Govt Job: କେନ୍ଦ୍ର ସରକାରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ତରଫରୁ ବାହାରିଛି ବମ୍ପର ନିଯୁକ୍ତି ଅଫର। ଏହି ନିଯୁକ୍ତି ପ୍ରକ୍ରିୟା ଅନଲାଇନ ମୋଡରେ ହେବ। ମୋଟ ୧୨୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ https://upsc.gov.in/recruitment/recruitment-advertisement ଉପରେ କ୍ଲିକ୍ କରି ଦେଖିପାରିବେ।


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ: ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୧୦ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ: ସହକାରୀ ନିର୍ଦ୍ଦେଶକ ପାଇଁ ୫୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ପ୍ରଶାସନିକ ଅଧିକାରୀ ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ବୈଜ୍ଞାନିକ 'ବି' ପାଇଁ ୧୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେନ ସ୍ପେଶାଲିଷ୍ଟ୍ ତୃତୀୟ ଶ୍ରେଣୀ ପାଇଁ ଖାଲିପଡ଼ିଛି ୫୪ଟି ପୋଷ୍ଟ୍‌। ଇଞ୍ଜିନିୟର ଏବଂ ଜାହାଜ ସର୍ବେକ୍ଷଣକାରୀ ଡେପୁଟି ଡାଇରେକ୍ଟର ଜେନେରାଲ୍ ପାଇଁ  ମୋଟ ୧ଟି ପୋଷ୍ଟ୍‌ ଖାଲି ପଡ଼ିଛି।


ବୟସ ସୀମା: ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୩୫ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ବୟସ ସୀମା ୫୦ ବର୍ଷ ରଖାଯାଇଛି।


ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ପ୍ରକାରର ରଖାଯାଇଛି।


ଆବେଦନ ଶୁଳ୍କ:


ସମସ୍ତ ପ୍ରାର୍ଥୀ – ୨୫ ଟଙ୍କା


SC / ST /Phd / ମହିଳା – ଦେୟମୁକ୍ତ


ନେଟ୍ ବ୍ୟାକିଂ ମାଧ୍ୟମରେ ଶୁଳ୍କ ପୈଠ