Mo Bus: ଆସନ୍ତା ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ହେବାକୁ ଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଆଉ ତିନୋଟି ରୁଟରେ ‘ମୋବସ’ ଚଳାଚଳ କରିବ । ଏନେଇ  କ୍ରୃଟ (Capital Region Urban Transport) ପକ୍ଷରୁ ଘୋଷଣା କରାଯାଇଛି । ରୁଟ୍ ନମ୍ବର ୩୧(Route No. 31)ରେ, ଭୁବନେଶ୍ବର ରେଳ ଷ୍ଟେସନରୁ ହାଇଟେକ୍ ହସପିଟାଲ ଭାୟା ଲକ୍ଷ୍ମୀ ସାଗର ଦେଇ ‘ମୋବସ’ଚଳାଚଳ କରିବ । ସେହିପରି ରୁଟ୍ ନମ୍ବର ୩୯(Route No. 39)ରେ ଭୁବନେଶ୍ବର ରେଳ ଷ୍ଟେସନରୁ ଭାୟା ଭିମଟାଙ୍ଗୀ ଦେଇ ଏମସ୍ ହସପିଟାଲକୁ ‘ମୋବସ’ ଗଡିବ । ଅନ୍ୟପଟେ ରୁଟ ନମ୍ବର ୪୦ରେ ମଧ୍ୟ (Route No. 40) ବରମୁଣ୍ତା ଆଇଏସବିଟି ସାଇମନ୍ଦିର ଦେଇ ବରମୁଣ୍ତା ବ୍ରିଟ କଲୋନୀକୁ ଗଡ଼ିବ ‘ମୋବସ’ ।


COMMERCIAL BREAK
SCROLL TO CONTINUE READING

ଏହା ପୂର୍ବରୁ ଗୁରୁବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି ‘ମୋ ବସ’ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ‘ମୋ ବସ’ ସେବାର ଶୁଭାରମ୍ଭ କରିଛନ୍ତି। ଏଣିକି କମ୍ ଖର୍ଚ୍ଚରେ ଏବଂ ସୁବିଧାରେ ଯାତାୟତ କରିପାରିବେ ରାଉରକେଲା ସହରବାସୀ। ମୁଖ୍ୟମନ୍ତ୍ରୀ ରାଉରକେଲାଠାରେ ନିର୍ମାଣ ହୋଇଥିବା ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବାକୁ ପହଞ୍ଚିବା ଅବସରରେ ‘ମୋ ବସ’ ସେବାର ଶୁଭାରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ରାଉରକେଲା ସଡକରେ ଗଡ଼ିଲା ‘ମୋ ବସ’। ୩୦ଟି ‘ମୋ ବସ’ ରାଉରକେଲା ସହରର ବିଭିନ୍ନ ରୁଟରେ ଗଡ଼ିଛି। ଯାତ୍ରୀଙ୍କୁ ସହଜ ଏବଂ ସୁଲଭ ଦରରେ ଯାତାୟତର ସେବା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ‘ମୋ ବସ’ ସେବାର ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭୁବନେଶ୍ଵର,କଟକ ଏବଂ ପୁରୀରେ ‘ମୋ ବସ’ର ସୁବ ସେବା ଆରମ୍ଭ ହୋଇଛି। ରାଉରକେଲାରେ ଏହି ସେବା ଆରମ୍ଭ କରାଯାଇଛି। ସହରରେ ‘ମୋ ବସ’ ସେବା ଆରମ୍ଭ ହୋଇଥିବାରୁ ରାଉରକେଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।


ଏହାବି ପଢନ୍ତୁ : Rashmika Mandanna: କେଉଁ ଅପରାଧରେ ଜଡିତ ଅଛନ୍ତି ରଶ୍ମିକା ? ନିଜକୁ କାହଁକି ଭାବନ୍ତି ଦୋଷୀ


ଏହାବି ପଢନ୍ତୁ : Vijay Deverakonda: ବିବାଦରେ ଫସିବା ପରେ ଫ୍ୟାନ୍ସଙ୍କୁ ମନାଇବାକୁ ଟ୍ରିପରେ ପଠାଉଛନ୍ତି ଦେବେରକୋଣ୍ଡା


ଆସନ୍ତାକାଲି(ଜାନୁଆରୀ ୧୩)ଠାରୁ ହକି ବିଶ୍ୱକପ୍ ଆରମ୍ଭ ହେବ  । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ  ମୁକାବିଲା ଚାଲିବ । ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ଗୋଟାଏରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ସେହିପରି ରାଉରକେଲାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ଖେଳାଯିବ । ସଂଧ୍ୟା ୭ଟାରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ- ସ୍ପେନ୍ ସହ ହେବ । ଗତକାଲି ଉଦଘାଟନୀ ଉତ୍ସବ ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି ହକି ପ୍ରେମୀ । ସେପଟେ ଆଜି ରାଉରକେଲା ସହର ବୁଲିବ ହକି ବିଶ୍ୱକପ୍ ଟ୍ରଫି । ଦିନସାରା ସହର ପରିକ୍ରମା କରିବା ପରେ ରାତିରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।