ISRO Recruitment 2023: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। କାହିଁକିନା  (ISRO) ଇସ୍ରୋ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ନିଯୁକ୍ତି ବିଜ୍ଞପ୍ତି ବାହାର କରିଛି । ଦଶମ ପାସ୍ କରିଥିବା ଆଶାୟୀମାନେ ମଧ୍ୟ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ କେବଳ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପାଇଁ ବାହାରିଛି। ବିଶେଷ କରି ଆଶାୟୀ/ ପ୍ରାର୍ଥୀ ମାନେ (ISRO) ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍  www.vssc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍  (ISRO VSSC Recruitment 2023 Notification ) ରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

Also Read: Special Train: ଛଟ୍ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ କେବେଠୁ ?


ଏହି ତାରିଖ ମଧ୍ୟରେ କରନ୍ତୁ ଆବେଦନ:


ଅନ୍‌ଲାଇନ୍ ଆବେଦନ ୧୩ ନଭେମ୍ବର ୨୦୨୩ ରୁ ଆରମ୍ଭ ହୋଇଥିବା ବେଳେ  ଆବେଦନ ଶେଷ ତାରିଖ  ୨୭ ନଭେମ୍ବର ୨୦୨୩ ରହିଛି। 


ମୋଟ୍ ପଦବୀ ସଂଖ୍ୟା କେତେ :
ହାଲୁକା ଯାନ ଡ୍ରାଇଭର – ୯ଟି ପୋଷ୍ଟ୍
ଭାରୀ ଯାନ ଡ୍ରାଇଭର – ୯ଟି ପୋଷ୍ଟ୍
ମୋଟ ପଦବୀ – ୧୮ଟି ପୋଷ୍ଟ୍


ଯୋଗ୍ୟତା:
ହାଲୁକା ଯାନ ଡ୍ରାଇଭର –


- ଆଶାୟୀ ମାନେ SSLC / SSC / ମାଟ୍ରିକ୍ / ଦଶମ ପାଶ୍ କରିଥିବା ଦରକର।
-ପ୍ରାର୍ଥୀମାନଙ୍କର ବୈଧ (LVD licence) LVD ଲାଇସେନ୍ସ ଥିବା ଆବଶ୍ୟକ।
-ତିନି ବର୍ଷର ଅଭିଜ୍ଞତା ରହିବା ଉଚିତ।


ଭାରୀ ଯାନ ଡ୍ରାଇଭର –


-SSC / SSC / ମାଟ୍ରିକ୍ / ଦଶମ ଶ୍ରେଣୀ ପାଶ
-ପ୍ରାର୍ଥୀମାନଙ୍କର ବୈଧ LVD ଲାଇସେନ୍ସ ଥିବା ଆବଶ୍ୟକ
-ପ୍ରାର୍ଥୀମାନଙ୍କର ଏକ ବୈଧ ସାର୍ବଜନିନ ସେବା ବ୍ୟାଜ୍ ଥିବା ଆବଶ୍ୟକ


ଦରମା:
ମାସିକ ସର୍ବନିମ୍ନ ଦରମା – ୧୯,୦୦୦ଟଙ୍କା
ମାସିକ ସର୍ବାଧିକ ଦରମା – ୬୩,୨୦୦ଟଙ୍କା


ଏପରି କରନ୍ତୁ ଆବେଦନ:
ଅଫିସିଆଲ୍ ୱେବସାଇଟ୍‌ www.vssc.gov.in କୁ ଯାଇ କ୍ୟାରିୟର ପେଜ୍‌କୁ ଯାଆନ୍ତୁ। ଇସ୍ରୋ କେନ୍ଦ୍ରର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ। ପରେ,  ISRO ଡ୍ରାଇଭର ପୋଷ୍ଟ ପାଇଁ 'Apply' ଲିଙ୍କରେ କ୍ଲିକ୍ କରନ୍ତୁ। ପରେ 'New Registration' ଉପରେ କ୍ଲିକ୍ କରନ୍ତୁ ଏବଂ ନିଜକୁ ପଞ୍ଜିକୃତ କରନ୍ତୁ। ପଞ୍ଜିକରଣ ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଏବଂ ISRO ଡ୍ରାଇଭର ଆବେଦନ ଫର୍ମ ପୂରଣ କରନ୍ତୁ। ଏହା ସହ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ। ପରେ ସବମିଟ୍ ବଟମ୍ ଉପରେ କ୍ଲିକ୍ କରନ୍ତୁ।