PM Narendra Modi Birthday : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ(PM Narendra Modi Birthday) । ୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ।  ଏ ଅବସରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।  ପିଏମଙ୍କୁ ତାଙ୍କ ଜନ୍ମଦିନ ଅବସରରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ, କଙ୍ଗନା ରାଣାଓ୍ବତ, ଅଜୟ ଦେବଗନଙ୍କ ସହ ଅନେକ ସେଲିବ୍ରେଟି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ବଲିଉଡ ଅଭିନେତା ଅନୁପମ ଖେର୍ ନିଜ ଟ୍ବିଟର ହ୍ୟାଣ୍ତେଲରେ ମୋଦିଜୀଙ୍କର ଏକ ଭିଡିଓ ସେୟାର କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସେଥିରେ ସେ ପିଏମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ସେଥିରେ ଲେଖିଛନ୍ତି ଯେ, ସମ୍ମାନିତ ପ୍ରଧାନମନ୍ତ୍ରୀ @ ଶ୍ରୀ ନରେନ୍ଦ୍ର ମୋଦି ଜୀ ! ଆପଣଙ୍କୁ ଜନ୍ମଦିନର ଅଭିନନ୍ଦନ ! ପ୍ରଭୁ ଆପଣଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ ! ଆପଣଙ୍କ ଶପଥ ନେଇଥିବା ସମସ୍ତ ଦାୟିତ୍ବ ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ! ବର୍ଷ ବର୍ଷ ଧରି ଏହା ଜାରି ରଖିବ ! ଆପଣଙ୍କ ନେତୃତ୍ୱ ପାଇଁ ଧନ୍ୟବାଦ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି ।  ସେହିପରି ଅକ୍ଷୟ କୁମାର ମଧ୍ୟ ମୋଦିଙ୍କୁ ଜନ୍ମଦିନର ବଧେଇ ଜଣାଇଛନ୍ତି । ସେ ତାଙ୍କ ଟ୍ବିଟରରେ  ମୋଦିଙ୍କ ସହ ବସିଥିବାର ଏକ ଫଟୋ ସେୟାର କରିଛନ୍ତି । ସେଥିରେ ଖିଲାଡି କୁମାର ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ," ଆପଣଙ୍କର କାର୍ଯ୍ୟ କରିବାର ଲକ୍ଷ,ଦକ୍ଷତା ମୋତେ ପ୍ରେରଣା ଯୋଗାଇଛି। ଜନ୍ମଦିନର ଶୁଭେଚ୍ଛା ନରେନ୍ଦ୍ର ମୋଦି ଜୀ। ଆପଣ ଦିର୍ଘାୟୁ ହୁଅନ୍ତୁ "। 





 


 



ସେହିପରି ବଲିଉଡର କୁଇନ୍‌ କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଯାହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି ‘ଶୁଭ ଜନ୍ମଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’। ‘ପିଲାଦିନେ ରେଳ ପ୍ଲାଟଫର୍ମରେ ଚା ବିକ୍ରୟ କରିବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା । ଯାହା ଅବିଶ୍ୱସନୀୟ ଯାତ୍ରା।’ ଏହାସହ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଦୀର୍ଘାୟୁ ଜୀବନ କାମନା କରିଛନ୍ତି। ରାମଙ୍କ ପରି କୃଷ୍ଣଙ୍କ ପରି, ଗାନ୍ଧୀଙ୍କ ପରି ଆପଣ ମଧ୍ୟ ଅମର ଅଟନ୍ତି। ସେହିପରି ବଲିଉଡ ଅଭିନେତା ଅନୀଲ କପୁର (Anil Kapoor) ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ତଲରେ ମୋଦିଙ୍କ ସହ ୨ଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ମୋଦିଙ୍କ ସହ ବସିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ଏକ ଫଟୋରେ ସେ ମୋଦିଙ୍କ ସହ ହାତ ମିଳାଉଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୀଲ କପୁର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିର୍ଘାୟୁ ମଧ୍ୟ କାମନା କରିଛନ୍ତି। ସେହିପରି ଅଜୟ ଦେବଗନ ମଧ୍ୟ ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।