ଭଞ୍ଜନଗର: ମୌସୁମୀ ଆସିବା ରେ ବିଳମ୍ବ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଅନାବୃଷ୍ଟି ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ନିଦ ହଜାଇ ଦେଲାଣି। ତତଲା କଡେଇରେ ଏବେ ଏକ ପ୍ରକାର ଭାଜି ହେଉଛନ୍ତି ଲୋକେ। କେଉଁଠାରେ ଚାଷ ଜମି ଫାଟି ଆଁ କଲାଣି ଆଉ ପୁଣି କେଉଁଠି ଜମି ଶୁଖିଗଲାଣି।ବର୍ଷା ଅଭାବରୁ ଏବେ ଖରିଫ ଚାଷ ଆଶା ଆଶଙ୍କାରେ ଅଛନ୍ତି। ଚାତକ ପରି ଏବେ ଚାଷି ଚାହିଁ ରହିଛି ଆକାଶକୁ,ବର୍ଷା କେବେ ହେବ ଆଉ କେବେ ଚାଷୀ ଚାଷ କରିବ। ହେଲେ ପ୍ରକୃତି ସତେ ଯେମିତି ଚାଷୀଙ୍କ ସାଥ୍ ଦେବାକୁ ନାରାଜ। 


COMMERCIAL BREAK
SCROLL TO CONTINUE READING

ତଥାପି ଚାଷୀଙ୍କ ମନରେ ବିଶ୍ୱାସ ରହିଛି। ଏବେ ସେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବ ଆଉ ଭଲ ବୃଷ୍ଟିପାତ କରାଇବ। କାରଣ  ଯେତେବେଳେ ଲୋକଙ୍କ ବିଜ୍ଞାନ ଉପରୁ ଆଶା ତୁଟିଯାଏ  ସେତେବେଳେ ଈଶ୍ଵରଙ୍କ କୃପାକୁ ଆପଣା ଯାଇଥାଏ। ଜଳର ପ୍ରଖର ସ୍ରୋତରେ ଭାସି ଯାଉଥିବା ବ୍ୟକ୍ତିଟି ଶୁଖିଲା ତୃଣ ଖଣ୍ଡକୁ ମଧ୍ୟ ଭରସା କରିଥାଏ। ଜୁନ ମାସ ହେଲାଣି ହେଲେ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଜମିରେ ଧାନ ବୁଣା କାଯ୍ୟ ହୋଇପାରିନାହିଁ। ଚାଷୀ ଏବେ ପାରମ୍ପରିକ ବିଶ୍ଵାସକୁ ଉଦଜୀବିତ କରି ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରି ବର୍ଷା କରାଇବା ପାଇଁ "ବେଙ୍ଗୁଲି ନାଚ" କରିବା ଦୃଶ୍ୟ ଦେଖିବାକୁ ମିଳିଛି। 


ଏହା ଅନ୍ଧବିଶ୍ୱାସ ଆପଣାଇଥାଏ ହେଲେ ଲୋକଙ୍କ ବିଶ୍ୱାସ ଏପରି କଲେ କାଳେ ଇନ୍ଦ୍ରଦେଵତା ସନ୍ତୁଷ୍ଟ ହୋଇ ବର୍ଷା କରନ୍ତି। ପରମ୍ପରାକୁ ପାଥେୟ କରି ଲୋକେ ଏବେ ଭଲ ବର୍ଷା ପାଇଁ ବେଙ୍ଗୁଲି ନାଚ କରୁଛନ୍ତି। ଲୋକେ ଗୋଟିଏ ବାଡ଼ିରେ ବେଙ୍ଗ ବେଙ୍ଗୁଲିକୁ ବାନ୍ଧି ଗାଁ ସାରା ବୁଲାଇଥାନ୍ତି। ଲୋକେ ହଳଦୀ ପାଣି ଓ ଆଚୁ ପାଣି କରି ବନ୍ଧା ଯାଇଥିବା ବେଙ୍ଗ ଉପରେ ପକାଇଥାନ୍ତି। ଗାଁ ସାରା ବୁଲିବା ପରେ ଶେଷରେ ବନ୍ଧା ଯାଇଥିବା ବେଙ୍ଗ ଓ ବେଙ୍ଗୁଳିର ବାହା କରି ପାଣିରେ ଛାଡି ଦିଅନ୍ତି ଏବଂ ଗାଁର ପାହାଡ଼ ଉପରକୁ ଯାଇ ସେଠାରେ ପର୍ବତ ଦେବତାଙ୍କୁ ପୂଜା କରି ଆସିଲେ କାଳେ ବର୍ଷା ହେଇଥାଏ ବୋଲି ଲୋକଙ୍କ ପାଖରେ ରହିଛି। ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ ଓ ପ୍ରବଳ ଗରମରୁ ମୁକ୍ତି ପାଇଁ ଭଲ ବର୍ଷା ଟିକିଏ ଆବଶ୍ୟକ ହୋଇଥବାରୁ ଲୋକେ ଏବେ ବେଙ୍ଗୁଲି ନାଚ ଉପରେ ଭରସା ରଖିଛନ୍ତି।  ବେଙ୍ଗୁଲି ନାଚ କଲେ ଭଲ ବର୍ଷା ହେବ ଆଉ ଅସହ୍ୟ ଗରମରୁ ତ୍ରାହି ମିଳିବା ସହ କୃଷି କାଯ୍ୟ ଆଗେଇବ।