venkateshwara Swami Temple in Tirupati) ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ବାହାରିଥିଲେ।  ମନ୍ଦିରରେ ଭଗବାନଙ୍କ କୃପା ଲାଭ କରିବା ସହ ଦର୍ଶନ କରି ପରିବାରର ୧୨ ଜଣ ସଦସ୍ୟ ଏକ କାର୍ ଯୋଗେ ନିଜ ଘର ଅଭିମୁଖେ ଯାଉଥିଲେ । ପେଞ୍ଚିଆଅନନ୍ତପୁରମ୍ ଗାଁ ଠାରେ ପହଞ୍ଚିବା ସମୟରେ ହଠାତ୍ ଦ୍ରୃତ ଗତିରେ ଆସୁଥିବା ଏକ ଲୁହା ବୋଝେଇ ଟ୍ରକଟି  କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 


Also Read-Odisha News: ଚୋରର ପଶ୍ଚାତାପ, ଭିଆଇଲା କିଛି ଏପରି କାଣ୍ଡ ଯାହା ଏବେ ଚର୍ଚ୍ଚାରେ...