ONGC Recruitment 2024: ଚାକିରି ପାଇଁ ଆଶାୟୀ ଥିବା ଯୁବପିଢ଼ୀଙ୍କ ପାଇଁ ଏକ ଖୁସି ଖବର। ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ରେ ବାହାରିଛି ଚାକିରି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ONGCର ଅଫିସିଆଲ୍ ୱେବ୍‌ସାଇଟ୍‌ ongcindia.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ONGC Recruitment 2024 Apply for 2237 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୦୫ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରିୟା ଚାଲିବ।


ଖାଲି ପଦବୀ:


ଉତ୍ତର କ୍ଷେତ୍ର ପାଇଁ ୧୬୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ମୁମ୍ବାଇ କ୍ଷେତ୍ର ପାଇଁ ଖାଲି ପଡ଼ିଛି ୩୧୦ଟି ପୋଷ୍ଟ୍‌। ସେହିପରି ପଶ୍ଚିମ କ୍ଷେତ୍ର ପାଇଁ ୫୪୭ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ପୂର୍ବ କ୍ଷେତ୍ର ପାଇଁ ୫୮୩ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଦକ୍ଷିଣ କ୍ଷେତ୍ର ପାଇଁ ୩୩୫ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି କେନ୍ଦ୍ରୀୟ କ୍ଷେତ୍ର ୨୪୯ଟି ପୋଷ୍ଟ୍‌ ଖାଲି ପଡିଛି। ଏହିପରି ଭାବେ ମୋଟ୍ ୨୨୩୭ଟି ପୋଷ୍ଟ୍ ଖାଲି ପଡ଼ିଛି।


 ଶିକ୍ଷାଗତ ଯୋଗ୍ୟତା:


ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାଶ୍‌ କରିଥିବା ଆବଶ୍ୟକ।ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାସଙ୍ଗିକ ଅନୁଶାସନରେ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ୨୪ବର୍ଷ ରଖାଯାଇଛି।


ମାସିକ ଦରମା:


ସର୍ବନିମ୍ନ ଦରମା – ୭,୦୦୦ ଟଙ୍କା


ସର୍ବାଧିକ ଦରମା – ୯,୦୦୦ ଟଙ୍କା