IOCL JOB: ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀଙ୍କ ପାଇଁ କୁସି ଖବର। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ପକ୍ଷରୁ ବମ୍ପର ନିଯୁକ୍ତି ସୁଯୋଗ। ଟେକ୍ନିସିଆନ, ଟ୍ରେଡ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ଆଦି ମୋଟ ୧୬୦୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ କ୍ଲିକ କରି ସମସ୍ତ ସୂଚନା ପାଇ ପାରିବେ।


COMMERCIAL BREAK
SCROLL TO CONTINUE READING

ଏଠାରେ କ୍ଲିକ୍ କରନ୍ତ..


ଗୁରୁତ୍ୱପୂର୍ଣ୍ଣ ତାରିଖ:


-ଡିସେମ୍ବର ମାସ ୧୬ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଆବେଦନ ପ୍ରକ୍ରିୟା। ଏହି ଆବେଦନ ପ୍ରକ୍ରିୟା ଆସନ୍ତା କାଲିଠୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।


ବୟସ ସୀମା:


-ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟ ପଛୁଆ ବର୍ଗ (OBC) (NCL) ଓ ପିଡବ୍ଲ୍ୟୁଡି(PWD) ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ କରାଯାଇଛି ।


ପଦବୀ ସଂଖ୍ୟା:


ମୋଟ ୧୬୦୩ଟି ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ(Union Territory) ଅଞ୍ଚଳ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ମୋଟ ୪୫ଟି ପଦ ସଂରକ୍ଷିତ ରହିଛି ।


ଚୟନ ପ୍ରକ୍ରିୟା:


-କ୍ୟାରିୟର ଏବଂ ଅନ୍‌ଲାଇନ୍‌ ପରୀକ୍ଷା(Online Exam) ଫଳକୁ ଆଧାର କରି ପ୍ରାର୍ଥୀଙ୍କୁ ଚୟନ କରାଯିବ


-ଅନ୍‌ଲାଇନ୍‌ରେ ଯେଉଁ ପରୀକ୍ଷା ହେବ, ସେଥିରେ କେବଳ ଅବ୍‌ଜେକ୍ଟିଭ୍‌ ଟାଇପ୍‌(Objective Type) ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ପଚରାଯିବ


-ପ୍ରତ୍ୟେକ ପ୍ରଶ୍ନ ପାଇଁ ୪ଟି ସମ୍ଭାବ୍ୟ ଉତ୍ତର ରହିବ


-ସେଥିରୁ ସଠିକ୍‌ ଉତ୍ତରଟିକୁ ପ୍ରାର୍ଥୀଙ୍କୁ ବାଛିବାକୁ ହେବ


-ଅନ୍‌ଲାଇନ୍‌ ପରୀକ୍ଷାରେ ପାସ୍‌ କରିବା ପରେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।


-ଏହାପରେ ସର୍ଟଲିଷ୍ଟ(Short List) ପ୍ରସ୍ତୁତ ହେବ, ଏବଂ ଏହା ପରେ ଚାକିରିରେ ଯୋଗଦେବାର ସୁଯୋଗ ପାଇବେ ପ୍ରାର୍ଥୀ।


Also Read: IGNOU ରେ B.Ed, PhD ଓ B.Sc ନର୍ସିଂ ଆଡମିଶନ ପାଇଁ ଆରମ୍ଭ ହେଲା ଆବେଦନ, ଏଠାରେ ଜାଣନ୍ତୁ ସବୁକିଛି