Dreaming signs:


COMMERCIAL BREAK
SCROLL TO CONTINUE READING

ସ୍ବପ୍ନଦେଶ ଜୀବନରେ ଆଉ ଏକ ଦୁନିଆ । ପ୍ରତ୍ୟେକ ବ୍ୟକ୍ତି ସ୍ବପ୍ନ ଦେଖନ୍ତି । ଆଉ ସ୍ବପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ରହିଛି । ଆମେ ଶୋଇବା ସମୟର ସ୍ବପ୍ନ କଥା କହୁଛୁ । ଆପଣଙ୍କୁ ଏମିତି ୫ଟି ସ୍ବପ୍ନ ବିଷୟରେ କହିବୁ ଯେଉଁ ସ୍ବପ୍ନ ଦେଖିଲେ ଶୁଭ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା କଣ ସେ ସ୍ବପ୍ନ ସବୁ।


ବଳଦ ସ୍ବପ୍ନ


ଯଦି ଆପଣ ସ୍ବପ୍ନରେ ବଳଦ ଦେଖୁଛନ୍ତି । ତାହେଲେ ତାକୁ ଶୁଭ ବୋଲି କୁହାଯାଏ । ବଳଦକୁ ନନ୍ଦି ବୋଲି କୁହାଯାଏ । ଯାହାକୁ ସ୍ବପ୍ନରେ ଦେଖିଲେ ଜୀବନରେ ସଫଳତା ମିଳେ ଏବଂ ଉନ୍ନତି ହୁଏ । କ୍ରିଏଟିଭ୍ କାର୍ଯ୍ୟରେ ସଫଳତା ମିଳେ । କିମ୍ବା ଆପଣଙ୍କ କାର୍ଯ୍ୟ ଦ୍ବାରା ଆପଣଙ୍କୁ ପ୍ରଶଂସା ମିଳେ । ଏହି ସ୍ବପ୍ନ ଦେଖିବା ଦ୍ବାରା ଆପଣଙ୍କ ଆାଧ୍ୟାତ୍ମିକ ଉନ୍ନତି ମଧ୍ୟ ହୁଏ ।


ଖରା ସ୍ବପ୍ନ


ଯଦି ଆପଣ ସ୍ବପ୍ନରେ ଖରା ଦେଖୁଛନ୍ତି ତାହେଲେ ଏହା ମଧ୍ୟ ଶୁଭ ସଙ୍କେତ ଦେଇଥାଏ । ଖରା ଆମକୁ ଉର୍ଜା ପ୍ରଦାନ କରେ । ଆଉ ଯଦି ସ୍ବପ୍ନରେ ଖରା କିମ୍ବା ସୂର୍ଯ୍ୟ ଦେବତାଙ୍କୁ ଦେଖୁଛନ୍ତି ତାହେଲେ ଜୀବନରେ ନୂଆ ଉର୍ଜା ମିଳେ । ଏହି ସ୍ବପ୍ନ ଆପଣଙ୍କୁ ଆପଣଙ୍କ କ୍ୟାରିୟରେ ସଫଳତା ଦେଇଥାଏ । ଆପଣଙ୍କ ଲକ୍ଷ୍ୟ ପରିଷ୍କାର ଏବଂ ସଫଳ ହୁଏ । ଏହା ମାନସିକ ବିକାଶର ମଧ୍ୟ ସଂକେତ ଦେଇଥାଏ ।


ଉଡ଼ୁଥିବାର ସ୍ବପ୍ନ


ଯଦି ସ୍ବପ୍ନରେ ନିଜକୁ ଉଡ଼ୁଥିବାର ଦେଖନ୍ତି ତାହେଲେ ଅଟକି ଥିବା କାମ ପୂରଣ ଖୁବଶୀଘ୍ର ହେବାର ସଂକେତ ଦେଇଥାଏ । ମନରେ ସକାରତ୍ମକତା ବଢ଼େ । ବଡ଼ ସଫଳତା ପ୍ରାପ୍ତ ହେବାର ଥାଏ । ଏମିତିକି ଯଦି ଆପଣ ଫ୍ଲାଇଟରେ ବସିବାର ସ୍ବପ୍ନ ଦେଖୁଛନ୍ତି ତାହେଲେ ଏହା ମଧ୍ୟ ଶୁଭ ସଂକେତ ଦେଇଥାଏ । ବ୍ୟବସାୟ ବା ବୃତ୍ତିରେ ସଫଳତା ମିଳେ । ଆର୍ଥିକ ଲାଭ ମିଳେ ।


ଅଳ୍ପ ବର୍ଷାରେ ଭିଜିବାର ସ୍ବପ୍ନ


ଏହି ସ୍ବପ୍ନକୁ ମଧ୍ୟ ସକାରାତ୍ମକ ସ୍ବପ୍ନ ବୋଲି ସ୍ବପ୍ନଶାସ୍ତ୍ରରେ କୁହାଯାଇଛି । ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଜୀବନରେ ଯଦି କୌଣସି ସମସ୍ୟା ଚାଲିଥାଏ ତାହେଲେ ତାହା ଧିରେ ଧିରେ ଦୂର ହେବାକୁ ଲାଗିବ । ଆପଣ ଠିକ୍ ଦିଶାରେ ଆଗକୁ ବଢ଼ିବେ । ଆପଣଙ୍କୁ ସଫଳତା ପ୍ରାପ୍ତି ମଧ୍ୟ ହେବ । ଏହି ସ୍ବପ୍ନ ମାନସିକ ଶାନ୍ତିର ସଂକେତ ମଧ୍ୟ ଦିଏ ।


ପୂର୍ବଜଙ୍କ ସ୍ବପ୍ନ


ଯଦି ସ୍ବପ୍ନରେ ଆପଣ ଆପଣଙ୍କ ପୂର୍ବଜଙ୍କୁ ଦେଖୁଛନ୍ତି ତାହେଲେ ତାହାକୁ ଶୁଭ ବୋଲି ବିବେଚନା କରାଯାଏ । ଯଦି ସେମାନେ ଆପଣଙ୍କୁ ଆର୍ଶିବାଦ ଦେବାର ସ୍ବପ୍ନ ଦେଖୁଛନ୍ତି ତାହେଲେ ଏହା ମଧ୍ୟ ଖୁବ୍ ଶୁଭ ହୋଇଥାଏ । ଏହା ମଧ୍ୟ ଉପଲବ୍ଧିର ସଂକେତ ଦିଏ । ଅର୍ଥାତ୍ ଆପଣ ଜୀବନରେ ନୂଆ ସଫଳତା ପାଇବେ । ସମସ୍ୟା ଗୁଡ଼ିକ ଧିରେ ଧିରେ ଦୂର ହେବ । ଏହାସହ ଆପଣଙ୍କ ପୂର୍ବଜ ଆପଣଙ୍କ କାମରେ ଖୁସି ଥିବାର ମଧ୍ୟ ସଂକେତ ଦିଏ ।