ISRO Recruitment 2024: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏନେଇ ISRO ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ। ଅନ୍‌ଲାଇନ୍ ମାଧ୍ୟମରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଆଗ୍ରହୀ ପ୍ରାର୍ଥୀମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ISROର ଅଫିସିଆଲ୍ ୱେବ୍‌ସାଇଟ୍‌ isro.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ ISRO Recruitment 2024 Apply for 30 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।


ଆବେଦନ ତାରିଖ:


ଆଗ୍ରହୀ ପ୍ରାର୍ଥୀମାନେ ୨୭ ଅଗଷ୍ଟ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ଆରମ୍ଭ କରିପାରିବେ। ଅନ୍‌ଲାଇନ୍ ଆବେଦନ ଶେଷ ତାରିଖ ୧୦ ସେପ୍ଟେମ୍ବର।


ଖାଲି ପଦବୀ:


ମେକାନିକାଲ୍ ପାଇଁ ୧୦ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଇଲେକ୍ଟ୍ରିକାଲ୍ ପାଇଁ ୧ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ୱେଲଡର୍ ପାଇଁ ଗୋଟିଏ ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଇଲେକ୍ଟ୍ରୋନିକ୍ ମେକାନିକ୍ ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଟ୍ୟୁନର୍ ପାଇଁ ୦୧ଟି ପୋଷ୍ଟ୍‌ ପଡ଼ିଛି। ମେକାନିକ୍ ଅଟୋ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ପାଇଁ ୦୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଫିଟର୍ ପାଇଁ ୫ଟି ପୋଷ୍ଟ୍‌ ଖାଲି ପଡିଛି। ସେହିପରି ମେସିନୀଷ୍ଟ୍ ପାଇଁ ଗୋଟିଏ ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଭାରୀ ଯାନ ଡ୍ରାଇଭର ‘ଏ’ ପାଇଁ  ୫ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୩୦ଟି ପୋଷ୍ଟ୍‌ ଖାଲି ପଡ଼ିଛି।


ଶିକ୍ଷାଗତ ଯୋଗ୍ୟତା:


ମେକାନିକାଲ୍ ପାଇଁ ପ୍ରଥମ ଶ୍ରେଣୀରେ ମେକାନିକାଲ୍ ଇଞ୍ଜିନିୟରିଂରେ ୩ ବର୍ଷ ଡିପ୍ଲୋମା ଶେଷ କରିଥିବା ଆବଶ୍ୟକ। ସେହିପରି ୱେଲଡର୍ ପାଇଁ SSLC / SSC ପାଶ। NCVT ରେ ୱେଲଡ୍‌ର ଟ୍ରେଡ୍‌ରେ ITI / NTC / NAC କରିଥିବା ଆବଶ୍ୟକ। ସେହିପରି ଭାରି ଯାନ ଡ୍ରାଇଭର ‘ଏ’ ପାଇଁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ SSLS / SSC / ମାଟ୍ରିକ୍ / ଦଶମ ଶ୍ରେଣୀ ପାଶ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କର ୦୫ ବର୍ଷର ଅଭିଜ୍ଞତା ରହିବା ଉଚିତ, ଯେଉଁଥିରୁ ଅତିକମରେ ୦୩ ବର୍ଷ ଏକ ଭାରୀ ଯାନବାହାନ ଡ୍ରାଇଭର ଏବଂ ଅବଶିଷ୍ଟ ସମୟ ଏକ ହାଲୁକା ମୋଟର ଗାଡି ଚଲାଇବାରେ ରହିବା ଉଚିତ। ଏହା ବ୍ୟତୀତ, HVD ଲାଇସେନ୍ସ ଏବଂ ଜନସେବା ବ୍ୟାଜ୍ ରହିବା ଉଚିତ।ହାଲୁକା ଯାନ ଡ୍ରାଇଭର ‘ଏ’ ପାଇଁ SSLC / SSC / ମାଟ୍ରିକ୍ / ଦଶମ ପାଶ୍ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କର ହାଲୁକା ଯାନ ଡ୍ରାଇଭର ଭାବରେ ୦୩ ବର୍ଷର ଅଭିଜ୍ଞତା ଏହା ବ୍ୟତୀତ ପ୍ରାର୍ଥୀମାନଙ୍କର ଏକ ବୈଧ LVD ଲାଇସେନ୍ସ ଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ବୟସ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୫ ବର୍ଷ ରଖାଯାଇଛି।


ମାସିକ ଦରମା:


ସର୍ବନିମ୍ନ ଦରମା – ୧୯,୯୦୦ଟଙ୍କା


ସର୍ବାଧିକ ଦରମା – ୧,୪୨,୪୦୦ଟଙ୍କା