OJEE 2023: ଆଜିଠାରୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଚଳିତ ବର୍ଷ ଓଜେଇଇ (OJEE 2023) ବା ଓଡିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା ଲାଗି ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଜେଇଇ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ www.ojee.nic.in ରେ ଫର୍ମ ପୂରଣ କରିପାରିବେ। ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବାକୁ ସୁଯୋଗ ମିଳିବ। ଅନ୍‌ଲାଇନ୍‌ ଆବେଦନ କରିବା ପୂର୍ବରୁ‌ ସେମାନେ ୱେବସାଇଟ୍‌ରେ ଥିବା ସୂଚନା ପତ୍ରିକାକୁ ଭଲ ଭାବେ ପଢ଼ିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ପରାମର୍ଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ ରାଜ୍ୟ ବାହାରର ଛାତ୍ରଛାତ୍ରୀ ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶାରେ ଥିବା ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଯୋଗ୍ୟତା ହାସଲ କରିପାରିବେ ନାହିଁ। ସେମାନେ କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ହେବେ। ଓଡ଼ିଶାର ସରକାରୀ ଓ ଘରୋଇ କଲେଜର ବି.ଟେକ୍‌, ବି.ଆର୍କ, ବି.ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍‌ ଦେବାକୁ ପଡ଼ିବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହେବାକୁ ଥିବା ନିଟ୍‌(ୟୁଜି)-୨୦୨୩ରେ ଭାଗ ନେବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍‌ www.ojee.nic.in ଓ www.odishajee.com ମାଧ୍ୟମରେ ଅଧିକ ତଥ୍ୟ ପାଇପାରିବେ। 


Also Read : Indian Railway Recruitment 2023: ରେଳ କୋଚ କାରଖାନାର ୫୫୦ ପଦ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଶେଷ ତାରିଖ


Also Read : JEE Main Results 2023: ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ


ପ୍ରକାଶ ଥାଉ କି ,୮ ତାରିଖ ଦିନ ଜେଇ ମେନ୍ ପ୍ରଥମ ସେସନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଓଡିଆ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଅମୃତାଂଶୁ ମହାନ୍ତି ଓଡିଶାର ଜେଇଇ ଟପ୍ପର ହୋଇଥିଲେ। ଜାନୁଆରୀ ୨୪ରୁ ୩୧ ଯାଏଁ ପ୍ରଥମ ସେସନ୍ ପରୀକ୍ଷା ହୋଇଥିଲା। ଏବର୍ଷ ଓଡିଆ ଭାଷାରେ ଜେଇଇ ମେନ୍ ପରୀକ୍ଷା ହେବ । ଓଡିଆ ଭାଷାକୁ ମିଶାଇ ମୋଟ୍ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା । ଏପ୍ରିଲରେ ଦ୍ବୀତିୟ ସେସନ୍ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।