Rani Panda: ଗତବର୍ଷ ଡିସେମ୍ବର ୨୪ ରେ ଥିଲା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ସେ ୪୧ ବର୍ଷ ବୟସରେ ପାଦ ଦେଇଥିଲେ । ହେଲେ ସେହିଦିନ ସେ ନିଜର ଜନ୍ମଦିନ ପାଳିନଥିଲେ କହିଥିଲେ ବର୍ଷାଙ୍କ ଡିଭୋର୍ସ ପରେ ସେ ନିଜ ଜନ୍ମଦିନ ପାଳିବେ। ଏହାପରେ ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିଜ ସୋସିଆନ ମିଡିଆରେ ଅନୁଭବଙ୍କୁ ବିବାହ କରିବାକୁ ନେଇ ଏକ ବାର୍ତ୍ତା ଦେଇଥିଲେ । ଆଉ ରାଣୀ ପଣ୍ଡାଙ୍କ କଥା ଶୁଣି ଅନୁଭବ ମଧ୍ୟ ତାଙ୍କର ଏହି ପ୍ରସ୍ତାବରେ ଜବାବ୍ ରଖିଥିଲେ। ଅନୁଭବ କହିଥିଲେ ଯେ, ରାଣୀଙ୍କ ହୃଦୟ ଖୁବ ଭଲ । ସେ ସମାଜ ସେବାରେ ଖୁବ ଆନନ୍ଦ ପାଆନ୍ତି ଓ ଆମ ସମାଜର ଜଣେ ସେବକ । ସେ ନିଜ ପାରିଶ୍ରମିକ ଅନ୍ୟକୁ ଦେଇ ଖୁବ ଖୁସି ପାଆନ୍ତି ।


COMMERCIAL BREAK
SCROLL TO CONTINUE READING

ସେ ନାରୀ ନେତ୍ରୀ ନେହେଲେ ବି ନିଜେ ନେତୃତ୍ଵ ନିଅନ୍ତି । ସେଥିପାଇଁ ମୋର ବିଶ୍ବାସ ଯେ, ରାଣୀଙ୍କ ପାଖେ ଜଣେ ଭଲ ପତ୍ନୀ ଏବଂ ଭଲ ବୋହୂ ହେବାର କ୍ଷମତା ରହିଛି । କେବଳ ଏତିକି ନୁହେଁ ବରଂ ତାଙ୍କୁ ଟିକିଏ ସମୟ ମିଳିଲେ ସେ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଦେଖା କରିବେ ବୋଲି କହିଛନ୍ତି । ତେବେ ଏହି କଥା ଜାଣି ରାଣୀ ପଣ୍ଡା ମଧ୍ୟ ଖୁସି ଜାହିର କରିଛନ୍ତି ସେ କହିଛନ୍ତି ଯେ, ଅନୁଭବ ବୋଧ ହୁଏ ମୋ ବିଷୟରେ ଜାଣିଛନ୍ତି ଭଲକଥା ସେ ମୋତେ ବୁଝିଛନ୍ତି। ସେପଟେ ଅନୁଭବ ଓ ବର୍ଷାଙ୍କ ବିବାଦ ମଧ୍ୟରେ ରାଣୀ ଏଣ୍ଟ୍ରି କରିଥିବା ବେଳେ କୁହାଯାଉଛି ବର୍ଷା ପ୍ରିୟଦର୍ଶିନୀ ଏସବୁକୁ ନେଇ ଖୁସି ନାହାଁନ୍ତି । ସୋସିଆଲ ମିଡିଆରେ ରାଣୀଙ୍କ ବିରୁଦ୍ଧରେ ବର୍ଷା କିମ୍ବା ତାଙ୍କ ପ୍ରରୋଚନାରେ କେହି ରାଣୀଙ୍କୁ ଖରାପ କରି କହୁଥିବା ଜଣାପଡି଼ଛି। 


ତେବେ ଅନେକ ଗଣମାଧ୍ୟମଙ୍କ ପ୍ରଶ୍ନରେ ରାଣୀ ନିଜ ଉତ୍ତର ରଖିଛନ୍ତି ସେ କହିଛନ୍ତି 'ଯେହେତୁ ଅନୁଭବଙ୍କର ଏବେ ସୁଦ୍ଧା ବିବାହ ବିଚ୍ଛେଦ ହୋଇନି ସେବେ ଯାଏଁ ତାଙ୍କ ଉପରେ ନଜର ପକାଇ ପାରିବିନି। ତେବେ ଅନୁଭବ ଚାହିଁଲେ ମୁଁ ବିବାହ ନେଇ ଭାବିବି। ହେଲେ ବର୍ଷା ଯଦି ଇଜଦଦାର ଝିଅ ହୋଇଥିବେ ତେବେ ମୋ ଭଳି ବେ*** ସହ ଲାଗିବେନି। ଯଦି ସେ ଭାବୁଛନ୍ତି କି ମୁଁ ତାଙ୍କ ପରିବାରର ମୁଣ୍ଡ ଖେଳଉଛି ତେବେ ନିଜେ ଆସି ଅନୁଭବଙ୍କୁ କ୍ଷମା ମାଗନ୍ତୁ। ପରିବାର ସଜାଡନ୍ତୁ, ପରିବାରକୁ ଖୁସିରେ ରଖନ୍ତୁ। ନା ସେମିତି କିନ୍ତୁ ବର୍ଷା କରିବେ ନାହିଁ ମୁଁ ଭଲସେ ଜାଣିଛି। ମୁଁ କଣ ଶୁଣୁଛି ସେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି' । 


'ହଁ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ସେ ପ୍ରଚାର ମୈଦାନରେ ପ୍ରଚାର କରୁଛନ୍ତି । ଭାବୁଛନ୍ତି ସେ ଅନୁଭବଙ୍କୁ ହଟେଇ ନିଜେ ରାଜନୀତିରେ ପଶିବେ। ହଉ ଦେଖାଯାଉ ସେ କେତେ ବାଟ ଯିବେ। ମୁଁ ଆଶା କରୁଛି ଯେ, ବର୍ଷା ମୋ ସହ ଲାଗିବେନି। ମୁଁ ମନର କଥା ଅନୁଭବଙ୍କୁ କହିଛି ଓ ଅନୁଭବ ମୋ କଥାର ଉତ୍ତର ଦେଇଛନ୍ତି ସେଥିପାଇଁ ଖୁସି'।


Also Read: Thalapathy Vijay: ୨୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ କି ବିଜୟ?


Also Read: Samantha Health Update: ସୁସ୍ଥ ହେଲେ ସାମନ୍ଥା, ଜାଣନ୍ତୁ ଅଭିନେତ୍ରୀଙ୍କୁ ହୋଇଥିବା Myositis ରୋଗ କେତେ ଭୟଙ୍କର !