School Management Committee, ବାଲେଶ୍ଵର: ଖଇରା ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନସ୍ଥ ଚାମ୍ପୁଲିପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ପରିସର ମଧ୍ୟରେ ଏକ ପରିଚାଳନା ସଦସ୍ୟ କମିଟି ଗଠନ ହୋଇଯାଇଛି। ଏହି ପରିଚାଳନା କମିଟିରେ କବିତା ରାଣୀ ପଣ୍ଡା ସଭାପତିତ୍ବ କରିଥିବାବେଳେ ସ୍ଥାନୀୟ ଶିକ୍ଷା କମିଟିର ଅଧ୍ୟକ୍ଷ ତଥା ରପେୟା ପଞ୍ଚାୟତର ସରପଞ୍ଚ ମଂଜୁ ଲତା ସାମଲ ଯୋଗ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଚାମ୍ପୁଲିପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ଛଅ ଜଣ ପୁରୁଷ ସଦସ୍ୟ ଓ ଛଅ ଜଣ ମହିଳା ସଦସ୍ୟମାନେ ମନୋନୀତ ହୋଇଥିଲେ। ବୈଠକରେ କିଛି ସଦସ୍ୟମାନଙ୍କ ମଧ୍ୟରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। କିଛି ଉତ୍ୟକ୍ତ ସଦସ୍ୟମାନେ ଗୃହ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଉତ୍ୟକ୍ତ ପରିବେଶ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ଗଠନ ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ସରକାରୀ ନିୟମ ଅନୁଯାୟୀ, ସଦସ୍ୟ ଚୟନର ସାତ ଦିନ ମଧ୍ୟରେ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯିବ ବୋଲି କୁହାଯାଇଛି।


Also Read: Sambalpur University: 'ବନ୍ଦ ହୋଇଯିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ', କାହିଁକି ଏମିତି କହିଲେ


ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଖଇରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶ୍ରୀଧର ପ୍ରସାଦ ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ CRCC ଲମ୍ବୋଦର ଦାସ, ଚାମ୍ପୁଲିପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଵେସୁରିଆ, ସମେତ ରପେୟା ପଞ୍ଚାୟତ ର ନାଏବ ସରପଞ୍ଚ ମହେଶ୍ୱର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।