IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋ(IB)ରେ ଚାକିରି କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। IBରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍‌ଲାଇନ୍‌ରେ ମାଧ୍ୟମରେ ଏବେ ଆବେଦନ ପ୍ରକ୍ରିୟା ଜାରି ରହିଛି। ତେବେ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରେବେ। MHA ର ଅଫିସିଆଲ୍ ୱେବ୍‌ସାଇଟ୍‌ mha.gov.in କୁ ଯାଇ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବା ପ୍ରାର୍ଥୀମେନେ IB Recruitment 2024 apply for 660 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଏବେ ଚାଲିଥିବା ବେଳେ ଏହି ପ୍ରକ୍ରିୟା ମେ’ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ:


ACIO-I / Exe ପାଇଁ ୮୦ଟି ପୋଷ୍ଟ୍‌ ଖାଲିପଡ଼ିଥିବା ବେଳେ ACIO-II / Exe ପାଇଁ ୧୩୬ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି JIO-I / Exe ପାଇଁ ୧୨୦ଟି ପୋଷ୍ଟ୍‌ ଓ JIO-II / Exe ପାଇଁ ୧୭୦ଟି ପୋଷ୍ଟ୍‌ ଖାଲି ପଡ଼ିଛି। SA / XE ପାଇଁ ୧୦୦ଟି ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ JIO-II / Tech ପାଇଁ ୮ଟି ପୋଷ୍ଟ୍‌ ଖାଲି ପଡ଼ିଛି। ACIO-II / ସିଭିଲ୍ ୱାର୍କସ୍ ପାଇଁ ୩ଟି ପୋଷ୍ଟ୍ ଓ JIO-I / MT – ୨୨ଟି ପୋଷ୍ଟ୍‌ ,କନ୍‌ଫେରେନ୍ସର୍-କମ୍‌-କୁକ୍ ପାଇଁ ୧୦ଟି ପୋଷ୍ଟ୍‌, ତଦାରଖକାରୀ ପାଇଁ ୫ଟି ପୋଷ୍ଟ୍‌ ଖାଲି ପଡ଼ିଛି।ଏହିପରି ଭାବେ ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୬୦ ନିଯୁକ୍ତି ପାଇବେ।


ଶିକ୍ଷାଗତ ଯୋଗ୍ୟତା:


ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି। ଦଶମ/ଗ୍ରାଜୁଏସନ/ ଇଂଜିନିୟରିଂ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।


ବୟସ ସୀମା:


ସର୍ବାଧିକ ବୟସ – ୫୬ ବର୍ଷ


ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ


ଦରମା:


ସର୍ବନିମ୍ନ ଦରମା– ୧୯,୯୦୦ଟଙ୍କା


ସର୍ବାଧିକ ଦରମା – ୧,୫୧,୧୦୦ଟଙ୍କା


ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ