Govt JOB: ଓଡ଼ିଶାରେ ଚାକିରି କରିବାକୁ ଚାହୁଁଥିବା ଯୁବପୀଢ଼ିଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ତରଫରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଛି। ଜୁନିଅର ଏନଫୋର୍ସମେଣ୍ଟ ଅଫିସର(Junior enforcement officer) ଏବଂ ଜୁନିଅର ଆକାଉଣ୍ଟାଣ୍ଟ(Junior Accountant) ପଦବୀରେ ନିଯୁକ୍ତି ପାଇଁ OSSC ତରଫରୁ ଏକ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍ ossc.gov.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ୱେବ୍‌ସାଇଟ୍ କୁ ଯାଇ What's New ତାଲିକାରେ ଥିବା ବିଜ୍ଞପ୍ତିଙ୍କୁ ଯାଇ ଦେଖିପାରିବେ।


ଗୁରୁତ୍ୱପୂର୍ଣ୍ଣ ତାରିଖ:


ଉପରୋକ୍ତ ପଦ ପାଇଁ ଗତ କାଲି ଅର୍ଥାତ ଜାନୁୟାରୀ  ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଫେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଆପ୍ଲିକେସନ କରେକ୍ସନର ଶେଷ ତାରିଖ ଫେବୃଆରୀ ୨୦ ତାରିଖ।


ଖାଲି ପଦବୀ:


ଜୁନିଅର ଏନଫୋର୍ସମେଣ୍ଟ ଅଫିସର ପାଇଁ  ୩୦ଟି ପୋଷ୍ଟ ଖାଲି ପଡ଼ିଥିବା ବେଳେ ଜୁନିଅର ଆକାଉଣ୍ଟାଣ୍ଟ ପାଇଁ ୧ ଟି ପୋଷ୍ଟ ଖାଲି ପଡ଼ିଛି। ଜୁନିଅର ଏନଫୋର୍ସମେଣ୍ଟ ଅଫିସର ୩୦ଟି ପଦବୀ ମଧ୍ୟରୁ ୧୫ଟି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଥିବା ବେଳେ SEBC ପାଇଁ ୩ ଟି ପୋଷ୍ଟ, SC ପାଇଁ ୫ ଏବଂ ST ବର୍ଗ ପାଇଁ ୨ ଟି ରହିଛି।


ଶିକ୍ଷାଗତ ଯୋଗ୍ୟତା:


ଜୁନିଅର ଏନଫୋର୍ସମେଣ୍ଟ ଅଫିସର ପାଇଁ କୌଣସି ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମ୍‌ରେ ଗ୍ରାଜୁଏସନ୍ ଡିଗ୍ରୀ ହାସର କରିଥିବା ଆବଶ୍ୟକ ସେହିପରି ଜୁନିଅର ଆକାଉଣ୍ଟାଣ୍ଟ - କଳା / ବିଜ୍ଞାନ କିମ୍ବା ବାଣିଜ୍ୟରେ ଗ୍ରାଜୁଏସନ୍ କିମ୍ବା କମ୍ପ୍ୟୁଟର ଜ୍ଞାନ ସହିତ ସମାନ ଯୋଗ୍ୟତା ରହିଥୁବା ଆବଶ୍ୟକ।


ବୟସ ସୀମା:


ଉପରୋକ୍ତ ପଦରେ ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସସୀମା  ୩୮ ବର୍ଷ ରଖାଯାଇଛି।


Also Read: OSEPA JT result: ପ୍ରକାଶ ପାଇଲା ଓଡି଼ଶା ଜୁନିୟର ଟିଚର୍ ମେରିଟ୍ ଲିଷ୍ଟ; ଏପରି କରନ୍ତୁ ଡାଉନଲୋଡ୍