Govt Job: ସରକାରୀ ଚାକିରି କରିବା ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶାରେ ସରକାରୀ ଚାକିରି ପାଇଁ ବାହାରିଲା ବମ୍ପର ଅଫର। ନୀଳାଚଳ ପ୍ରତିଷ୍ଠାନ ପକ୍ଷରୁ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଅନଲାଇନ୍ କିମ୍ବା ଅଫଲାଇନ ମୋଡରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ କରିବା ପାଇଁ ଅଫିସିଆଲ୍ ୱେବ୍‌ସାଇଟ୍ nsp.org.inକୁ ଭିଜିଟ୍ କରନ୍ତୁ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ୍ Odisha Panchayat Level Various Posts Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ।


ଗୁରୁତ୍ୱପୂର୍ଣ୍ଣ ତାରିଖ:


ନୀଳାଚଳ ପ୍ରତିଷ୍ଠାନ ପକ୍ଷରୁ ବାହାରିଥିବ ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଏବଂ ଆବେଦନର ଶେଷ ତାରିଖ ହେଉଛି ଡିସେମ୍ବର ୧୬ ତାରିଖ ୨୦୨୩।


ଖାଲି ପଡ଼ିଥିବା ପଦବୀ:


ହାଉସ୍‌ ମଦର୍ ପାଇଁ ମୋଟ ୨ ପଦବୀ ଖାଲି ପଡ଼ିଥିବା ବେଳେ ହାଉସ୍‌ ଫାଦର୍ ପାଇଁ ଖାଲି ପଡ଼ିଛି ୨ ପୋଷ୍ଟ। ସୋହିପରି ପାରାମେଡିକାଲ୍ ଷ୍ଟାଫ୍ ପାଇଁ ଗୋଟିଏ ପୋଷ୍ଟ ଖାଲି ପଡ଼ିଥିବା ବେଳେ ରୋଷେୟା ପାଇଁ ଖାଲି ପଡ଼ିଛି ୨ ପୋଷ୍ଟ। ସେପଟେ ହେଲପର୍ ପାଇଁ ଗୋଟିଏ ପୋଷ୍ଟ ଖାଲି ପଡ଼ିଥିବା ବେଳେ ହାଉସ୍ କିପର ପାଇଁ ଖାଲି ପଡ଼ିଛି ଗୋଟିଏ ପୋଷ୍ଟ, ଆୟା ପାଇଁ ୨ ପୋଷ୍ଟ ଖାଲି ପଡ଼ିଥିବା ବେଳେ ପରିଚାଳକ ପାଇଁ ଖାଲି ପଡ଼ିଛି ଗୋଟିଏ ପୋଷ୍ଟ। ଏହିପରି ଭାବରେ ମୋଟ୍ ୧୨ଟି ପଦବୀ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।


ଶିକ୍ଷାଗତ ଯୋଗ୍ୟତା:


ତେବେ ହାଉସ୍‌ ମଦର୍ ସାଧାରଣ ଶିକ୍ଷାଗତ ଯୋଗ୍ୟତା କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ସ୍ଥିର କରାଯାଇଥିବା ବେଳେ ହାଉସ ଫାଦର ପାଇଁ ମଧ୍ୟ କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ସ୍ଥିର କରାଯାଇଛି। ସେହିପରି ପାରାମେଡିକାଲ୍ ଷ୍ଟାଫ୍ ପଦ ପାଇଁ ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା ହାସଲ କରିଥିବା ଆବଶ୍ୟକ। ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା - ଦଶମ ପାସ୍ / ଫେଲ୍ ହେଲେ ମଧ୍ୟ ଚଳିବ ଏବଂ ପରିଚାଳକ / ସଂଯୋଜକ – ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୨୧ ବର୍ଷ, ସର୍ବାଧିକ ବୟସ ସୀମା ୩୮ ବର୍ଷ।


ବୟସ କୋହଳ:


OBC – ୦୩ ବର୍ଷ


ST / SC / PWD / ESM – ୦୫ ବର୍ଷ


PWD + SC / ST –୧୫ ବର୍ଷ


ମାସିକ ଦରମା:


ହାଉସ୍‌ ମଦର୍ ପାଇଁ ମାସିକ ୧୪,୫୬୪ ଟଙ୍କା ହୋଇଥିବା ବେଳେ ହାଉସ୍‌ ଫାଦର୍ ପାଇଁ ମାସିକ ଦରମା ୧୪,୫୬୪ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ପାରାମେଡିକାଲ୍ ଷ୍ଟାଫ୍ ପୋଷ୍ଟ ପାଇଁ ଦରମା ରହିଛି ୧୧,୯୧୬ ଟଙ୍କା ଓ ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା ପଦବୀ ପାଇଁ ୯,୯୩୦ ରୁ ୭,୯୪୪ଟଙ୍କା ରହିଛି। ପରିଚାଳକ / ସଂଯୋଜକଙ୍କ ପାଇଁ ଦରମା ରହିଛି  ୨୩,୧୭୦ ଟଙ୍କା।


ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:


-ଯୋଗ୍ୟତା ପ୍ରମାଣପତ୍ର


-ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)


-ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ


-ଜାତି ପ୍ରମାଣପତ୍ର


-ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)


କିପରି କରିବେ ଆବେଦନ:


ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌ nsp.org.inକୁ ଯାଆନ୍ତୁ,  ହୋମ୍‌ପେଜ୍‌ରେ Carrer ଟ୍ୟାବ୍‌କୁ ଯାଇ Apply Now ବଟନ୍ ଉପରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍‌ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ। ଏହା ପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ, Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ।


ଏହାକୁ ନିମ୍ନ ଠିକଣାରେ ପଠାନ୍ତୁ


Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017


Also Read: DRDO Recruitment: ଗ୍ରାଜୁଏଟଙ୍କ ପାଇଁ DRDOରେ ଚାକିରି ସୁଯୋଗ, ୫୦ହଜାର ଉପରେ ଦରମା..