ସମ୍ବଲପୁର: ମହାନତା ଦେଖାଇଲେ ସମ୍ବଲପୁର ଅଟୋ ଡ୍ରାଇଭର। ମହାନତା ଦେଖାଇ ଯାତ୍ରୀଙ୍କୁ ଫେରାଇଲେ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଗହଣା। ତେବେ ନିଜ ସୁନା ଗହଣା ଫେରି ପାଇବା ପରେ ଯାତ୍ରୀଙ୍କ ଖୁସି କହିଲେ ନସରେ। ଏମିତି ଏକ ମାନବିକତାର ଚିତ୍ର ଆସିଛି ସମ୍ବଲରପୁର କ୍ଷେତରାଜପୁର ରେଲଓ୍ୱେ ଷ୍ଟେସନ ନିକଟରେ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ନାଗାବଳୀ ଏକ୍ସପ୍ରେସ (Nagabali Express)ରୁ ଓହ୍ଲାଇଥିଲେ ଟିଟିଲାଗଡ (Titlagarh) ସହର ବ୍ଲକପଡାର ଦମ୍ପତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା। ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜ ଝିଅ ଘରକୁ ଯାଇଥିଲେ। ତେବେ ହୀରାକୁଦ ରୋଡ (Hirakud Road) ବିହାରିପଡାରେ ଯାତ୍ରୀଙ୍କୁ ଓହ୍ଲାଇବା ପରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଘରକୁ ଫେରୁଥିଲେ। ସେହି ସମୟରେ ରେମେଡରେ ଦୁଇଜଣଙ୍କୁ ବସାଇ ପୁଣି ଅଇଁଠାପାଲିରେ ଛାଡିଥିଲେ।


Also Read: ପଶ୍ଚିମ ଓଡ଼ିଶାରେ ନ୍ୟାୟିକ ବ୍ୟବସ୍ଥା ଠପ୍, ଜାମିନ ପରେ ବି କାଳ କୋଠରୀରେ ଅନ୍ତେବାସୀ


 


ଘରକୁ ଫେରିବା ପରେ ଅଜିମ ଦେଖିଲେ ଯେ ତନ୍ମମଧ୍ୟରୁ କୌଣସି ଏକ ଯାତ୍ରୀ ଦଳ ବ୍ୟାଗ ଛାଡିଛନ୍ତି। ତେବେ ସେ ଖୋଜ ଖବର ନେଇ ଦମ୍ପତି ନିଜର ବ୍ୟାଗ ଛାଡିଥିବା ଜାଣି ଯୋଗାଯୋଗ କରି ବ୍ୟାଗଟିକୁ ଫେରେଇ ଦେଇଛନ୍ତି। ବ୍ୟାଗ ଭିତରେ ହାର, ଦୁଇଟି ସୁନା ଚେନ୍ , ମଙ୍ଗଳସୂତ୍ର, ମୁଦି ୩ଟି, ଚୁଡି ୨ଟି  ରହିଥିଲା। ସେହି ଅଳଙ୍କାର (Gold Ornamendts) ସବୁର ମୂଲ୍ୟ ସାତ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଅଟୋ ଡ୍ରାଇଭର ଙ୍କର ଏଭଳି ମଣିଷ ପଣିଆକୁ ଦେଖି ଅଞ୍ଚଳବାସୀ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।