Human Clothes: ଆମେ ସମସ୍ତେ ଜାଣୁ ଯେ ଆମ ପୂର୍ବପୁରୁଷ ଥିଲେ ବାନର । ବାନର ଭଳି ଆମେ ଦିନ ଗଛ ଉପରେ ରହୁଥିଲେ । ଦିନେ ସେମାନେ ତଳକୁ ଓହ୍ଲାଇ ସିଧା ଚାଲିବା ଆରମ୍ଭ କଲେ । ବାନର ଭଳି ସେମାନଙ୍କ ଦେହରେ ଥିବା କେଶ ମଧ୍ୟ ସମୟ ସହିତ ଝଡ଼ି ଯାଇଥିଲା । ଏହାପରେ ଶରିରକୁ ଉଷ୍ମ ରଖିବାକୁ ମାନବ ପୋଷାକର ଆବଶ୍ୟକତା ଅନୁଭବ କଲା । ସେ ପ୍ରଥମେ ପତ୍ର ଗୁଡାଇ ହେଲା,ତେବେ ମନକୁ ଆପେ ଆପେ ପ୍ରଶ୍ନ ଆସେ ଆମ ପୂର୍ବପୁରୁଷ କେବେ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ । ବିଜ୍ଞାନ ଏହାକୁ ନେଇ କ’ଣ କହୁଛି ଆସନ୍ତୁ ଜାଣିବ ।


COMMERCIAL BREAK
SCROLL TO CONTINUE READING

ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ, ଜୀବବିଜ୍ଞାନୀମାନେ ଏ ବିଷୟରେ କିଛି ପ୍ରମାଣ ସଂଗ୍ରହ କରିଛନ୍ତି ଯେ, ମଣିଷମାନେ ପ୍ରଥମେ ପଥର, ହାଡ ଏବଂ ଅନ୍ୟାନ୍ୟ କଠିନ ସାମଗ୍ରୀରେ ନିର୍ମିତ 'ପୋଷାକ' ପିନ୍ଧୁଥିଲେ। ଏଗୁଡ଼ିକ ଯଥେଷ୍ଟ ସ୍ଥାୟୀ ଥିଲା ଏବଂ ଶରୀରରୁ ଖସି ପଡୁ ନଥିଲା ।  ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ଡେଭିଡ ରିଡ କହିଛନ୍ତି ଯେ ମାନବ ପୋଷାକ ପିନ୍ଧିବା ର ଉକୁଣି  ସହିତ ସିଧାସଳଖ ସମ୍ପର୍କ ଥିଲା । ମାନବ ଶରିର ଯେତେବେଳେ ବାନର ଶରିର ଭଳି କେଶରେ ଭରପୁର ଥିଲା ସେତେବେଳେ ଉକୁଣି ତା’ ଦେହରେ ରହୁଥିଲେ । କିନ୍ତୁ କେଶ ଝଡିବା ସହିତ ଏହି ଉକୁଣି ଗାଏବ ହୋଇଗଲେ । ବୈଜ୍ଞାନିକଙ୍କ  ଆକଳନ ଯେ ପ୍ରାୟ ୧.୨ ନିୟୁତ ବର୍ଷ ପୂର୍ବେ ମାନବ ଶରୀରରୁ କେଶ ଝଡି ଯାଇଥିଲା ଏବଂ ଉକୁଣି  ବିଲୁପ୍ତ ହୋଇଯାଇଥିଲେ। ତା’ପରେ ଅନ୍ୟ ଏକ ପ୍ରକାର ଉକୁଣି ସୃଷ୍ଚି ହୋଇଥିଲା ଯାହା ମାନବ ପୋଷାକରେ ରହିପାରୁଥିଲା ଓ ସେ ଦିନକୁ ଥରେ ଖାଉଥିଲା ।


ଭାଲୁ ଚମଡ଼ା ଥିଲା ପ୍ରଥମ ପୋଷାକ


ରିଡଙ୍କ  ଅନୁସାରେ ପ୍ରାୟ ୧.୭୦ ଲକ୍ଷ ବର୍ଷ ପୂର୍ବେ ହିମ ଯୁଗର ଶେଷ ପର୍ଯ୍ୟାୟରେ ମଣିଷ ବୋଧହୁଏ ସାଧାରଣ ପୋଷାକ ପିନ୍ଧିବା ଆରମ୍ଭ କରିଥିଲା। କିନ୍ତୁ ଜର୍ମାନୀର ଟୁବିଙ୍ଗେନ୍ ୟୁନିଭରସିଟିର ରିପୋର୍ଟ ଅନୁଯାୟୀ, ହୋମିନିନ୍ମାନେ ଏହାପ ବହୁ ପୂର୍ବରୁ ପୋଷାକ ପିନ୍ଧୁଥିବାର ପ୍ରମାଣ ରହିଛି। ପ୍ରାୟ ୩୦୦.୦୦୦ ବର୍ଷ ପୂର୍ବେ ନିଜକୁ ଉଷୁମ ରଖିବାକୁ  ସେମାନେ ଭାଲୁ ଚର୍ମ ପିନ୍ଧିବା ଆରମ୍ଭ କରିଥିଲେ । ହୋମିନିନମାନେ ଆମର ଘନିଷ୍ଠ ସମ୍ପର୍କୀୟ ଥିଲେ, ଯେଉଁମାନେ ପରେ ବିଲୁପ୍ତ ହୋଇଯାଇଥିଲେ । ଭାଲୁ ଚମଡ଼ା ପିନ୍ଧିବା କାରଣରୁ ସେମାନଙ୍କ  ଶରୀରରେ କଟା ଚିହ୍ନ ସୃଷ୍ଟି ହେଉଥିଲା । ଏଭଳି ଚିହ୍ନ ଉଦ୍ଧାର ହୋଇଥିବା ମାନବ ଜିବାସ୍ମର ପଟି, ଖପୁରୀ, ହାତ ଏବଂ ପାଦରେ ଦେଖିବାକୁ ମିଳିଛି ।  ପରେ ସେମାନେ ଏହି ଚର୍ମକୁ ନେଇ ଘର ନିର୍ମାଣ ଆରମ୍ଭ କରିଥିଲେ ।  ଯେହେତୁ ସେହି ସମୟରେ ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ଥିଲା,ତେଣୁ ଏହି ଚର୍ମଗୁଡିକ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ ।


ପରେ ଗୁମ୍ଫାକୁ କଲେ ଘର


୩୨,୦୦୦ ବର୍ଷ ପୂର୍ବେ, ତସମାନିଆର ଆଦିବାସୀମାନେ ବୋଧହୁଏ ଶୀତରୁ ରକ୍ଷା ପାଇବା ପାଇଁ ଗୁମ୍ଫା ଭିତରକୁ ଯାଇଥିଲେ । ଏହି ସବୁ ଗୁମ୍ଫାରେ ସେମାନେ ପୋଷାକ ତିଆରି କରିବାର ପ୍ରତ୍ନତାତ୍ୱିକ ପ୍ରମାଣ ମଧ୍ୟ ମିଳିଛି । ସେହି ଗୁମ୍ଫାରୁ ଚମଡ଼ା ଚାଞ୍ଛିବା  ଉପକରଣ ଏବଂ ଛୁଞ୍ଚି ଭଳି ଦେଖାଯାଉଥିବା ଅସ୍ତ୍ର ମଧ୍ୟ ମିଳିଛି ।  ଏସବୁ  ହାଡରୁ ତିଆରି ହୋଇଥିଲା ।  କିନ୍ତୁ ପରେ ପାଗ ଗରମ ହେବ ସହିତ ସେମାନେ ପୋଷାକ ପିନ୍ଧିବା ବନ୍ଦ କରିଥିଲେ । ଆଉ ଗତ ୧୧,୭୦୦ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି । ମାନବ ଗୁମ୍ଫାରୁ ବାହାରି ପୋଷାକରେ ନୂଆନୂଆ ଏକ୍ସପେରିମେଣ୍ଟ କରୁଛି । ଆଗରୁ ଯାହା ଅତ୍ୟାବଶ୍ୟକ ଥିଲା ଏବେ ତାହା ଫେଶନ ।