Odisha Junior Teacher Result 2023: ଆଜି ଅର୍ଥାତ୍ ୧୫ ଜାନୁୟାରୀରେ ଓଡି଼ଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଜୁନିୟର ଶିକ୍ଷକ (ସ୍କିମେଟିକ୍) ପଦବୀ ପାଇଁ ମେରିଟ୍ ଲିଷ୍ଟ ଜାରି କରିଛି। ଏହାକୁ OSEPA ର ଅଫିସିଆଲ୍ ପୋର୍ଟାଲ୍ osepa.olisha.gov ରେ ଭିଜିଟ୍ କରି ଚେକ୍ କରି ପାରିବେ। ପରୀକ୍ଷା କର୍ତ୍ତୃପକ୍ଷ ଫଳାଫଳ ସହିତ OSEPA JT ମେରିଟ୍ ଲିଷ୍ଟ ୨୦୨୩ PDF ମଧ୍ୟ ଜାରି କରିଛି। OSEPA ଜୁନିଅର ଶିକ୍ଷକ ଫଳାଫଳ ୨୦୨୩ ମେରିଟ୍ ଲିଷ୍ଟର PDF I ରୁ V ଏବଂ କ୍ଲାସ୍ VI ରୁ VII ପାଇଁ ଜାରି କରିଛି। ମନୋନୀତ ପ୍ରାର୍ଥୀଙ୍କ ଡ୍ରାଫ୍ଟ ମେରିଟ୍ ତାଲିକା ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର, ରୋଲ୍ ନମ୍ବର ଓ ନାମ ବ୍ୟବହାର କରିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

ପ୍ରାର୍ଥୀମାନେ ଓଡି଼ଶା ଜୁନିୟର ଶିକ୍ଷକ ଫଳାଫଳ ୨୦୨୩ କୁ ଦେଖିବା ପାଇଁ ଏହି ଲିଙ୍କକୁ କ୍ଲିକ୍ କରି ଚେକ୍ କରିପାରିବେ।



ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ OSEPA ଜୁନିଅର ଶିକ୍ଷକ ପରୀକ୍ଷା ଫଳାଫଳ ୨୦୨୩ ଅସ୍ଥାୟୀ ଅଟେ। ଯୋଗ୍ୟତା ତାଲିକାରେ ଅନ୍ତର୍ଭୁକ୍ତ ନାମଗୁଡିକ ନିଯୁକ୍ତି ପାଇଁ କୌଣସି ଅଧିକାର ପ୍ରଦାନ କରେ ନାହିଁ।



ବୋର୍ଡ OSEPA JT ଏନ୍ସାର କି ପ୍ରକାଶ କରିଛି ଓ ଏହା ବିରୋଧରେ ଆପତ୍ତି ଉଠାଇବାକୁ ପ୍ରାର୍ଥୀମାନଙ୍କ ପାଇଁ ଏକ ବିକଳ୍ପ ପ୍ରଦାନ କରିଛି। ଲଟେଷ୍ଟ ଅପଡ଼ଟ୍ ପାଇଁ OSEPA ର ଅଫିସିଆଲ୍ ପୋର୍ଟାଲ୍ ଅନୁସରଣ କରିବାକୁ ପାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।