Govt JOB: ଓଡ଼ିଶାରେ ଚାକିରି କରିବାକୁ ଚାହୁଁଥିବା ଯୁବପୀଢ଼ିଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ (OSSC) ତରଫରୁ ବାହାରିଛି ଚାକିରି। କଟକ(Cuttack) ଠାରେ ଏକ୍ସାଇଜ୍ କମିଶନର (excise commissioner) ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନଲାଇନରେ ଆବେଦନ କରିପାରିବେ। OSSC ର ଅଫିସିଆଲ୍ ୱେବ୍‌ସାଇଟ୍ https://www.ossc.gov.inକୁ ଯାଇ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ ତାରିଖ:


ଅନ୍‌ଲାଇନ୍ ଆବେଦନ ତାରିଖ ଜାନୁଆରୀ  ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ:


ତେବେ ମୋଟ ୩୩ ଟି ପୋଷ୍ଟରେ ଚାକିରି ବାହାରିଥିବା ବେଳେ ମହିଳାଙ୍କ ପାଇଁ ୧୧ଟି ଓ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୨୨ ପଦବୀ ଖାଲି ପଡ଼ିଛି।


ଶିକ୍ଷାଗତ ଯୋଗ୍ୟତା:


ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମ୍ (Arts / Science / Commerce) ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା  ୨୧ ବର୍ଷ ବୟସ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ବୟସ ସୀମା ୩୨ ବର୍ଷ ବୟସସୀମା ରଖାଯାଇଛି।


ବୟସ କୋହଳ:


OBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ ସୀମା ରଖାଯାଇଥିବା ବେଳେ ST / SC / PWD / ESMରେ  ୦୫ ବର୍ଷ ଓPWD + SC / ST ପାଇଁ  ୧୫ ବର୍ଷ ରଖାଯାଇଛି।


ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟକୁ  https://www.ossc.gov.in ଯାଇ ଆବେଦନ କରିପାରିବେ ଓ ଅଧିକ ସୂଚନା ପାଇ ପାରିବେ।


Also Read: Layoffs: ରୋଜଗାର ହରାଇବେ ହଜାର ହଜାର ଲୋକ, Google, ପେଟିଏମ୍ ପରେ ବର୍ତ୍ତମାନ ଏସବୁ କମ୍ପାନୀ କରିବାକୁ ଯାଉଛନ୍ତି ଛଟେଇ!