CBSE compartment exams: ଅଗଷ୍ଟ ୨୩ ଅର୍ଥାତ ଆସନ୍ତାକାଲି ଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE )ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। CBSE ବୋର୍ଡର ଦଶମ କମ୍ପାର୍ଟମେଣ୍ଟ ପରୀକ୍ଷା ୨୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କେବଳ ଗୋଟିଏ ଦିନ କରାଯିବ। CBSE ବୋର୍ଡର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର କମ୍ପାର୍ଟମେଣ୍ଟ ପରୀକ୍ଷା ଟର୍ମ ଟୁ ପରୀକ୍ଷାର ସିଲାବସ୍ ଉପରେ ଆଧାରିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ସମସ୍ତ ବିଷୟ ପାଇଁ ରିପିଟ୍ ଇନ୍ ପ୍ରାକ୍ଟିକାଲ (RP) ଓ ରିପିଟ୍ ଇନ ପ୍ରାକ୍ଟିକାଲ ଓ ଥିଓରୀ ଉଭୟ ବର୍ଗ ରଖିଛି। ତେବେ ଆସନ୍ତୁ ଏହି କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ବୋର୍ଡ କିଛି ଗାଇଡଲାଇନ୍ ପ୍ରସ୍ତୁତ କରିଛି, ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ସିବିଏସଇ ସମସ୍ତ ବିଷୟ ପାଇଁ ରିପିଟ୍ ଇନ୍ ପ୍ରାକ୍ଟିକାଲ (RP) ଓ ରିପିଟ୍ ଇନ ପ୍ରାକ୍ଟିକାଲ ଓ ଥିଓରୀ ଉଭୟ ବର୍ଗ ରଖିଛି। କମ୍ପାର୍ଟମେଣ୍ଟ ପ୍ରାକ୍ଟିକାଲ୍ ପରୀକ୍ଷା ଗାଇଡଲାଇନ ପ୍ରକାଶ କରିବାବେଳେ ସିବିଏସ୍ଇ କହିଛି ଯେ, ପ୍ରାକ୍ଟିକାଲରେ ରିପିଟ୍ ଭାବରେ ଘୋଷିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ କେବଳ ପ୍ରାକ୍ଟିକାଲ୍ ପରୀକ୍ଷା ଦେବାକୁ ପଡିବ ଏବଂ ସେମାନଙ୍କୁ ଥିଓରୀ ପରୀକ୍ଷାରେ ହାଜର ହେବାର ଆବଶ୍ୟକତା ନାହିଁ। ତାଙ୍କର ପୂର୍ବ ଥିଓରୀ ମାର୍କ ଆଧାରରେ ମାର୍କିଂ ହେବ। ତଥାପି, ଉଭୟ ରିପିଟ୍ ଇନ୍ ଥିଓରୀ ଏବଂ ପ୍ରାକ୍ଟିକାଲ୍ (ଆରପି) ବର୍ଗରେ ଘୋଷିତ ହୋଇଥିବା ଛାତ୍ରମାନଙ୍କୁ ଉଭୟ ପ୍ରାକ୍ଟିକାଲ୍ ଏବଂ ଥିଓରୀ ପରୀକ୍ଷାରେ ହାଜର ହେବାକୁ ପଡ଼ିବ।


Also Read: ପୁଣି ଥରେ ପେଟିଏମର ଏମଡି ହେଲେ ବିଜୟ ଶେଖର : ସପକ୍ଷରେ ଭୋଟ୍ ଦେଇଥିଲେ ୯୯.୬୭% ଅଂଶୀଦାର


ବୋର୍ଡର କମ୍ପାର୍ଟମେଣ୍ଟ ପରୀକ୍ଷା (CBSE class 10th, 12th compartment exams) ରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ସିବିଏସ୍ଇ ମାର୍କ ସିଟ୍ ଏବଂ ଆଡମିଟ୍ କାର୍ଡର ଫଟୋକପି ସହିତ ଅଗଷ୍ଟ ୨୨ ସୁଦ୍ଧା ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ହାଜର ହେବାକୁ କୁହାଯାଇଛି। ସିବିଏସ୍ଇ ବିବୃତ୍ତିରେ କହିଛି ଯେ, ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଦ୍ୱାରା ଦିଆଯାଇଥିବା ପ୍ରାକ୍ଟିକାଲ୍ ପରୀକ୍ଷାର ତାରିଖ ଏବଂ ସମୟକୁ ଧ୍ୟାନ ଦେବା ଉଚିତ୍। ଏହା ସହ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ଟିକାଲ୍ ପରୀକ୍ଷାର ସମୟରେ ରିପୋର୍ଟ କରିବା ଉଚିତ୍।


CBSE ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କମ୍ପାର୍ଟମେଣ୍ଟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ପରିଚାଳନା କରିବ। ଏହି ପରୀକ୍ଷା କୋଭିଡ ପ୍ରୋଟୋକଲ ଭିତରେ ଅଫଲାଇନ ମୋଡରେ କରାଯିବ। ପରୀକ୍ଷା କେନ୍ଦ୍ର ଓ ଏହାର ପରି,ରରେ ଫେସ୍ ମାସ୍କ, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତାର ନିୟମକୁ କଡାକଡି ଭାବେ ପାଳନ କରାଯିବ। ସିବିଏସ୍ଇ ବୋର୍ଡ ଆଡମିଟ୍ କାର୍ଡରେ କୋଭିଡ୍ ଗାଇଡଲାଇନ ଉଲ୍ଲେଖ କରାଯାଇଛି, ଯାହା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନିବା ବାଧ୍ୟତାମୂଳକ ଅଟେ।


Also Read: ସୀମାରେ ସାବାଡ଼ ହେବେ ଶତ୍ରୁ; ଭାରତୀୟ ସେନାକୁ ଖୋଲା ଛାଡିଲେ ମୋଦି ସରକାର, ନେଲେ ଏହି ବଡ଼ ନିଷ୍ପତି


CBSE ଶ୍ରେଣୀ ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ cbse.gov.in ୱେବସାଇଟର ପରୀକ୍ଷା ସଙ୍ଗମ ପୋର୍ଟାଲରେ ଉପଲବ୍ଧ ହେଉଛି। ସିବିଏସ୍ଇର କମ୍ପାର୍ଟମେଣ୍ଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସାଙ୍ଗରେ ଆଡମିଟ୍ କାର୍ଡ ନେଇ ପରୀକ୍ଷା କେନ୍ଦ୍ର ଯିବା ଜରୁରୀ। ତେଣୁ ସମୟ ପୂର୍ବରୁ ଛାତ୍ରଛାତ୍ରୀ ନିଜର ଆଡମିଟ୍ କାର୍ଡ ଡାଉନଲୋଡ କରିବା ଆବଶ୍ୟକ। ଅଭିଭାବକମାନେ ମଧ୍ୟ ଏହାକୁ ସୁନିଶ୍ଚିତ କରିବା ଜରୁରୀ।