ନୂଆଦିଲ୍ଲୀ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ (Raju Srivastab) ଅବସ୍ଥା ଗୁରୁତର ହୋଇପଡିଛି କାରଣ ତାଙ୍କୁ ଏଠାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ICU) ରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରଖାନା ସୂତ୍ର ଅନୁଯାୟୀ, ଶ୍ରୀବାସ୍ତବ (Raju Srivastav) ଏପର୍ଯ୍ୟନ୍ତ ଚେତନା ଫେରି ପାଇ ନାହାଁନ୍ତି। ଏଥି ସହ ରାଜୁ ଶ୍ରୀବାସ୍ତବଙ୍କ ପରିବାର ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ (Instagram) ସେୟାର କରାଯାଇଥିବା ବିବୃତ୍ତିରେ କୁହାଯାଇଛି, 'ରାଜୁ ଶ୍ରୀବାସ୍ତବଙ୍କ (Raju Srivastav) ସ୍ୱାସ୍ଥ୍ୟ ସ୍ଥିର ରହିଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ଡାକ୍ତରଙ୍କ ଦଳ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ହୃଦ୍‌ରୋଗ ବିଭାଗର ପ୍ରଫେସର ଡକ୍ଟର ନୀତୀଶ ନାୟକଙ୍କ ତତ୍ତ୍ୱାବଧାନରେ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରାଯାଉଛି। ରାଜୁ ଶ୍ରୀବାସ୍ତବଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେ ତାଙ୍କ ଅବସ୍ଥା ସ୍ଥିର ରହିଛି। ହାସ୍ୟ ଅଭିନେତାଙ୍କ ପରିବାର ଏକ ବିବୃତ୍ତିରେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବ ଜୀଙ୍କର ଅବସ୍ଥା ସ୍ଥିର ରହିଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି ଏବଂ ଯଥାସମ୍ଭବ କାର୍ଯ୍ୟ କରୁଛନ୍ତି। ନିରନ୍ତର ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ। କୌଣସି ପ୍ରକାରର ଗୁଜବ ଏବଂ ମିଥ୍ୟା ଖବରକୁ ଧ୍ୟାନ ନଦେବାକୁ ତାଙ୍କ ପରିବାର ଲୋକଙ୍କୁ ଅନୁରୋଧ କରିଛନ୍ତି।


ସେପଟେ ହୃଦଘାତ କାରଣରୁ ରାଜୁ ଶ୍ରୀବାସ୍ତବଙ୍କର ତୃତୀୟ ଥର ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ୧୦ ବର୍ଷ ପୂର୍ବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟୀ ପ୍ରଥମ ଥର ପାଇଁ କରାଯାଇଥିଲା। ଏହା ପରେ ୭ ବର୍ଷ ପୂର୍ବେ ଦ୍ୱିତୀୟ ଥର ପାଇଁ ଲିଳାବତୀ ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା।


ରାଜୁଙ୍କ ଝିଅ ଅନ୍ତରା କହିଛନ୍ତି, ବାପା କାମ ପାଇଁ ଦିଲ୍ଲୀ ଏବଂ ଅନ୍ୟାନ୍ୟ ଜାଗାକୁ ଯାଆନ୍ତି। ସେ ସବୁବେଳେ ବ୍ୟାୟାମ କରନ୍ତି ଏବଂ ଏହାକୁ କେବେ ବି ବନ୍ଦ କରନ୍ତି ନାହିଁ। ତାଙ୍କର କୌଣସି ରୋଗ ନଥିଲା। ଏନେଇ ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ନାହିଁ। ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।


ସେହିପରି ହାସ୍ୟ ଅଭିନେତା ସୁନୀଲ ପାଲ କହିଛନ୍ତି ଯେ ଏହା ଚିନ୍ତାର ବିଷୟ, ଚିନ୍ତା ବଢିବାରେ ଲାଗିଛି। ରାଜୁ ଭାଇଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ପୂରା ହାସ୍ୟ ଜଗତର ଲୋକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।  ସେ ଭାବପ୍ରବଣ ହୋଇ ଆହୁରି କହିଛନ୍ତି ଯେ ମୁଁ ହାତ ଯୋଡି ଆପାଣମାନଙ୍କୁ କହୁଛି ଯେ ପ୍ରାର୍ଥନା କରନ୍ତୁ, କିଛି ଚମତ୍କାର ହେଇଯାଉ ଏବଂ ସେ ନିଜେ ଭେଣ୍ଟିଲେଟରରୁ ଉଠି ଆସନ୍ତୁ। ସେ ଚେତା ଫେରି ପାଆନ୍ତୁ। ଯେପର୍ଯ୍ୟନ୍ତ ସେ ଚେତା ଫେରି ପାଇ ନାହାନ୍ତି ଯେପର୍ଯ୍ୟନ୍ତ ଆଉ କିଛି ହେଇ ପାରିବ ନାହିଁ। ସେଥିପାଇଁ ମୁଁ କହୁଛି ଆପଣମାନେ ପ୍ରାର୍ଥନା କରନ୍ତୁ।


ବୁଧବାର ରାଜୁ ଶ୍ରୀବାସ୍ତବ ଏକ ହୋଟେଲ ଜିମରେ ବ୍ୟାୟାମ କରୁଥିବାବେଳେ ହୃଦଘାତରେ ପୀଡିତ ହୋଇଥିଲେ। ଶ୍ରୀବାସ୍ତବ ୧୯୮୦ ଦଶକରୁ ମନୋରଞ୍ଜନ କ୍ଷେତ୍ରରେ ସକ୍ରିୟ ରହି ଆସିଛନ୍ତି। କିନ୍ତୁ ୨୦୦୫ରେ 'ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ'ର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିବା ପରେ ସେ ଲୋକପ୍ରିୟ ହୋଇଥିଲେ। ସେ 'ମେନ୍ ପ୍ୟାର୍ କିୟା', 'ବାଜିଗର୍', 'ବମ୍ବେ ଟୁ ଗୋଆ', 'ବାଜିଗର' (ରିମେକ୍) ଏବଂ 'ଅମଦାନୀ ଅଟ୍ଠାନୀ ଖର୍ଚ୍ଚା ରୂପେୟା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଶ୍ରୀବାସ୍ତବ 'ବିଗ୍ ବସ୍' ସିଜନ୍ ତିନିରେ ମଧ୍ୟ ଭାଗ ନେଇଥିଲେ। ବର୍ତ୍ତମାନ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସଭାପତି ଅଟନ୍ତି