Government Jobs: ଦଶମ ପାସ୍ କରିଥିଲା ISRO ରେ କରିପାରିବ ଚାକିରି, ମାସିକ ଦରମା ୧ ଲକ୍ଷ ଟଙ୍କାରୁ ଅଧିକ

Govt Jobs: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ LPSC ୟୁନିଟ୍ ପାଇଁ ଟେକ୍ନିସିଆନର ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ୨୭ ଅଗଷ୍ଟ ୨୦୨୪ ରୁ ଆବେଦନ କରିପାରିବେ।

Jagdish Barik Sun, 25 Aug 2024-8:27 pm,
1/6

ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୩୦ ଟି ପୋଷ୍ଟ ପୂରଣ ହେବ। ଏହି ପୋଷ୍ଟଗୁଡିକ ମଧ୍ୟରେ ଟେକନିକାଲ ଆସିଷ୍ଟାଣ୍ଟ, ଟେକ୍ନିସିଆନ୍ ବି (ୱେଲଡର୍, ଟର୍ନର, ଫିଟର୍, ମେକାନିକ୍ ଇତ୍ୟାଦି), ଭାରୀ ଯାନ ଡ୍ରାଇଭର ଏ, ହାଲୁକା ଯାନ ଡ୍ରାଇଭର ଏ ଇତ୍ୟାଦି ରହିଛି।

 

2/6

ଏଗୁଡିକ ପାଇଁ ଆବେଦନ କରିବାର ଯୋଗ୍ୟତା ପୋଷ୍ଟ ଅନୁଯାୟୀ ଭିନ୍ନ ରହିଥାଏ। ଆପଣ ୱେବସାଇଟ ଭିଜିଟ୍ କରି ଏହାର ନୋଟିଫିକେସନ୍ ଯାଞ୍ଚ କରି ପାରିବେ। ଉଦାହରଣ ସ୍ୱରୂପ, ଟେକନିକାଲ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ହେବା ଉଚିତ୍ ଓ ଇଞ୍ଜିନିୟରିଂରେ ତିନି ବର୍ଷ ଡିପ୍ଲୋମା ରହିଥିବା ଉଚିତ୍।

 

3/6

ଅବଶିଷ୍ଟ ପଦବୀ ପାଇଁ ୩୫ ବର୍ଷ ବୟସ ମଧ୍ୟରେ ଯେଉଁ ପ୍ରାର୍ଥୀମାନେ ଦଶମ ପାସ କରିଛନ୍ତି ଓ ସମ୍ପୃକ୍ତ ଟ୍ରେଡରେ ଡିପ୍ଲୋମା କରିଛନ୍ତି ଓ ଡ୍ରାଇଭର ପଦ ପାଇଁ ଯେଉଁମାନଙ୍କ ଦଶମ ପାସ୍ ସହ ଲାଇସେନ୍ସ ରହିଛି ସେମାନେ ଆବେଦନ କରିପାରିବେ।

 

4/6

ଆପଣ ଯଦି ମନୋନୀତ ହୁଅନ୍ତି ଦରମା ମଧ୍ୟ ପୋଷ୍ଟ ଅନୁଯାୟୀ ଏବଂ ଭିନ୍ନ ମିଳିବ। ଏହି ଦରମା ମାସକୁ ୪୪ ହଜାରରୁ ୧.୪୨ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ସର୍ବନିମ୍ନ ବେତନ ମଧ୍ୟ ୧୯ ହଜାରରୁ ୬୩ ହଜାର ଟଙ୍କା ମଧ୍ୟରେ ରହିଛି।

 

5/6

ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ମାଧ୍ୟମରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। କେବଳ ପ୍ରଥମ ପର୍ଯ୍ୟାୟ ପାସ୍ କରିଥିବା ପ୍ରାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ। ଉଭୟ ପର୍ଯ୍ୟାୟ ଅତିକ୍ରମ କରିବା ପରେ ଫାଇନାଲ ଚୟନ ଚୂଡାନ୍ତ ହେବ।

6/6

ଏହି ବିଷୟରେ ଏବଂ ଅଧିକ ଅପଡେଟ୍ ଅଧିକ ସୂଚନା ଜାଣିବା ପାଇଁ ଆପଣ ଏହାର ୱେବସାଇଟ୍ lpsc.gov.in ଭିଜିଟ୍ କରିପାରିବେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link