World Record Jagannth Dashaabatar :- ବିରି , ମୁଗ ଓ ମୁସୁର ଡାଲିରେ ଜଗନ୍ନାଥଙ୍କ ଦଶାବତାର। ଏମିତି ଛୋଟ ଛୋଟ ଜିନିଷରେ ଅତି ନିଖୁଣ ଭାବରେ ଶ୍ରୀଜିଉଙ୍କ ପ୍ରତିଛବି ସହିତ ଦଶାବତାର ତିଆରି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ମୁନା ମହାରଣା। ଏହି କଳାକାର ଏତେ ସୁକ୍ଷ୍ମ ଜିନିଷରେ ଜଗନ୍ନାଥ ଦଶାବତାର ପ୍ରତିଛବି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସୁବଳୟା ଗାଁର ମୁନା ଖାଲି ବିରି ମୁଗ ନୁହେଁ ପୁରୁଣା ସାଇକଲ ସାମଗ୍ରୀ ତଥା ତୁଳସୀ ଜଟାରେ ମଧ୍ୟ ଜଗନ୍ନାଥଙ୍କ ପ୍ରତିଛବି ତିଆରି କରି ଲୋକ ଲୋଚନକୁ ଆସିଛନ୍ତି । ମୁନାଙ୍କ ସ୍ବପ୍ନ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ସହିତ ଲିମକା ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ।


COMMERCIAL BREAK
SCROLL TO CONTINUE READING

 ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗାଁର ମୁନା ମହାରଣା। ପେଶାରେ ଜଣେ ସାଇକଲ ମେକାନିକ ହୋଇଥିବା ବେଳେ, ଜଗନ୍ନାଥଙ୍କ ପ୍ରତିଛବିକୁ ବିଭିନ୍ନ ସୁକ୍ଷ୍ମ ଜିନିଷରେ ତିଆରି କରିବା ତାଙ୍କର ପିଲାଟି ଦିନରୁ ପ୍ରବଳ ନିଶା। ମୁନାଙ୍କ ଏଭଳି କାରୁକାର୍ଯ୍ୟ ପ୍ରତି ରୁଚି ରଖିଥିବା ବେଳେ ଏଥିପାଇଁ ସେ ଦିନରାତି ଏକ କରି ଏସବୁ ପ୍ରତିଛବି ତିଆରି କରିଥାନ୍ତି।ପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଶାର ଆରାଧ୍ୟ ଦେବତା ହୋଇଥିବା ବେଳେ ଜଗନ୍ନାଥଙ୍କ ପ୍ରତିଛବିକୁ ସୁକ୍ଷ୍ମ ରୁ ସୁକ୍ଷ୍ମ ଜିନିଷରେ ତିଆରି କରିବାର ଲକ୍ଷ ତଥା ଆଗକୁ ରଥଯାତ୍ରା ଆସୁଥିବାରୁ, ମୁନା ବିରିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିଛବି ସହିତ ଦଶାବତାର ଆଙ୍କି ଏବେ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ।ଛୋଟ ଛୋଟ ବିରି ,ମୁଗ ଆଦିରେ ଜଗନ୍ନାଥଙ୍କ ଦଶାବତାର ତିଆରି କରି ତାକୁ ବିଭିନ୍ନ ପ୍ରକାର ରଂଗରେ ସଜାଇଛନ୍ତି । ତେବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ମୁନ୍ନା ଏଭଳି ପ୍ରୟାସ କରୁଥିବା କହିଥିବା ବେଳେ ଆଗକୁ ସୁଯୋଗ ପାଇଲେ ଆହୁରି ସୁକ୍ଷ୍ମ ଜିନଷରେ ଜଗନ୍ନାଥଙ୍କ ପ୍ରତିଛବି ତିଆରି କରିବାର ଲକ୍ଷ ରଖିଛନ୍ତି ।



ମୁନା ମହାରଣା ଖାଲି ମୁଗ, ବିରି ରେ ଜଗନ୍ନାଥ ପ୍ରତିଛବି ତିଆରି କରିଛନ୍ତି ତାହା ନୁହେଁ ସେ ସାଇକଲର ସରଞ୍ଜାମ ତଥା ତୁଳସୀ ଜଟାରେ ମଧ୍ୟ ଜଗନ୍ନାଥଙ୍କ ପ୍ରତିଛବି ତିଆରି କରିଛନ୍ତି । ତେବେ ଅତି ସୁନ୍ଦର ଭାବରେ ସୁକ୍ଷ୍ମ ରୁ ସୁକ୍ଷ୍ମତର ଜିନିଷଗୁଡିକରେ ଜଗନ୍ନାଥଙ୍କ ପ୍ରତିଛବି ତିଆରି କରିଥିବା ବେଳେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବପର ନୂହେଁ ।ଏଭଳି ଜିନିଷରେ ଏତେ ସୁକ୍ଷ୍ମ କାରୁକାର୍ଯ୍ୟ କରି ମୁନା ଅଂଚଳରେ ବେଶ୍ ନାଁ କମାଇଥିବା ବେଳେ ଆର୍ଥିକ ଅନାଟକ ଯୋଗୁଁ ଆଗକୁ ଯାଇପାରୁ ନ ଥିବା ଗାଁ ତଥା ସାହି ପଡିଶା କହିଛନ୍ତି ।


 ସୁବର୍ଣ୍ଣପୁର ଜିଲ୍ଲାର କଳାକାର ସବୁବେଳେ କିଛି ନା କିଛି ନୂତନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଗ୍ରାମାଞ୍ଚଳରେ ବସବାସ କରୁଥିବା ମୁନା ସୁକ୍ଷ୍ମ ଜିନିଷରେ ଦଶାବତାର ତିଆରି କରି ଚର୍ଚ୍ଚାକୁ ଆସିପାରିଛନ୍ତି । ତେବେ ପ୍ରତ୍ସାହନ ମିଳିଲେ ଆଗକୁ ଆହୁରି ସୁକ୍ଷ୍ମ କାରୁକାର୍ଯ୍ୟ କରି ଦେଖାଇବା ସହିତ ଜଗନ୍ନାଥ ସଂସ୍କୃତିକୁ ଆଗକୁ ନେବା ସହିତ ବିଶ୍ବ ଦରବାରରେ ଜିଲ୍ଲାର ନାଁ ରଖିବେ ନିଶ୍ଚୟ ।