Lata Mangeshkar Death Anniversary: ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ବାଲୁକା ଚିତ୍ରକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ଲତାଙ୍କର ଏକ ପ୍ରତିକୃତି  ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ ।  ଲତାଙ୍କ ପ୍ରତିକୃତି ସହ ଗ୍ରାମଫୋନର ଏକ ପ୍ରତିକୃତି  ଏହି ବାଲୁକା ଚିତ୍ରକଳାରେ ଦେଖିବାକୁ ମିଳିଛି ।  ଏହାସହ "ମେରି ଆବାଜ୍ ହି ପହେଚାନ୍ ହେ "(Meri Awaaz Hi Pehchaan Hai)  ଉକ୍ତିଟିକୁ ବାଲୁକା ଚିତ୍ରକଳାରେ ଲେଖିଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କର ଏହି ବାଲୁକା କଳା ଦେଖିବାକୁ ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ଲାଗିଛି।


COMMERCIAL BREAK
SCROLL TO CONTINUE READING

 



ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ଖୁବ୍ କମ୍ ବୟସରୁ ଲତା ମଙ୍ଗେସକର ଗୀତ ଗାଇବା ଆରମ୍ଭ କରିଥିଲେ।   ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଗୀତ ଗାଇଛନ୍ତି ଲତା। ଓଡ଼ିଆରେ ସେ ମଧ୍ୟ ଗୀତ ଗାଇଛନ୍ତି। ଲତା ୧୯୭୪ରେ ସର୍ବାଧିକ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ।  ୨୦୦୧ରେ ତାଙ୍କୁ ଭାରତ ରତ୍ନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଖାଲି ଭାରତ ରତ୍ନ ନୁହେଁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲ୍‌କେ ଆୱାର୍ଡ ଓ ଅନେକ ଜାତୀୟ ଫିଲ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି। ଲତାଙ୍କୁ ମିଳିଥିଲା ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫ୍ରାନ୍ସରେ ଲତାଙ୍କୁ ‘ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନର’ ସମ୍ମାନ ମିଳିଛି।


ଏହାବି ପଢନ୍ତୁ: Lata Mangeshkar: ସୁର ସାମ୍ରାଜ୍ଞୀଙ୍କ ନାଁ କାହିଁକି ରଖାଯାଇଛି ‘ଲତା’ ? ଜାଣନ୍ତୁ ଏହାର କାରଣ


ଏହାବି ପଢନ୍ତୁ: Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’


ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ଦେହାନ୍ତ ୨୦୨୨ ମସିହା ଫେବୃଆରୀନ ୬ରେ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।  କୋରୋନା ପଜିଟିଭ୍ ସହ ସେ ନିମୋନିଆରେ ପୀଡ଼ିତ ଥିଲେ। ପରେ ସୁସ୍ଥ ହୋଇଥିଲେ। ଜାନୁଆରୀ ୧୧ରେ କୋଭିଡ଼ ପଜିଟିଭ ହେବା ପରଠୁ ଲତା ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା ।   ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫାଲ୍‌କେ ଓ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ଲତାଜୀ ନିଜ ଜୀବନକାଳରେ ହଜାର ହଜାର ଗୀତ ରେକର୍ଡ କରିଛନ୍ତି।


ପୁରୀରୁ ସଞ୍ଜୟ ମହାପାତ୍ର, ଜି ଓଡିଶା ନ୍ୟୁଜ୍