Aishwarya Rai Bachchan Insult: ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା। ୧୯୯୪ ମସିହାରେ ଐଶ୍ବର୍ଯ୍ୟା  ମିସ ଓ୍ବାଲର୍ଡର ମୁକୁଟ  ଜିତିଥିଲେ।  ଏହାପରେ ତାଙ୍କ ଜୀବନରେ ଆସିଥିଲା ବଡ ପରିବର୍ତ୍ତନ। ତାଙ୍କୁ ମିଳିଥିଲା ଅନେକ ବଡ ଅଫର । ବର୍ତ୍ତମାନ ବଲିଉଡର ସେ ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ବିଟାଉନର ସବୁଠୁ ବଡ ଧନୀ ଅଭିନେତ୍ରୀ । ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସୁନ୍ଦରତାର ତୁଳନା ନାହିଁ । ହେଲେ ନିକଟରେ ତାଙ୍କ ସୌନ୍ଦର୍ଯ୍ୟ ଓ ରୂପକୁ ନେଇ ବଲିଉଡର  ଜଣେ ନାମୀଦାମୀ ଅଭିନେତା ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଯେଉଁଥିପାଇଁ ତାଙ୍କୁ ଅନୁତାପ ମଧ୍ୟ କରିବାକୁ ପଡିଥିଲା । ଏବଂ ସର୍ବସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ। 


COMMERCIAL BREAK
SCROLL TO CONTINUE READING


ଏହି ଅଭିନେତା ସର୍ବସାଧାରଣରେ ବଚ୍ଚନ ପରିବାରର ବୋହୂଙ୍କୁ ଅପମାନିତ କରିଥିଲେ !
ତେବେ, ଆମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କିସ୍ ମାଷ୍ଟର ଇମ୍ରାନ ହାସମୀ (Emraan Hashmi)ନିକଟରେ କଫି ଓ୍ବିଥ୍ କରନ୍ (Koffee With Karan)ଶୋ'କୁ ଯାଇଥିଲେ । କରଣଙ୍କ ସହ ବାର୍ତ୍ତାଳପ ସମୟରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରସଙ୍ଗ ଉଠିଥିଲା । ସେଠାରେ ଇମ୍ରାନ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ରୂପକୁ ନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ କି ଐଶ୍ବର୍ଯ୍ୟା 'ନକଲି' ଏବଂ 'ପ୍ଲାଷ୍ଟିକ୍' ଭଳି ଦେଖାଯାଆନ୍ତି। ଇମ୍ରାନଙ୍କ ଏହି ପ୍ରତିକ୍ରିୟା ଅଧିକ ବିବାଦୀୟ ହୋଇ ପଡିଥିଲା। ଯାହା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକମାନେ ନାପସନ୍ଦ କରି ଥିଲେ ଏବଂ ଯାହାକୁ ନେଇ ବିବାଦ ମଧ୍ୟ ଘନେଇଥିଲା।  ପରେ ଇମ୍ରାନ ନିଜ ବୟାନ ପାଇଁ ସର୍ବସାଧାରଣରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ଘରୋଇ ଗଣାମଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଥିଲେ- 'ମୁଁ ଏହି ବିବୃତ୍ତି ଦେଇଥିବାରୁ ଦୁଃଖିତ, ମୁଁ ନିଜେ ଐଶ୍ୱର୍ଯ୍ୟାଙ୍କର ଜଣେ ବଡ଼ ପ୍ରଶଂସକ, ମୁଁ ତାଙ୍କୁ ବହୁତ ପସନ୍ଦ କରେ ଏବଂ ମୁଁ ତାଙ୍କ କାମକୁ ମଧ୍ୟ ବହୁତ ପସନ୍ଦ କରେ । ମୁଁ ଜାଣିଥିଲି ଏହି ବକ୍ତବ୍ୟ ପାଇଁ ଏତେ ବଡ ବିବାଦ ସୃଷ୍ଟି ହେବ '। 


ଏହାବି ପଢନ୍ତୁ : Kiara Advani-Sidharth Malhotra Wedding:ନିଜ ବିବାହକୁ ନେଇ ବଡ ଖୁଲାସା କଲେ ସିଦ୍ଧାର୍ଥ , ଜାଣନ୍ତୁ କେବେ ପଡିବ କିଆରାଙ୍କ ସହ ହାତଗଣ୍ଠି ?


ବଲିଉଡର ମୋଷ୍ଟ ବ୍ୟୁଟିଫୁଲ୍ ହିରୋଇନମାନଙ୍କ ଭିତରେ ଜଣେ ହେଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନ।  ଐଶ୍ବର୍ଯ୍ୟା ରାୟ ବଚ୍ଚନ ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଔର ପ୍ୟାର୍ ହୋଗୟା’ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ଏଥିରେ ତାଙ୍କର ହିରୋ ଥିଲେ ବବି ଦେଓଲ୍। ‘ଔର ପ୍ୟାର୍ ହୋଗୟା’ର ନିର୍ଦ୍ଦେଶନା ଦେଇଥିଲେ ରାହୁଲ ରୱଲ୍।‘ଔର ପ୍ୟାର୍ ହୋଗୟା’ ସୁପରଫ୍ଲପ୍ ହୋଇଥିଲା। କିନ୍ତୁ ପଛକୁ ଫେରି ଚାହିଁ ନାହାନ୍ତି ଐଶ୍ବର୍ଯ୍ୟା। ଐଶ୍ବର୍ଯ୍ୟା ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।