Covid-19 affects brain: କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଚନ୍ତାଜନକ ଖବର ସାମାନକୁ ଆସିଛି। ସଂକ୍ରମଣରୁ ଆରୋଗ୍ୟ ହେବାର ଦୁଇ କିମ୍ବା ତା'ଠାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ। The Lancet Psychiatry journalରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ neurological ଓ psychiatric ସମସ୍ୟା ଦେଖାଦେଇପାରେ। ଫଳରେ ସାଧାରଣ ଲୋକଙ୍କ ତୁଳନାରେ ଏମାନଙ୍କୁ ଶ୍ୱାସନଳୀ ସଂକ୍ରମଣ ହେବାର ଆଶଙ୍କ ଅଧିକ ଥାଏ।


COMMERCIAL BREAK
SCROLL TO CONTINUE READING

University of Oxfordର ଗବେଷକମାନେ TriNetX electronic health records networkର ତଥ୍ୟ ଉପରେ ଗବେଷଣା କରିଛନ୍ତି। ଭାରତ ସମେତ ବିଶ୍ୱର ଅନେକ ଦେଶରୁ TriNetX କୋରୋନା ଆରୋଗ୍ୟଙ୍କ ସ୍ୱାସ୍ଥ୍ୟର ତଥ୍ୟ ସଂଗ୍ରହ କରିଥିଲା। ଏଥିରେ ୧୦ ଲକ୍ଷ ୪୮ ହଜାରରୁ ଅଧିକ କୋରୋନା ରୋଗୀଙ୍କୁ ସାମିଲ କରାଯାଇଥିଲା। ଯେଉଁଥିରେ ଶିଶୁଙ୍କ ଠାରୁ ଆରମ୍ଭ କରି ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କୋରୋନାରୁ ଆରୋଗ୍ୟ ଥିଲେ। ୨୦୨୦ ଜାନୁଆରୀ ୨୦ରୁ ୨୦୨୨ ଏପ୍ରିଲ ୧୩ ମଧ୍ୟରେ ରୋଗୀଙ୍କ ତଥ୍ୟ ସଂଗ୍ରେହ କରାଯାଇଥିଲା।


Also Read: DM answerable for accidents: ରାସ୍ତାର ଖାଲ ପାଇଁ ଦୁର୍ଘଟଣା ହେଲେ ଜିଲ୍ଲାପାଳ ଦାୟୀ- ହାଇକୋର୍ଟ


 TriNetXର ତଥ୍ୟରୁ ଗବେଷକ ଟିମ୍ ଜାଣିବାକୁ ପାଇଲେ ଯେ, ପ୍ରାରମ୍ଭରେ SARS-CoV-2 ସଂକ୍ରମଣ, ବୟସ୍କମାନଙ୍କ କ୍ଷେତ୍ରରେ ସାଧାରଣ ମାନସିକ ରୋଗର ବିପଦ ଯେପରିକି, ମନୋବଳ ବିକୃତି କିମ୍ବା ମାନସିକ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ନିୟନ୍ତ୍ରଣ ଗୋଷ୍ଠୀଙ୍କ ମଧ୍ୟରେ ଏହାର ବେସଲାଇନ ଦୁଇ ମାସ ଥିବା ଦେଖିବାକୁ ମିଳିଥିଲା। ଇନ୍‌ଫ୍ଲୁଏଞ୍ଜା ତୁଳନାରେ କୋଭିଡର ଛଅ ମାସ ପରେ ଡିପ୍ରେସନ୍ ରୋଗ ବୃଦ୍ଧି ହେବାର ଆଶଙ୍କା ଥିୂବା ରିପୋର୍ଟରେ ଦର୍ଶାଯାଇଛି।


ଏହା ବ୍ୟତୀତ କୋରୋନାରୁ ସୁସ୍ଥ ହେବାର ଦୁଇ ବର୍ଷ ଶେଷରେ ମଧ୍ୟ ଆରୋଗ୍ୟଙ୍କ ଠାରେ cognitive deficit ବା brain fog, dementia, psychotic disorders ଓ epilepsy ବା seizures ଭଳି ରୋଗ ହେବାର ଆଶଙ୍କା ପରିଲିକ୍ଷିତ ହୋଇଛି। କୋଭିଡ ପରେ ଅଧିକାଂଶ ସ୍ନାୟୁଗତ ଏବଂ ମାନସିକ ରୋଗ ହେବାର ସମ୍ଭାବନା ପିଲାମାନଙ୍କଠାରେ କମ୍ ଥିଲା। କୋରୋନାର ଅନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନରେ ମୃତ୍ୟୁ ହାର କମ୍ ଥିଲା, କିନ୍ତୁ ସ୍ନାୟୁ ଏବଂ ମାନସିକ ରୋଗର ବିପଦ ସମାନ ରହିଥିଲା ବୋଲି ଅଧ୍ୟୟନରେ କୁହାଯାଇଛି।


Also Read: Financial crisis: ଘରୋଇ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି! ୯୦୦ ବିଦା, ମିଳୁନି variable, ବୋନସ


ଅନ୍ୟପଟେ Smidt Heart Instituteର ଏକ ଗବେଷଣାରୁ ଜଣାପଡିଛି ଯେ, ବିଶ୍ୱର ଅନେକ ଲୋକ ଓମିକ୍ରୋନରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଜେ ସଂକ୍ରମିତ ହୋଇଥିବା ଜାଣିନାହାନ୍ତି। ଓମିକ୍ରୋନ ସଂକ୍ରମଣ ଆରମ୍ଭ ପୂର୍ବରୁ ଓ ପରେ ୨୪୭୯ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ୨୧୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଥିଲା ବା ସେମାନଙ୍କ ଠାରେ ଆଣ୍ଟିବଡି ମିଳିଥିଲା। ତେବେ ସେମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ଜଣ ଓମିକ୍ରୋନ ପଜିଟିଭ୍ ଥିବା ଜାଣିନଥିଲେ।