UPSC Civil Services Exam 2023: ଯଦି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫର୍ମ ପୂରଣ କରିବାରେ କୌଣସି ଭୁଲ ରହିଛି, ତାହେଲେ ଆବେଦନକାରୀଙ୍କ ପାଖରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପାଇଁ ଆବେଦନ କରିଥିବା ପ୍ରାର୍ଥୀ ସେମାନଙ୍କ ପରୀକ୍ଷା ଫର୍ମ ସଂଶୋଧନ କରିପାରିବେ। ପରୀକ୍ଷା ଫର୍ମ ସଂଶୋଧନ କରିବାର ଶେଷ ତାରିଖ ହେଉଛି ୨୮ ଫେବୃଆରୀ। କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ପରୀକ୍ଷା ଫର୍ମ ସଂଶୋଧନ ପାଇଁ ପ୍ରକ୍ରିୟା ୨୨ ଫେବୃଆରୀରୁ ଆରମ୍ଭ ହେବ। ଏହା ପରେ ପ୍ରାର୍ଥୀମାନେ ୟୁପିଏସସି ଅଫିସିଆଲ ୱେବସାଇଟ upsc.gov.in ଏବଂ upsconline.nic.in ପରିଦର୍ଶନ କରି ସେମାନଙ୍କ ଆବେଦନ ଫର୍ମ ସଂଶୋଧନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଏନେଇ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆବେଦନ ଫର୍ମ ସଂଶୋଧନ ପ୍ରକ୍ରିୟା ୭ ଦିନ ପାଇଁ ଚାଲିବ। ପ୍ରାର୍ଥୀ ସେମାନଙ୍କର ସିଭିଲ ସର୍ଭିସେସ୍ ପରୀକ୍ଷା ଫର୍ମ ୨୦୨୩, ୨୨ ଫେବୃଆରୀରୁ ୨୮ ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ। ଏହା ସହିତ ଏହି ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ୧ ଫେବୃଆରୀରୁ ଆରମ୍ଭ ହୋଇଥିଲା। ଯାହା ନିକଟରେ ଶେଷ ହୋଇଛି। 


ୟୁପିଏସି ସିଏସଇ ପ୍ରିଲିମ୍ସ୍ ୨୦୨୩ ପରୀକ୍ଷା (UPSC CSE Prelims 2023 Exam) ଆସନ୍ତା ମେ ୨୮ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାଧ୍ୟମରେ ମୋଟ ୧୧୦୫ ପଦବୀ ଲାଗି ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ସମ୍ବନ୍ଧୀୟ ବିବରଣୀ ପାଇଁ ପ୍ରାର୍ଥୀ କେନ୍ଦ୍ରୀୟ ଲୋକସେବା ଆୟୋଗ (Union Public Service Commission) ୟୁପିଏସସି ଅଫିସିଆଲ୍ ୱେବ ସାଇଟ୍ (UPSC Official Website) ପରିଦର୍ଶନ କରିପାରିବେ।
 ପରୀକ୍ଷା ଫର୍ମ ସଂଶୋଧନ ପାଇଁ ଆବେଦନକାରୀ ୟୁପିଏସସି ଅଫିସିଆଲ୍ ୱେବ ସାଇଟ୍ upsc.gov.in ପରିଦର୍ଶନ କରନ୍ତୁ। ଏହା ପରେ ୱେବସାଇଟ ମୂଳପୃଷ୍ଠାରେ ୟୁପିଏସି ସିଏସଇ ପରୀକ୍ଷା ୨୦୨୩ ଆବେଦନ ଫର୍ମ ସଂଶୋଧନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆବଶ୍ୟକ ପରିଚୟପତ୍ର ପୂରଣ କରନ୍ତୁ ଏବଂ ଏହା ପରେ ଦାଖଲ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆବେଦନ ଫର୍ମ ମଧ୍ୟରେ ରହିଥିବା କୌଣସି ଭୁଲରେ ଆବଶ୍ୟକୀୟ ସଂଶୋଧନ କରନ୍ତୁ। ଏହା ପରେ ଭବିଷ୍ୟତର ରେଫରେନ୍ସ ପାଇଁ କରାଯାଇଥିବା ସମସ୍ତ ସଂଶୋଧନକୁ ଯାଞ୍ଚ କରନ୍ତୁ ଏବଂ ଶେଷରେ ଏହାର ଏକ ପ୍ରିଣ୍ଟଆଉଟ୍ କାଢିନିଅନ୍ତୁ।


କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ହୋଇଥାଏ। ତାହା ହେଉଛି ପ୍ରାଥମିକ (UPSC Preliminary Exam), ମୁଖ୍ୟ (UPSC Main Exam) ଏବଂ ବ୍ୟକ୍ତିଗତ ସାକ୍ଷାତକାର (UPSC Interview) ପରୀକ୍ଷା। ଏହି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା ଏବଂ ଭାରତୀୟ ବୈଦେଶିକ ସେବା ସମେତ ଅନ୍ୟାନ୍ୟ ସେବା ପାଇଁ ଅଧିକାରୀଙ୍କୁ ଚୟନ କରାଯାଏ।