Board Exam Result 2022 : ସୋମବାର ତାମିଲନାଡୁ ରାଜ୍ୟ ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ସକାଳ ସାଢେ ନଅଟାରେ ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ପ୍ରକାଶ ସମ୍ପର୍କରେ ସୂଚନା ଦେଇଥିଲେ। ଦିନ ୧୨ଟା ପରେ ଅନଲାଇନରେ ପିଲାମାନେ ନିଜ ନିଜର ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ଦଶମରେ ୯୦% ଓ ଦ୍ୱାଦଶରେ ୯୪% ପାସ୍ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ଶେଷରେ ତାମିଲନାଡୁ ରାଜ୍ୟ ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରାଯାଇଛି। ସରକାରଙ୍କ ଆଧିକାରୀକ ୱେବସାଇଟ tnresults.nic.in ଓ dge.tn.gov.inରେ ପରୀକ୍ଷା ଫଳ ଉପଲବ୍ଧ। ଚଳିତ ବର୍ଷ ମେ ୫ ତାରିଖରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମେ ୨୮ରେ ଶେଷ ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧.୪ ପ୍ରତିଶତ ଅଧିକ ପିଲା ପାସ ହୋଇଛନ୍ତି। ତାମିଲନାଡୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ମୋଟ ୯୩.୭୪ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ୯୬.୩୨ ପ୍ରତିଶତ ଛାତ୍ରୀ ପାସ ହୋଇଥିବା ବେଳେ ୯୦.୯୬ ପ୍ରତିଶତ ଛାତ୍ର ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ୫.୩୬ ପ୍ରତିଶତ ରହିଛି।



 


ଅନ୍ୟପଟେ ଦଶମ ଶ୍ରେଣୀରେ ପୂର୍ବାବର୍ଷ ତୁଳନାରେ ରେଜଲ୍ଟ ଖରାପ ହୋଇଛି। ଗତ ଦୁଇ ବର୍ଷ ଶତ ପ୍ରତିଶତ ପାସ ହୋଇଥିଲେ। କିନ୍ତୁ ୨୦୨୨ରେ ପାସ ହାର ୯୦.୧ ପ୍ରତିଶତ ରହିଛି। ମୋଟ ୯.୧୨ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୮.୨୧ ଲକ୍ଷ ପାସ କରିଛନ୍ତି। ୩୧ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରି ମଧ୍ୟ ପରୀକ୍ଷା ଦେଇନାହାନ୍ତି। ଦ୍ୱାଦଶ ପରି ଦଶମରେ ମଧ୍ୟ ଛାତ୍ରୀଙ୍କ ପାସ ହାର ଛାତ୍ରଙ୍କ ତୁଳନାରେ ଅଧିକ ରହିଛି। ୯୪.୩୮ ପ୍ରତିଶତ ଛାତ୍ରୀ ଓ ୮୫.୮୩ ପ୍ରତିଶତ ଛାତ୍ର ଦଶମ ପରୀକ୍ଷା ପାସ କରିଛନ୍ତି।


Aldo Read: Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ


ମଙ୍ଗଳବାର କେରଳ ରାଜ୍ୟ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇ ପାରେ। ଚଳିତ ମାସ ଶେଷ ସୁଦ୍ଧା ଓଡିଶାରେ ମାଟ୍ରିକ ରେଜଲ୍ଟ ବାହାରିବ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ପୂର୍ବରୁ ସ୍ପଟ କରିଛନ୍ତି। ତେବେ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ। ସୋମବାର ଠାରୁ ଓଡିଶା ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇଛି। ତେବେ ଜୁଲାଇ ଶେଷ ସୁଦ୍ଧା ଯୁକ୍ତ ଦୁଇ ଫଳ ପ୍ରକାଶ ହେବାର ସମ୍ଭାବନା ଅଛି।