Sonali Kulkarni Viral Video: ସଦ୍ୟ ମରାଠୀ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଚେହେରା ଭାବେ ଜଣାଶୁଣା ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଭିନେତ୍ରୀ ଜଣଙ୍କ ଲିଙ୍ଗଗତ ସମାନତା ଉପରେ ନିଜର ମତମତ ରଖିଥିଲେ। ଭାଇରାଲ ହେଉଥିବା ସେହି ଭିଡ଼ିଓ ଏହି କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି। ଯେଉଁଥିରେ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀ କହୁଛନ୍ତି ଯେ, ସମାଜରେ ମହିଳା ଜନସଂଖ୍ୟାର ଏକ ଅଂଶ ଅଛି, ଯେଉଁମାନେ ଭଲ ଚାକିରୀ, ଘର ଏବଂ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ଜୀବନ ସ୍ୱାମୀ ପାଖରୁ ଦାବି କରିଥାନ୍ତି। ହେଲେ ନିଜେ ସେମାନେ କୌଣସି କାମ କରିବାକୁ ମନା କରିଥାନ୍ତି। ପରିବାର ଉଦ୍ଦେଶ୍ୟରେ ନିବେଦନ କରି ମରାଠୀ ଅଭିନେତ୍ରୀ ଜଣଙ୍କ କହିଛନ୍ତି, ସେମାନେ ସେମାନଙ୍କର ଝିଅଙ୍କୁ ଉତ୍ସାହିତ ଏବଂ ଶିକ୍ଷିତ କରିବା ସହ ସେମାନଙ୍କୁ ଯଥେଷ୍ଟ ସାମର୍ଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଯାହା ଦ୍ୱାରା ସେମାନେ ନିଜର ଖର୍ଚ୍ଚ ନିଜେ ବହନ କରିପାରିବେ ବୋଲି କହିଛନ୍ତି ସୋନାଲି କୁଲକର୍ଣ୍ଣୀ।


COMMERCIAL BREAK
SCROLL TO CONTINUE READING

ନିକଟରେ ମରାଠୀ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଲିଙ୍ଗଗତ ସମାନତା ଉପରେ ନିଜର ମତାମତ ରଖିଥିଲେ। ନିଜର ମତ ରଖି ସୋନାଲି କୁଲକର୍ଣ୍ଣୀ କହିଛନ୍ତି ଯେ, "ଭାରତରେ ବହୁତ ମହିଳା ଅଛନ୍ତି ଯେଉଁମାନେ ହେଉଛନ୍ତି କେବଳ ଅଳସୁଆ। ସେମାନେ ଏପରି ଏକ ସ୍ୱାମୀ ଚାହାଁନ୍ତି ଯାହା ପାଖରେ ଭଲ ଚାକିରୀ, ଘର, ଉଚ୍ଚ ଦରମା ରହିଥିବା। ହେଲେ ସେମାନେ ନିଜ ପାଇଁ କ'ଣ କରିବାକୁ ଚାହୁଁଛନ୍ତି ତାହା ଜାଣନ୍ତି ନାହିଁ। "


ମରାଠୀ ଅଭିନେତ୍ରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, "ମୁଁ ସମସ୍ତଙ୍କୁ ପରାମର୍ଶ ଦେବାକୁ ଚାହୁଁଛି ଯେ ଆପଣ ଆପଣଙ୍କ ଘରର ମହିଳାଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଯଥେଷ୍ଟ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଯାହା ଦ୍ୱାରା ସେମାନେ ନିଜ ପାଇଁ ନିଜର ଖର୍ଚ୍ଚ ବହନ କରିପାରିବେ। ଯିଏ ଘରର ଖର୍ଚ୍ଚ ତାଙ୍କ ଜୀବନ ସାଥୀଙ୍କ ସହ ବାଣ୍ଟି ପାରିବେ। "


ପୁରୁଷଙ୍କ ପ୍ରତି ନିଜର ସମର୍ଥନ ଜଣାଇ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀ କହିଛନ୍ତି ଯେ, ଭାରତୀୟ ସମାଜରେ ସେମାନେ ୧୮ ବର୍ଷ ବୟସର ହେବା ମାତ୍ରେ ପରିବାର ପାଇଁ ରୋଜଗାର କରିବା ଆରମ୍ଭ କରିଥାନ୍ତି। ସେମାନେ ମହିଳାଙ୍କ ଅପେକ୍ଷା ଅଧିକ ଚାପ ଅନୁଭବ କରିଥାନ୍ତି।


ହେଲେ ସମସ୍ତ ମହିଳା ସେପରି ନୁହଁନ୍ତି। ହେଲେ ଏହି ଆକ୍ରୋଶ ଏବଂ ଏହି ଚାହିଦା ପ୍ରକୃତି ଦିନକୁ ଦିନ ବଢିଚାଲିଛି। ଆମକୁ ନମ୍ରତା ଏବଂ ସମାନତା ସହିତ ପରିସ୍ଥିତି ଦେଖିବା ଆବଶ୍ୟକ। କୌଣସି ବିଲ୍ ପୈଠ କରିବା ଏବଂ ଖାଦ୍ୟ ସାମଗ୍ରୀ କିଣିବା କେବଳ ପୁରୁଷଙ୍କ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମରାଠୀ ଅଭିନେତ୍ରୀ।


ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀ ମରାଠୀ ବ୍ୟତୀତ ହିନ୍ଦୀ, କନ୍ନଡ, ତାମିଲ, ଗୁଜୁରାଟୀ ଏବଂ ଇଂରାଜୀ ଭାଷାର ଚଳଚ୍ଚିତ୍ରରେ କାମ କରିଛନ୍ତି। ବଲିଉଡରେ ସୋନାଲି 'ଦିଲ ଚାହାତା ହୈ', 'ସିଂଘମ୍', 'ପୋଷ୍ଟର ବଏଜ୍' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମରାଠୀ ସିନେମା ଦୁନିଆରେ ସେ, "ଡକ୍ଟର ପ୍ରକାଶ ବାବା ଆମଟେ- ଦି ରିଅଲ୍ ହିରୋ', 'କାଚା ଲିମ୍ବୁ' ଏବଂ 'ଆଗା ବାଇ ଆରେଚ୍ୟା ୨' ଭଳି ବହୁ ପ୍ରିୟ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।