JOB in NALCO: ଓଡ଼ିଶାରେ ଚାକିରି କରିବା ପାଇଁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (NALCO) ପକ୍ଷରୁ ଖାଲି ପଡ଼ିଥିବା ଖିଛି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିନା କୌଣସି ଆବେଦନ ଫିସରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ତେବେ ଆଗ୍ରହୀ ପ୍ରାର୍ଥୀମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


-ଜାନୁଆରୀ ମାସ ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।


-ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।


ଯୋଗ୍ୟତା:


-ଫାଇନାନ୍ସ କ୍ଷେତ୍ରରେ ୧୦ ଜଣ ଡେପୁଟି ମ୍ୟାନେଜର ପାଇଁ ରହିଛି ନିଯୁକ୍ତି ସୁଯୋଗ


- ଏଥିପାଇଁ ପ୍ରାର୍ଥୀ ସ୍ନାତକ ପାସ୍ ସହିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା କଷ୍ଟ ଆକାଉଣ୍ଟାଣ୍ଟ କରିଥିବା ଆବଶ୍ୟକ


- ପ୍ରାର୍ଥୀ ସରକାରୀ / ପିଏସୟୁ / ରେପୁଟେଡ ସଂସ୍ଥାରେ କାର୍ଯ୍ୟନିର୍ବାହୀ/ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଜରୁରୀ


- ଡେପୁଟି ମ୍ୟାନେଜର (Systems) ପଦ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂ ଡିଗ୍ରୀ(Engineering Degree) ହାସଲ ସହିତ କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିବା ଜରୁରୀ


-ଡେପୁଟି ମ୍ୟାନେଜର (HRT) ପାଇଁ ପ୍ରାର୍ଥୀ ଡିଗ୍ରୀ ସହିତ ପର୍ସୋନେଲ ମ୍ୟାନେଜମେଣ୍ଟ / ଏଚଆରଡି / ଏଚଆରଏମରେ ପିଜି ଡିପ୍ଲୋମା କରିଥିବା ଜରୁରୀ


ତେବେ ଯେଉଁମାନେ ଉପରୋକ୍ତ ଶିକ୍ଷାଗତ ଯୋଗ୍ୟତା ସହ ଆବେଦନ କରିବା ପାଇଁ ଇଚ୍ଛୁକ ସେମାନେ ନିମ୍ନ ଲିଖିତ ଅନଲାଇନ୍ ଆବେଦନ ଲିଙ୍କରେ ଆବେଦନ କରିପାରିବେ।


ଅନଲାଇନ୍ ଆବେଦନ ଲିଙ୍କ: https://mudira.nalcoindia.co.in/Account/LoginRecruitment.aspx