Sonepur Accident: ସୋନପୁର-ବିନିକା ରାସ୍ତାର ସାରଦାପଲ୍ଲୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା( Road Accident) । ସ୍କୁଲ ସାରି ଘରକୁ ଫେରୁଥିବା ତିନି ଜଣ ଛାତ୍ରଙ୍କୁ ଚାପି ଦେଲା କାର୍ । ମୃତକମାନେ ହେଲେ ୧୧ ବର୍ଷର ସୁବ୍ରତ ଭୋଇ, ରାଜେଶ ପେରା ଓ ରାଜା ପେରା । ସେମାନେ ସାରଦାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଥିଲେ । ଏହି ଦୁର୍ଘଟଣାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ କପିଳା ଭୁଏ ଗୁରୁତର ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁୟାୟୀ, ଗତକାଲି ଦିନ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସାରଦାପଲ୍ଲୀର କିଛି ଛାତ୍ର ବାର୍ଷିକ ପରୀକ୍ଷା(Exam) ଦେଇ ଘରକୁ ଫେରୁଥିଲେ। ସାରଦାପଲ୍ଲୀ ଛକ ନିକଟରେ ବିନିକା(Binika) ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ତିନି ଜଣଙ୍କୁ ସୋନପୁର ମେଡି଼କାଲରେ ଭର୍ତ୍ତି କରାଇବା ସମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଭୀମସାରକୁ( Burla vimsar) ସ୍ଥାନାନ୍ତର କରାଯାଇଛି। ତେବେ ରାସ୍ତାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା(Accident) ପରେ ସ୍ଥାନୀୟ ଲୋକେ ସୋନପୁର-ବିଙ୍କା ରାସ୍ତା ଅବରୋଧ( Protest) କରିଥିଲେ । ଫଳରେ ସାରଦାପଲ୍ଲୀ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।


ଖବରପାଇ ସୋନପୁର ଉପଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର(sonepur sub collector Dr. Ipsita Priyadarshini Mishra)  ଓ ପୋଲିସର ଏକ ଟିମ୍ ଆନ୍ଦୋଳନସ୍ଥଳକୁ ଯାଇ ଆନ୍ଦୋଳନରତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।  ବୁଝାସୁଝା ପରେ ରାସ୍ତା ରୋକ ହଟିଥିଲା। ଦୁର୍ଘଟଣା ଘଟାଇଥିବା କାର୍ ଚାଳକକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଥିବା ସୂଚନା ମିଳିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରଦାପଲ୍ଲୀରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଓ ଆହତ ଛାତ୍ରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।


ଏହାମଧ୍ଯ ପଢନ୍ତୁ-Zwigato: କପିଲ ଶର୍ମାଙ୍କ ଫିଲ୍ମ ‘ଜିଗାଟୋ’କୁ ଟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଏହାମଧ୍ଯ ପଢନ୍ତୁ-Smriti irani Birthday: ହୋଟେଲ କର୍ମଚାରୀରୁ କେନ୍ଦ୍ରମନ୍ତ୍ରୀ, ଏମିତି ଜ୍ୟୋତିଷଙ୍କ କଥାକୁ ଭୁଲ ପ୍ରମାଣିତ କରିଥିଲେ ସ୍ମୃତି ଇରାନୀ


ଏହାମଧ୍ଯ ପଢନ୍ତୁ- Puri: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ