Indian Railway Recruitment: ଭାରତୀୟ ରେଳ ବିଭାଗ ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଯେଉଁମାନେ ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ଚାହୁଁଥିବା ପ୍ରାର୍ଥୀମାନେ ଏହି ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆବେଦନ କରିପାରିବେ। ଦଶମ ପାସ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହି ଆବେଦନର ସୁଯୋଗ ନେଇ ପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Indian Railway RRB Technician Recruitment Apply Online For 9144 Post notification ଉପରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୮ ତାରିଖରେ ଏହି ଆବେଦନର ଶେଷ ତାରିଖ।


ଖାଲି ପଦବୀ:


ଟେକ୍ନିସିଆନ Gr-I ସିଗ୍ନାଲ୍ ପାଇଁ ୧୦୯୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଟେକ୍ନିସିଆନ୍ Gr-III ପାଇଁ  ୮୦୫୨ଟି ପୋଷ୍ଟ୍‌ ଖାଲି ପଡ଼ିଛି।ତେବେ ମୋଟ ୯୧୪୪ ଟି ପଦବୀ ଖାଲି ପଡ଼ିଛି।


ଶିକ୍ଷାଗତ ଯୋଗ୍ୟତା:


ଆବେଦନ ପାଇଁ ସାଧାରଣ ଶିକ୍ଷାଗତ ଯୋଗ୍ୟତା ଦଶମ ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI କିମ୍ବା PCM / B.sc/ B.Tech / B.E / ଡିପ୍ଲୋମା ଇଞ୍ଜିନିୟରିଂ ସହିତ ବିଜ୍ଞାନରେ ଦ୍ୱାଦଶ ପାସ୍ ହୋଇଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୬ ବର୍ଷ ବୟସ ହୋଇଥିବା ଆବଶ୍ୟକ।


ମାସିକ ଦରମା:


ଟେକ୍ନିସିଆନ୍ Gr-III – ୧୯,୯୦୦ ରୁ ୬୩,୨୦୦ ଟଙ୍କା


ଟେକ୍ନିସିଆନ୍ Gr-I ସିଗ୍ନାଲ୍ – ୨୯,୨୦୦ ରୁ ୯୨,୩୦୦ ଟଙ୍କା