Govt Job: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଶାୟୀ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାହାରିଛି ଏକ ବମ୍ପର ନିଯୁକ୍ତି ସୁଯୋଗ। ପ୍ରାର୍ଥୀଙ୍କୁ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ(Tax Assistant), ଏମଟିଏସ, ଷ୍ଟେନୋଗ୍ରାଫର, ଇନ୍ସପେକ୍ଟର(Inspector of Income-tax), କ୍ୟାଣ୍ଟିନ ଆଟେଣ୍ଡାଣ୍ଟ ଆଦି ୨୯୧ ପୋଷ୍ଟ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ।


COMMERCIAL BREAK
SCROLL TO CONTINUE READING

ନୋଟିଫିକେସନ ଲିଙ୍କ


ଆବେଦନ ତାରିଖ:


-ଡିସେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା


-ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆବେଦନ ପ୍ରକ୍ରିୟା


ଶିକ୍ଷାଗତ ଯୋଗ୍ୟତା:


-ଆବେଦନ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ଯୁକ୍ତଦୁଇ, ସ୍ନାତକ ଆଦି ରହିଥିବା ଆବଶ୍ୟକ


ବୟସ ସୀମା:


- ଆବେଦନ ପାଇଁ ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରଖାଯାଇଛି


- ସର୍ବାଧିକ ବୟସ ଯୋଗ୍ୟତା ୨୫, ୨୭ ଓ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି


ଆବେଦନ ଫି:


-ଆବେଦନ ସମୟରେ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ


- ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ


ଦରମା:


- ଇନ୍ସପେକ୍ଟର- 44,900-1,42,400 ଲକ୍ଷ


- ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ- 25,500-81,100 ହଜାର


- ଏମଟିଏସ- 18,000-56,900 ହଜାର


- ଷ୍ଟେନୋଗ୍ରାଫର- 25,500-81,100 ହଜାର


- କ୍ୟାଣ୍ଟିନ ଆଟେଣ୍ଡାଣ୍ଟ-18,000-56,900 ହଜାର


ମୋଟ ୨୯୧ଟି ପଦରେ ପ୍ରାର୍ଥୀଙ୍କୁ ୫ ପ୍ରକାର ପଦରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ। ଆବେଦନ କରିବା ପୂର୍ବରୁ ଏହି ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।


ଅନଲାଇନ୍ ଆବେଦନ ଲିଙ୍କ: https://mumbai-itax-sportsrecr23.com/


Also Read: AAI Recruitment 2023: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି ସୁଯୋଗ, ୩୦ ବର୍ଷରୁ କମ୍ ବୟସର ପ୍ରାର୍ଥୀ କରିପାରିବେ ଆବେଦନ..