Odisha Police Recruitment 2024: ଓଡ଼ିଶା ପୋଲିସ୍‌ରେ ଚାକିରି କରିବାର ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଓଡ଼ିଶା ପୋଲିସ୍ ବିଭାଗ, କଟକ ଏହି ସୁଯୋଗ ନେଇ ଆସିଛି। ଓଡ଼ିଶା ପୋଲିସ୍ ବିଭାଗ, କଟକ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ଓଡ଼ିଶା ପୋଲିସ୍‌ର ଅଫିସିଆଲ୍ ୱେବ୍‌ସାଇଟ୍‌ odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Odisha Police Constable Recruitment 2024 Apply for 1360 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୩ ଶହରୁ ଅଧିକ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦଶମ ପାଶ କରିଥିବା ପ୍ରାର୍ଥାମାନେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ତାରିଖ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ଅକ୍ଟୋବର ୧୩ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ:


UR ପାଇଁ ୯୧୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ SCBC ପାଇଁ ୦୬ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି SC ପାଇଁ ୧୮୯ଟି ପୋଷ୍ଟ୍‌ ଓ ST ପାଇଁ ୨୫୦ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ୍ ୧୩୬୦ଟି ପୋଷ୍ଟ୍ ଖାଲି ପଡ଼ିଛି।


ଯୋଗ୍ୟତା:


ପ୍ରାର୍ଥୀ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ (ମ୍ୟାଟ୍ରିକ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ କିମ୍ବା ଅନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୨୩ବର୍ଷ ରହିଛି।


ମାସିକ ଦରମା:


ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା


ସର୍ବାଧିକ ଦରମା – ୬୯,୧୦୦ ଟଙ୍କା