Tiger Skin Seized: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର । ଶିକାରୀମାନେ କ୍ରମାଗତ ଜନ୍ତୁ ମାନଙ୍କୁ ଶିକାର କରିବାରେ ଲାଗିଛି । ଗତ ସପ୍ତାହରେ ଦନ୍ତା ହାତୀ ଶିକାର ହେବା ପରେ ଜଙ୍ଗଲ କର୍ମଚାରୀମାନେ ସମାନଲୋଚନାର ଶିକାର ହୋଇଥିଲେ । ବର୍ତ୍ତମାନ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ଟିମ୍ ଉଦଲା ତହସିଲ ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁର ଗ୍ରାମରୁ ଏକ ରୟାଲ ବେଙ୍ଗଲ ଟାଇଗରର ଚର୍ମ ଉଦ୍ଧାର କରିଛି । ଏହାସହ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ସେଠାକାର କୁଣ୍ଡବାଇ ପୋଲିସ ସୀମା ଅନ୍ତର୍ଗତ ମୁଷାଖାଇ ଗାଁର ଦେବଶିଷ ପାତ୍ର (୨୧) ବୋଲି ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁଯାୟୀ, ବନ୍ୟଜନ୍ତୁ ଦ୍ରବ୍ୟର କାରବାର ସମ୍ପର୍କରେ ଏସଟିଏଫ ଦଳ ସୂଚନା ପାଇବା ପରେ  ଉଦଲାର ବେଲପାଲ ଛକ ନିକଟରେ ସକାଳେ ଚଢ଼ାଉ କରିଥିଲା । ତଲାସୀ ବେଳେ ଏସଟିଏଫ ଟିମ୍ ଅଭିଯୁକ୍ତ ନିକଟରୁ ଗୋଟିଏ ବାଘ ଚର୍ମ ଓ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଉଦ୍ଧାର କରିଥିଲା । ଯେତେବେଳେ ଅଭିଯୁକ୍ତ ଜିନିଷଗୁଡ଼ିକର ମାଲିକାନା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ, ଦଳ ତାଙ୍କୁ ଗିରଫ କରିଥିଲା । ଅନ୍ୟ ଦୁଇଜଣ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ ।


ଆଧିକାରୀକ ସୂତ୍ରରୁ ଜଣାପଡିଛି ଯେ, ଏକ ମାସ ପୂର୍ବରୁ ମହାବଳ ବାଘକୁ ଶିକାର କରାଯାଇଥିଲା । ଏହି ଘଟଣାରେ ଏକ ମାମଲା ପଞ୍ଜୀକୃତ ହୋଇଛି ଓ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ ୫୨, ୧୯୭୨ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ । ସେପଟେ ଜୈବିକ ପରୀକ୍ଷା ପାଇଁ ଚର୍ମକୁ ନିର୍ଦ୍ଦେଶକ ଡବ୍ଲୁଇଇ, ଡେରାଡୁନଙ୍କ ନିକଟକୁ ପଠାଯିବ । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଉଦଲା ପୋଲିସ ସୂଚନା ଦେଇଛି ।


ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ


ଏହା ବି ପଢ଼ନ୍ତୁ:-କିଏ ସେ ୧୫ ବର୍ଷୀୟ ଆଲ୍ଲା ମହମ୍ମଦ, ଯାହାଙ୍କ ନାମ IPL ନିଲାମରେ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ


ଏହା ବି ପଢ଼ନ୍ତୁ:-ବାଂଲାଦେଶୀ ସ୍ପିନରଙ୍କ 'ରହସ୍ୟମୟ ବଲ'ର ଶିକାର ହେଲେ ବିରାଟ କୋହଲି, ଆଉଟ ହେବା ପରେ ହୋଇଗଲେ କନ୍ଫୁଜ୍, ଦେଖନ୍ତୁ ଭିଡିଓ


ଏଠାରେ କହି ରଖୁଛୁ ଯେ, ଡିସେମ୍ବର ୭ରେ ଶିମିଳିପାଳ ଜାତୀୟ ଉଦ୍ୟାନର ଜେନାବିଲି ଜଙ୍ଗଲ ପରିସରରେ କିଛି ଶିକାରୀଙ୍କ ଦ୍ୱାରା ଏକ ହାତୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଚାରି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଲା, ଯେତେବେଳେ କିଛି ସ୍ଥାନୀୟ ଆଦିବାସୀ ଏହି ଘଟଣାରେ ଅନୁସନ୍ଧାନ କରିବାକୁ ସ୍ୱର ଉତ୍ତୋଳନ କରିଥିଲେ । ଅଭିଯୋଗ କରିଥିଲେ ଯେ ଜଙ୍ଗଲ କର୍ମଚାରୀମାନେ ଶିକାରୀଙ୍କ ସହ ମିଶି ହାତୀର ଶବକୁ ପୋଡି ନଦୀରେ ଭସାଇ ଦେଇଛନ୍ତି । ଅନୁସନ୍ଧାନ ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଦୁଇ ଜଣ ବନ କର୍ମଚାରୀ ଓ ଜଣେ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।