OSSSC ତରଫରୁ ନିଯୁକ୍ତି ଅଫର, ଏହି ଶିକ୍ଷାଗତ ଯୋଗ୍ୟତା ସହ ଆପଣ ବି କରିପାରିବେ ଆବେଦନ....
OSSSC Recruitment: ଚାକିରି କରିବା ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓଏସଏସଏସସି(OSSSC) ପକ୍ଷରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଅନେକ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
OSSSC Recruitment: ଚାକିରି କରିବା ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓଏସଏସଏସସି(OSSSC) ପକ୍ଷରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଅନେକ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ହେଲଥ ୱାର୍କର(Male) ପୋଷ୍ଟ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ କ୍ଲିକ କରି ସମସ୍ତ ସୂଚନା ପାଇ ପାରିବେ।
ନୋଟିଫିକେସନ ଲିଙ୍କ
ଗୁରୁତ୍ୱପୂର୍ଣ୍ଣ ସୂଚନା:
-ଆବେଦନ ପ୍ରକ୍ରିୟା ଡିସେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରର୍ଥୀମାନେ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ।
-ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ନିଯୁକ୍ତି ଦିଆଯିବ।
-ଫାର୍ମାସିଷ୍ଟ(Farmassist) ପଦ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପାସ ସହିତ ଫାର୍ମାସୀରେ ଡିପ୍ଲୋମା / ବି. ଫାର୍ମ(B-farm) ରହିଥିବା ଆବଶ୍ୟକ।
-ସେହିପରି ମଲ୍ଟିପର୍ପୋଜ ହେଲଥ ୱାର୍କର (Male) ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ବିଜ୍ଞାନ ପାସ କରିବା ସହିତ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE)/ ଭାରତୀୟ ଫର୍ମାସୀ ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ସରକାରୀ ବା ବେସରକାରୀ ମେଡିକାଲ କଲେଜରୁ(Medical College) ଫର୍ମାସୀରେ ଡିପ୍ଲୋମା(Diploma) କରିଥିବା ଆବଶ୍ୟକ।
-ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସମସ୍ତ ଜିଲ୍ଲା ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିବା ସହିତ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ତାହା ସଂରକ୍ଷିତ ରହିଛି ।
Also Read: Railway Job: ଦଶମ ପାସ୍ ଓ ITI ପାସ୍ ଙ୍କ ପାଇଁ ରେଳବାଇରେ ବମ୍ପର ନିଯୁକ୍ତି ଅଫର, ଜାଣନ୍ତୁ କିପରି କରିବେ ଆବେଦନ..