ସମ୍ବଲପୁର: ଓଡ଼ିଆରେ ଗୋଟିଏ ଲୋକକଥା ରହିଛି ଦ୍ୱୀପ ତଳ ଅନ୍ଧାର। ଅର୍ଥାତ ସୁବିଧାର ନିକଟତମ ଲୋକଟି ହିଁ ସୁବିଧା ପାଇବାରୁ ବଞ୍ଚିତ ହୋଇଥାଏ। ଏକଥା ଆମେ ଏଇଥିପାଇଁ କହୁଛୁ କାରଣ, ସମ୍ବଲପୁରର ମହାନଦୀ ଅବବାହିକାରେ ରହିଛି ଦଳେଇପଡ଼ା। କିନ୍ତୁ ଏହି ସାହିର ବାସିନ୍ଦାମାନେ ଦୀର୍ଘ ଦିନରୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦିନେ କି ଦୁଇ ଦିନ ଦୀର୍ଘ ପ୍ରାୟ ଏକ ବର୍ଷ ହେବ ଏଭଳି ସମସ୍ୟାରେ ଯୁଝି ହେଉଛନ୍ତି ଦଳେଇପଡ଼ାବାସୀ। 


COMMERCIAL BREAK
SCROLL TO CONTINUE READING

ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।  ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ପାଇପ ମଧ୍ୟ ବିଛାଯାଇଛି। କିନ୍ତୁ ପାନୀୟ ଜଳର ବ୍ୟବସ୍ଥା ସଠିକ ଢଙ୍ଗର ହୋଇନାହିଁ। ସମ୍ବଲପୁର ମହାନଗର ନିଗମର ୧୦ ନମ୍ବର ୱାର୍ଡ ଦଳେଇପଡା ଅଞ୍ଚଳରେ ପ୍ରାୟ ୧୦୦ ପରିବାର ପାନୀୟ ଜଳ ଅଭାବର ଜଳକଷ୍ଟ ଭୋଗୁଛନ୍ତି । କେତେବେଳେ ବାହାରେ ଲାଗି ଥିବା ପାଣି ଟାଙ୍କିରୁ ପାଣି ସଂଗ୍ରହ କରୁଛନ୍ତି ତ କେତେବେଳେ ଟ୍ୱୁବୱେଲରୁ ବାହାରୁ ଥିବା ଜଳ ସଂଗ୍ରହ କରି ଜୀବନ ଅତିବାହିତ କରୁଛନ୍ତି। ଏ ସମସ୍ୟା ବାବଦରେ ବାରମ୍ବାର ଜିଲ୍ଲା ପ୍ରଶାସନ, ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ମାତ୍ର ତାହାକୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳେଇପଡାବାସୀ।


ଦଳେଇପଡା,  ମହାନଗର ନିଗମ କାର୍ଯ୍ୟାଳୟର କାନ୍ଥକୁ ଲାଗି ରହିଛି। ଯଦି ଏହି ଅଞ୍ଚଳ ସହରର ମଧ୍ୟସ୍ଥଳରେ ରହିବା ସହ ମହାନଗର ନିଗମକୁ ଲାଗି ରହିଛି, ଏଇଠି ଯଦି ଲୋକେ ଦୀର୍ଘ ଏକ ବର୍ଷ ହେବ ପାନୀୟ ଜଳ କଷ୍ଟ ଭୋଗୁଛନ୍ତି ତା'ହେଲେ ଗ୍ରାମାଞ୍ଚଳର କଥା ପଚାରେ କିଏ।ଏହି ପଡାର ମହିଳାମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ସମ୍ପର୍କିତ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ରାସ୍ତାରୋକ ମଧ୍ୟ କରିଛନ୍ତି। କିନ୍ତୁ ଫଳାଫଳ ଶୁନ। ସମ୍ୟକ ସମାଧାନ କରି ପୁଣି ଯେମିତିକୁ ସେମିତି ଅବସ୍ଥା। ଏଥର ଯଦି ପାନୀୟ ଜଳର ସ୍ଥାୟୀ ସମାଧାନ କରା ନ ଯାଏ ତା ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ମହିଳାମାନେ ।