ପବନ ପାଣିଗ୍ରାହୀ, କୋରାପୁଟ: କୋରୋନା କାଳର ଦୁଇ ବର୍ଷ ପରେ ଆରମ୍ଭ ହୋଇଛି କାଉଡି ଯାତ୍ରା, ଶ୍ରାବଣ ମାସର ସୋମବାରରେ ଗୁପ୍ତଶ୍ୱର ପୀଠରେ ଲାଗିଲା ପ୍ରବଳ ଭିଡ଼,କୋରାଫୁଟର ଗୁପ୍ତେଶ୍ୱର ପୀଠର ମାହାତ୍ମ୍ୟ କାଉଡିଆଙ୍କ ପାଇଁ ସାଜିଥାଏ ଏକ ପ୍ରମୁଖ ଶୈବପୀଠ। ମାନ୍ୟତା ଅଛି ଯେ ଏହି ପୀଠରେ ଶ୍ରବଣ ମାସରେ ପାଣିଲାଗି କଲେ ଅନେକ ପୂଣ୍ୟ ମିଳିବା ସହିତ ନିଜର ସମସ୍ତ ମାନସିକ ମଦ୍ୟ ପୁରାଣ ହୋଇଥାଏ 


COMMERCIAL BREAK
SCROLL TO CONTINUE READING

ଗୁପ୍ତେଶ୍ୱର ପୀଠର ପ୍ରକୃତିକ ସୌନ୍ଦଯ୍ୟ ପଯ୍ୟଟକଙ୍କୁ ଯେତିକି ଉଲ୍ଲସିତ କରେ ଏହାର ଭୌଗଳିକ ସ୍ଥିତି ଓ ଏହାର ତିଖ ଅଙ୍କା ବଙ୍କା ପାହାଡିଆ ରାସ୍ତା ଓ ଘଞ୍ଚ ଶାଳ ବଣ ମନରେ ସେତିକି ଭିତ୍ତି ସଞ୍ଚାର କରିଥାଏ । ଏହି ଅରଣ୍ୟ ରାମାୟଣ ବଣ୍ଣିତ ଦଣ୍ଡକାରଣ୍ୟର ଏକ ଅଂଶ ବିଶେଷ । ଶିବରାତ୍ରି ସମୟରେ ଏଠାରେ ରାଜ୍ୟ  ତଥା ବାହାରି  ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହୁଏ ।  ରାମଗିରି ପବତ ମାଳାର ୫ଶହ ପୁଟ ଉଚ୍ଚତାରେ ଚୁନ ପଥର ପାହାଡ ମଧ୍ୟରେ ଏକ ଗୁମ୍ପା ମଧ୍ୟରେ ପ୍ରଭୁ ଇଶ୍ୱର ଙ୍କ ପ୍ରକାଣ୍ଡ ଲିଙ୍ଗ ରହିଛି । ଗୁମ୍ପାର ପ୍ରବେଶ ଦ୍ୱାର ୮ ଫୁଟ ଉଚ୍ଚ ହୋଇଥିବା ବେଳେ ୨ ଫୁଟ ଚିଉଡା ଅଟେ । ଶିବ ଲିଙ୍ଗର ଉଚ୍ଚତା ପ୍ରାୟ ୬ ଫୁଟ ଓ ଗୋଲେଇ ୧୦ ଫୁଟ ଅଟେ । ଗୁମ୍ପା ମଧ୍ୟକୁ ଯିବାକୁ ହେଲେ ୧୦୮ଟି ପାହାଡ ଚଢିବାକୁ ପଡେ । ପାହାଡଟି ଚୁନ ପଥରର ହୋଇଥିବା ବେଳେ ଲିଙ୍ଗଟି କଳା  ମୁଗୁନି ପଥରର ଅଟେ । ପ୍ରଭିୁଙ୍କ ପଛପଟେ ଅକ ଗୁମ୍ପା ରହିଛି ଯାହାର ପ୍ରବେଶ ଦ୍ୱାରା ଅତି ଛୋଟ । ଏହା ମଧ୍ୟକୁ ଯିବାକୁ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ହୁଏ । ଅନ୍ୟ ଏକ ଗୁମ୍ପାର କାମଧେନୁ ଗାଇ ରହିଛି । ଯାହାର ସ୍ଥନରୁ ଏବେବି କ୍ଷୀର ଝରିଥାଏ । ଓ ଭକ୍ତ ହାତ ଦେଖାଇଲେ ଯଦି ସେଠାରୁ କ୍ଷୀର ବାହାରେ ତେବେ ମନସ୍ମାମନା ପରୁଣ ହୁଏ ବୋଲି ବିଶ୍ୱାସ ରହିଛି । ପ୍ରଭୁଙ୍କ ଦର୍ଶନ ପୁବରୁ ଭକ୍ତ ମାନେ ପ୍ରଥମେ ଶାବେରି ନଦୀରେ ସ୍ନାନ କରିଥାନ୍ତି । ବାଟରେ ପଡିଥାଏ ଡକରା ଡକରି ଘାଟି ଯେଉଁ ଠାରେ ଭକ୍ତ ମାନେ ଡାଲ ଖାଇ ଠାକୁରାଣିକୁ ଡାଳ ସମ୍ପର୍ପଣ କରିଥାନ୍ତି ।


 କଥିତ ଅଛି ଗୁପ୍ତେଶ୍ୱର ବହୁ କାଳ ଧରି ଗୁପ୍ତ ଭାବରେ ରହିଥିଲା । ଜୟପୁର ରାଜ ବଂଶ ରାଜା ବିର ବିକ୍ରମଦେବଙ୍କ ଶାସନ କାଳ ୧୭୪୮-୧୭୬୯ ସପ୍ତଦଶ ଶତାଦ୍ଧି ସମୟରେ ରାଜାଙ୍କ କାନରେ ଏହି ଗୁମ୍ପା ବିଷୟ ପଡିଥିଲା । ପରେ ରାଜା ସେଠି କୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ଓ ଗୁମ୍ପା ମଧ୍ୟ କୁ ଯିବା ପାଇ ପାହାଚ ନିର୍ମାଣ କରାଇଥିଲେ । ସେହି ଦିନ ଠାରୁ ଏହି ପୀଠ ଲୋକ ଲୋଚନକୁ ଆସିଥିଲା । ରାଜା ବିର ବିକ୍ରମଦେବ  ଏହି ଲିଙ୍ଗ ବିଷୟରେ ଜାଣି ପୁଜା ଚନା କରିଥିଲେ । ଏ  ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତି ରହିଛି । ଜଣେ ଶିକାରି ହରିଣ ଶିକାର ପଛରେ ଧାଇ ଧାଇ ଏହି ଗୁମ୍ପା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ହରିଣ ଅନ୍ତଦ୍ଦାନ ହୋଇଯାଇଥିଲା । ଓ ଶୀକାରି ଜଣ ଦେଖିଲା ଗୁମ୍ପା ମଧ୍ୟରେ ଏକ ଲିଙ୍ଗ । ଏହା ପରେ  ଶୁନ୍ୟ ବାଣି ହେଲା ଯେ ଏ ବିଷୟ କାହାକୁ ପ୍ରଘଟ କରିବ ନାହିଁ । ନଚେତ ମୃତ୍ୟୁ ସୁନିଶ୍ଚିତ । ଏହା ପରେ ଶିକାରି ଜଣକ ପ୍ରତି ଦିନ ପୁଜା ଚନା କରୁଥିଲା । କିନ୍ତୁ ଲୋକେ ଏହାର ରହସ୍ୟ ପାଚାରିବାରୁ ସେ ପ୍ରଘଟ କରିଥିଲା । ଶେଷରେ ତାହାର ମୃତ୍ୟୁ ହୋଇଥିଲା । ପରେ ରାଜାଙ୍କ କାମରେ ଏ କଥା ପଡିବାରୁ ସିହି ସ୍ଥାନ କୁ ରାସ୍ତା ଘାଟ ସୁବିଧା କରିଥିଲେ । ଏହି ଜଙ୍ଗଲ ମଧ୍ୟରେ ବହୁ ସଂଖ୍ୟାରେ ବାଘ, ଭାଲୁ, ହିଂସ୍ର ଜନ୍ତୁ  ଦେଖାଯାଉଥିବାରୁ ଲୋକେ ବାଘ ଗୁମ୍ପା, ବାଲୁ ଗୁମ୍ପା ଆଦି ନାମରେ ନାମିତ କରିଛନ୍ତି । କେତେକ ଗୁମ୍ପା ମଧ୍ୟରେ ସାଧୁ ମାନେ ତପସ୍ୟା ରତ ବୋଲି ବିଶ୍ୱସ କରନ୍ତି ।  ଗୁପ୍ତେଶ୍ୱର ଯିବା ସମୟରେ ଉଭୟ ଡକରା ଡକରି ଘାଟି ନିକଟରେ ନିରାପଦ ଯାତ୍ରା ପାଇ ଡାଳ ପକାଇ ଯାଆନ୍ତି ।


ଆରମ୍ବ ହୋଇଛି ଶ୍ରାବଣ ମାସ l ଶ୍ରାବଣ ମାସକୁ ଏକ ପୂଣ୍ୟର ମାସ ଭାବେ ମନାଯlଏ । ଶିବଙ୍କର ଏହି ମାସର ପ୍ରତ୍ୟେକ ସୋମବାର ବେଶ୍‌ ଗୁରୁତ୍ବପୂର୍ଣ୍ଣ। ବିଶ୍ବାସ ରହିଛି ଯେ ଶ୍ରାବଣ ସୋମବାରରେ ଶିବଙ୍କ ପୂଜାର୍ଚ୍ଚନା କରି ଯାହାବି ମାଗିବେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରା ହେବ। ଏହି ବିଶ୍ୱାସ ନେଇ ଆଜି ଶ୍ରାବଣ ପ୍ରଥମ ସୋମବାରରେ ବିଭିନ୍ନ ଶୌବ ପୀଠରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ କଉଡ଼ିଆଙ୍କ ଭିଡ଼ ଲାଗିଛି l ଗୁପ୍ତେଶ୍ୱର ପୀଠରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରୁଛନ୍ତି କାଉଡ଼ିଆ ଭକ୍ତ । ଗତ କାଲି ନଦୀ ଘାଟରେ କଉଡ଼ିଆଙ୍କ ଭିଡ଼ ଜମିଥିବା ବେଳେ ଆଜି ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି l  ବଲବମ ଶବ୍ଦର ଉଚ୍ଚlରଣ ସହ କାନ୍ଧରେ ବାଉଁଶ ଭରାରେ ଜଳପୂର୍ଣ୍ଣ କାଳସୀ ବହି ପାଦରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ଗୁପ୍ତେଶ୍ୱର ପୀଠରେ l ଆଜି ଭୋର ସଜାଳୁ ମନ୍ଦିରର ପାଦଦେଶରୁ ଲମ୍ବା ଧାଡିରେ ଆସି ଠାକୁର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ l


୨ଗତ ଦୁଇ ବର୍ଷ କାଭିଡ କୋଟକଣା ଲାଗି ଶ୍ରଦ୍ଧାଳୁ ଶ୍ରାବଣରେ ସାଧାରଣ ଦର୍ଶନରୁ ବଂଚିତ ଥିଲେ କିନ୍ତୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନପାଇଁ ସୁଯୋଗ ରହିଥିବା ଯୋଗୁଁ  ଆଜି ପୀଠରେ ଅଧିକ ଭକ୍ତଙ୍କ ଭିଡ଼ ଜମିଛି ଆଉ ରୀତିନୀତି ଅନୁଯାୟୀ ଦେବଦେବ ମହାଦେବ ଭଗବାନ ଶିବଙ୍କ ପୂଜା ଅର୍ଚନା କରାଯାଇଛି ବୋଲି ମୁଖ୍ୟ ପୂଜକ ପ୍ରକାଶ କରିଛନ୍ତି l ଅନ୍ୟପଟେ ଭକ୍ତଙ୍କ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟଜିତ କରାଯାଇଛି ବୋଲି ଅତିରୋକ୍ତ ତହସିଲଦାର ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି l