ବଢୁଛି ମାନସିକ ଚାପ, ବଢୁଛି ଆତ୍ମହତ୍ୟା, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ..

ପୂର୍ବରୁ ପରୀକ୍ଷାରେ କମ ନମ୍ବର ରଖି ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିଲେ। ଅଶିକ୍ଷିତ ବ୍ୟକ୍ତି ଯାହାକୁ ଜୀବନର ମୂଲ୍ୟ ହିଁ ଜଣାନାହିଁ ସେମାନେ କରୁଥିଲେ। ଗରିବ ଭୋକରୁ ମୁକ୍ତି ପାଇଁ ଆତ୍ମହତ୍ୟା କରୁଥିଲା। କିନ୍ତୁ ଏବେ ସମୟ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଶିକ୍ଷିତ ହେଉ କି ଅଶିକ୍ଷିତ, ଧନୀ ହେଉ କି ଗରିବ, ସହରୀ ମଣିଷ ହେଉ ବା ଗ୍ରାମୀଣ, ସମସ୍ତେ ଏବେ ଆତ୍ମହତ୍ୟାର ଫାଶରେ ପଡିବାରେ ଲାଗିଛନ୍ତି ।
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯାହାକୁ ଦେଖିବା ଆତ୍ମହତ୍ୟା କରୁଛି। ଏକ ନିର୍ଦ୍ଦିଷ୍ଟ ବୟସସୀମା ମଧ୍ୟରେ ଏହା ସିମିତ ନାହିଁ। ୭ବର୍ଷରୁ ୭୦ବର୍ଷ ସମସ୍ତେ ଏବେ ଆତ୍ମହତ୍ୟାର ନାଗଫାଶ ଜାଲରେ କବଳିତ। ପୂର୍ବରୁ ପରୀକ୍ଷାରେ କମ ନମ୍ବର ରଖି ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିଲେ। ଅଶିକ୍ଷିତ ବ୍ୟକ୍ତି ଯାହାକୁ ଜୀବନର ମୂଲ୍ୟ ହିଁ ଜଣାନାହିଁ ସେମାନେ କରୁଥିଲେ। ଗରିବ ଭୋକରୁ ମୁକ୍ତି ପାଇଁ ଆତ୍ମହତ୍ୟା କରୁଥିଲା। କିନ୍ତୁ ଏବେ ସମୟ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଶିକ୍ଷିତ ହେଉ କି ଅଶିକ୍ଷିତ, ଧନୀ ହେଉ କି ଗରିବ, ସହରୀ ମଣିଷ ହେଉ ବା ଗ୍ରାମୀଣ, ସମସ୍ତେ ଏବେ ଆତ୍ମହତ୍ୟାର ଫାଶରେ ପଡିବାରେ ଲାଗିଛନ୍ତି । ପ୍ରତିଦିନ ଖବର କାଗଜ ଲେଉଟାଇବା ମାତ୍ରେ ଏପରି ଖବର ଆଖି ସାମ୍ନାରେ ପଡୁଛି। ଆତ୍ମହତ୍ୟା କୌଣସି ବର୍ଗରେ ଆଉ ସୀମିତ ନାହିଁ ଆତ୍ମହତ୍ୟା। ଆଉ ଏହାର କାରଣ ବି ଅସୀମିତ ।
ଯଦି ଆମେ ପୂର୍ବ କଥା ଦେଖିବା ତେବେ କେବଳ ଅଭାବି, ଅଶିକ୍ଷିତ, ବେକାର, ନିର୍ଯ୍ୟାତିତ, ବିଫଳ ବ୍ୟକ୍ତି ଏପରି କରୁଥିବା ବେଳେ ଶୁକ୍ରବାରର ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଜଣେ କାର୍ଯ୍ୟରତ ବିଚାରପତି ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମନସ୍ତତ୍ବବିତଙ୍କ ବିଚାର ଅନୁସାରେ ଏକବିଂଶ ଶତାବ୍ଦୀର ପ୍ରାୟ ସମସ୍ତ ଲୋକ ବିଭିନ୍ନ ମାନସିକ ଚାପର ଶିକାର । ତେଣୁ ମନରେ ଯଦି କୌଣସି ଚାପ, ଚିନ୍ତା ଓ ଦୁଃଖ ରହିଛି ଏହାକୁ ନିଜ ଲୋକଙ୍କ ସହ ଆଲୋଚନା କରନ୍ତୁ ଓ ଦରକାର ପଡ଼ିଲେ ଚିକିତ୍ସା କରାନ୍ତୁ । ତାହାଲେ ଏହି ଫାଶରୁ ମୁକ୍ତି ମିଳିବ। ତା ସହ ସରକାର ସମୟର ଆବଶ୍ୟକତାକୁ ଦେଖି ଏକ ହେଲ୍ପ ଲାଇନ୍ ଜାରି କରନ୍ତୁ । ଯେଉଁଥିରେ ଜଣେ ବ୍ୟକ୍ତି ଫୋନ୍ କରି ନିଜ ମନ କଥା ଜଣାଇ ପାରିବ।
Read Also: ଅଲ୍ଟିମେଟ୍ ଖୋ ଖୋ ଲିଗ୍ ଫାଇନାଲରେ ଓଡ଼ିଶା, ଖେଳାଳିଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ତେବେ ଏବେ ପୁଣି ଆତ୍ମହତ୍ୟାରେ ଚାଲି ଯାଇଛି ଆଉ ଏକ ବହୁ ମୂଲ୍ୟ ଜୀବନ । କୌଣସି ସାଧାରଣ ଲୋକ ନୁହନ୍ତି କି ପ୍ରେମରେ ବିଫଳ ହୋଇ ଥିବା ପ୍ରେମିକ ପ୍ରେମିକା ନୁହଁନ୍ତି । ଜଣେ ବିଚାରପତି ନିଜ ବହୁମୂଲ୍ୟ ଜୀବନକୁ ନିଜେ ହିଁ ନିଜ ହାତରେ ହତ୍ୟା କରିଛନ୍ତି । ଯାହାର କାରଣ ଏବେ ବି ଅସ୍ପଷ୍ଟ । ପରିବାର ଲୋକ ଏହାକୁ ହତ୍ୟା କହୁଛନ୍ତି। କିନ୍ତୁ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ଏପରି ଆତ୍ମହତ୍ୟା ମାମଲା ଏବେ ବଢି ଚାଲିଛି । ରାତି ପାହିଲେ ଖବର କାଗଜରେ, ଟିଭିରେ କେଉଁଠି ନା କେଉଁଠି ଆତ୍ମହତ୍ୟା ମାମାଲା ଦେଖିବାକୁ ଶୁଣିବାକୁ ମିଳୁଛି ।
କେଉଁଠି ପ୍ରେମ ପାଇଁ, କେଉଁଠି ବେରୋଜଗାର ପାଇଁ, କେଉଁଠି ବିଫଳତା ପାଇଁ ତ କେଉଁଠି ପାରିବାରିକ କାରଣ ପାଇଁ ଏହା ବୃଦ୍ଧି ପାଇ ଚାଲିଛି । ମନସ୍ତତ୍ବବିତ୍ତଙ୍କ ମତ୍ତରେ ଏବେ ଆତ୍ମହତ୍ୟାର କାରଣ ସୀମିତ ହୋଇ ରହିନାହିଁ । ସାମାନ୍ୟ ଚାପ ଓ ବିଫଳତାକୁ ସହିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି । ଏହା ସହ ବର୍ତ୍ତମାନର ସମୟ ଅନୁସାରେ ନିଜ ଲୋକଙ୍କ ସହ ଜଡିତ ଓ ଏକାଠି ହୋଇ ରହିବା ଅପେକ୍ଷା ଏକୁଟିଆ ରହିବା ପାଇଁ ପ୍ରତ୍ୟକ ମଣିଷ ଅଧିକ ପସନ୍ଦ କରୁଛି । ଯାହା ଫଳରେ ଡିପ୍ରେସନ୍ ବା ମାନସିକ ଅବସାଦର ଜଲଦି ଶିକାର ହେଉଛନ୍ତି ସଭ୍ୟ ସମାଜ । ତେଣୁ ଚାପ ବା ସମସ୍ୟା ଆସିଲେ ଭାଙ୍ଗି ନ ପଡି ନିଜ ଲୋକଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରନ୍ତୁ, ଏଥିରେ ସମାଧାନ ନ ହେଲେ ଚିକିତ୍ସିକଙ୍କ ପାଖକୁ ଯାଇ ଚିକିତ୍ସା ହୁଅନ୍ତୁ ବୋଲି ମନୋବିଜ୍ଞାନୀ ଚିକିତ୍ସିକ ପ୍ରଫେସର ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କହିଛନ୍ତି।